ମହାଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ନଚେତ…

ଆଜି ମହାଶିବରାତ୍ରୀ। ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ। କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ ଶିବ ଉପାସନା ସମୟରେ ଅଜାଣତରେ କିଛି ଭୁଲ ହୋଇଯାଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…

-ଏହି ଦିନରେ ନ ଗାଧୋଇ କିଛି ବି ଖାଆନ୍ତୁ ନାହିଁ। ଉପବାସ ନ ଥିଲେ ବି ସ୍ନାନ କରି ଖାଦ୍ୟ ଗ୍ରହଣ କରନ୍ତୁ।

-ଶିବରାତ୍ରୀରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

-କୁହାଯାଏ ଏହି ଦିନ ଶିବଲିଙ୍ଗରେ ଚଢ଼ା ଯାଇଥିବା ପ୍ରସାଦକୁ ଗ୍ରହଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଧନହାନୀ ସହ ରୋଗ ମଧ୍ୟ ହୋଇପାରେ।

-ଶିବଲିଙ୍ଗ ଉପରେ କଦାବି ତୁଳସୀ ଦିଅନ୍ତୁ ନାହିଁ। ପ୍ୟାକେଟ କ୍ଷୀର ନଚେତ ଥଣ୍ଡା କ୍ଷୀର ଢ଼ାଳନ୍ତୁ ନାହିଁ। ସୁନା, ରୁପା ନଚେତ କଂସା ପାତ୍ରରେ ଅଭିଷେକ କରନ୍ତୁ। ଏଥିପାଇଁ ଷ୍ଟିଲ୍‌ ପାତ୍ର ବ୍ୟବହାର କରନ୍ତୁ ନାହିଁ।

-ଭୁଲରେ ବି ଶିବଙ୍କୁ କେତକୀ ଏବଂ ଚମ୍ପା ଫୁଲ ଦିଅନ୍ତୁ ନାହିଁ। ଧଳା ହେଲେ ବି ଭୋଳାନାଥଙ୍କ ପୂଜାରେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ।

-ଶିବରାତ୍ରୀର ବ୍ରତ ସକାଳୁ ଆରମ୍ଭ ହୋଇ ଆଗାମୀ ସକାଳ ପର୍ଯ୍ୟନ୍ତ ରହିଥାଏ। ଏହି ଦିନ ବ୍ରତଧାରୀ ଫଳ ଏବଂ କ୍ଷୀର ଖାଇବା ଉଚିତ। କାରଣ ସୂର୍ଯ୍ୟାସ୍ତ ପରେ କିଛି ଖାଇବା ଉଚିତ ନୁହେଁ ବୋଲି କୁହାଯାଏ।

-ଶିବଙ୍କ ପୂଜାରେ ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଅକ୍ଷତ ଅର୍ଥ ଅଭଙ୍ଗା ଚାଉଳ, ଏହା ପୂର୍ଣ୍ଣତାର ପ୍ରତୀକ। ଏଣୁ ଶିବଙ୍କୁ ଅକ୍ଷତ ଦେବା ପୂର୍ବରୁ ଚାଉଳକୁ ପରଖି ନିଅନ୍ତୁ।

-ଶିବଲିଙ୍ଗ ଉପରେ ପ୍ରଥମେ ପଞ୍ଚାମୃତ ଢ଼ାଳନ୍ତୁ। ଯେଉଁଲୋକ ଚାରି ପ୍ରହରର ପୂଜା କରିଥାନ୍ତି, ସେମାନେ ପ୍ରଥମ ପ୍ରହରରେ ଜଳାଭିଶେକ, ଦ୍ୱିତୀୟରେ ଦହି ଅଭିଷେକ, ତୃତୀୟରେ ଘିଅ ଅଭିଷେକ ଏବଂ ଚତୁର୍ଥରେ ମହୁର ବ୍ୟବହାର କରନ୍ତୁ।

-ଶିବରାତ୍ରୀ ଦିନ ତ୍ରୀଶାଖା ବେଲପତ୍ର ଚଢ଼ାନ୍ତୁ। ଚିରି ଥିବା ନଚେତ ଫଟା ବେଲପତ୍ର ଦେବା ଉଚିତ ନୁହେଁ

-ଶିବଲିଙ୍ଗରେ କୁମ୍‌କୁମ୍‌ ଲଗାନ୍ତୁ ନାହିଁ। ଏହି ଦିନ ଚନ୍ଦନ ତିଳକ ଲଗାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri