ହିମବାହ ବିପଦ

ନିକଟରେ ‘ନେଚର ଜିଓସାଇନ୍ସ ଜର୍ନାଲ’ରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ହିମାଳୟର ହିମବାହ (ଗ୍ଲେସିୟର) ଦ୍ରୁତଗତିରେ ତରଳିବାରେ ଲାଗିଛି। ୨୦୦୦ରୁ ୨୦୨୦ ମସିହା ମଧ୍ୟରେ ହିମାଳୟରୁ ୨.୭ ଗିଗା ଟନ୍‌ (୨୭୦ କୋଟି ଟନ୍‌) ଓଜନର ବରଫ ତରଳିଛି। ଏହା ୫୭୦ ନିୟୁତ ହାତୀଙ୍କ ଓଜନ ସହିତ ସମାନ ବୋଲି ଗବେଷକମାନେ ଆକଳନ କରିଛନ୍ତି। ବାସ୍ତବରେ ହିମବାହ ତରଳିବା ଯୋଗୁ ଏହାର ଜଳ ସମୁଦ୍ର ମଧ୍ୟକୁ ଚାଲିଯାଉଛି। ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ୱାରା ସାଗର କୂଳବର୍ତ୍ତୀ ଅଞ୍ଚଳ ଜଳପ୍ଳାବିତ ହେବାର ଆଶଙ୍କା ଦେଖାଦେଲାଣି। ଅନ୍ୟପକ୍ଷରେ ହିମାଳୟରୁ ପ୍ରାକୃତିକ ଉପାୟରେ ଝରୁଥିବା ଜଳକୁ ଯେଉଁ ନଦୀଗୁଡ଼ିକ ଧାରଣ କରୁଥିଲେ, ହିମବାହ ଦ୍ରୁତ ତରଳିବା ଯୋଗୁ ସେଗୁଡ଼ିକ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ଫଳରେ ନଦୀ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ପାନୀୟ ଜଳ ମିଳିବା କଷ୍ଟକର ହୋଇପଡ଼ିଲାଣି। ଏଥିସହିତ କୃଷି ଓ ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ପରିଲକ୍ଷିତ ହେଉଛି।
ହିମାଳୟ ପର୍ବତମାଳାକୁ ଆଣ୍ଟାର୍କଟିକା ଓ ଆର୍ଟିକ୍‌ ପରେ ତୃତୀୟ ମେରୁ ଭାବେ ଅଭିହିତ କରାଯାଇଥାଏ। କାରଣ ଏହା ବିଶ୍ୱର ତୃତୀୟ ସର୍ବାଧିକ ହିମବାହ ଧାରଣ କରିରଖିଛି। ୨୦୦୦ରୁ ୨୦୨୦ ମଧ୍ୟରେ ଯେଭଳି ଧରଣର ବରଫ ତରଳିଛି, ତାହା ଗ୍ଲେସିୟର ଲେକ୍‌ (ହିମବାହ ତରଳି ସୃଷ୍ଟି ହୋଇଥିବା ହ୍ରଦ) ସଂଖ୍ୟା ୪୭ ପ୍ରତିଶତ ବୃଦ୍ଧି କରାଇଛି। ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ଦ୍ରୁତଗତିରେ ତରଳୁଛି ବୋଲି ବୈଜ୍ଞାନିକମାନେ ବାରମ୍ବାର ସୂଚାଇ ଚାଲିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ସାଟେଲାଇଟ୍‌ ତଥ୍ୟ ଅନୁଯାୟୀ ବିଶ୍ୱତାପନ ଯୋଗୁ ୨୧୦୦ ମସିହା ସୁଦ୍ଧା ସମୁଦ୍ର ଜଳପତ୍ତନ ୨ରୁ ୬ ଫୁଟ ବଢ଼ିଯିବାର ଆକଳନ କରାଯାଇଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ଦେଖାଦେଉଥିବା ଅସ୍ବାଭାବିକ ସ୍ଥିତିକୁ ମଣିଷ କିଭଳି ଆଗକୁ ସମ୍ମୁଖୀନ ହେବ, ତାହା ଏବେ ପ୍ରତ୍ୟେକଙ୍କୁ ଚିନ୍ତାରେ ପକାଇବା କଥା। ଗ୍ଲେସିୟର ଦ୍ରୁତଗତିରେ ତରଳିବା ଯୋଗୁ ଅଚାନକ ବନ୍ୟା ହିମାଳୟ ପାଦଦେଶରେ ବସବାସ କରୁଥିବା ଲୋକଙ୍କ ଧନଜୀବନ କ୍ଷତି ଘଟାଉଛି। ଚାଷଜମି ନଷ୍ଟ ହୋଇଯାଉଥିବାରୁ ଖାଦ୍ୟଶସ୍ୟ ଅଭାବ ପରିଲକ୍ଷିତ ହେଉଛି। ଫଳରେ ସମ୍ପୃକ୍ତ ଅଞ୍ଚଳର ଅର୍ଥନୀତି ଘୋର ପ୍ରଭାବିତ ହେବା ସହିତ ଖାଦ୍ୟସଙ୍କଟ ମଧ୍ୟ ଦେଖାଦେଲାଣି। ଭାରତର ପ୍ରାୟ ୩୦ ପ୍ରତିଶତ ଲୋକ ହିମାଳୟ କଡ଼ରେ ବସବାସ କରୁଥିବାରୁ ସେମାନଙ୍କ ଜୀବନ ଦୁର୍ବିଷହ ହେବାର ସଙ୍କେତ ମିଳିଲାଣି। ୨୦୨୨ ଏପ୍ରିଲରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବା ବେଳେ କହିଥିଲେ ଯେ, ଗ୍ଲେସିୟର ତରଳିବା ସମ୍ବନ୍ଧରେ ଅନୁଧ୍ୟାନ କରିବା ଲାଗି କଶ୍ମୀର ବିଶ୍ୱବିଦ୍ୟାଳୟ, ସିକିମ୍‌ ବିଶ୍ୱବିଦ୍ୟାଳୟ, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜି କାର୍ଯ୍ୟ କରୁଛନ୍ତି। ତେଣୁ ଗ୍ଲେସିୟର ଉପରେ ନିର୍ଭର କରୁଥିବା ନଦୀଗୁଡ଼ିକ ଖରାଦିନେ ଶୁଖିଯାଉଥିବାରୁ ଜଳଯୋଗାଣ ଅନେକାଂଶରେ ବାଧାପ୍ରାପ୍ତ ହେଉଛି ବୋଲି ମନ୍ତ୍ରୀ ସ୍ବୀକାର କରିଥିଲେ।
ହିମବାହ ତରଳିବା ଏକ ପ୍ରାକୃତିକ ପ୍ରବାହ। କିନ୍ତୁ ତାପମାତ୍ରା ବୃଦ୍ଧି ଯୋଗୁ ଏହା ଦ୍ରୁତଗତିରେ ତରଳୁଥିବାରୁ ସମସ୍ୟା ଉପୁଜୁଛି। ଅତ୍ୟଧିକ ହିମବାହ ତରଳିଲେ ତାହା ବିଶ୍ୱ ଜଳବାୟୁ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିବ। ସାଧାରଣତଃ ଗ୍ଲେସିୟର ଯୋଗୁ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ମହାକାଶକୁ ଚାଲିଯାଇଥାଏ। ଯେହେତୁ ହିମବାହ ଓଭେଇବାରେ ଲାଗିଛି କମ୍‌ ସୂର୍ଯ୍ୟକିରଣ ପ୍ରତିଫଳିତ ହେଉଛି। ଫଳରେ ପୃଥିବୀପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। କେଉଁ ପ୍ରକାର ଫଳପ୍ରଦ ରଣକୌଶଳ ଗ୍ରହଣ କରାଯାଇ ଏଭଳି ସମସ୍ୟାକୁ ମୁକାବିଲା କରିହେବ, ତାହା ଆଗାମୀ ଦିନରେ ମାନବ ଜାତି ଆଗରେ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ଆସନ୍ନ ବିପଦକୁ ଦେଖିପାରୁଥିବା ମଣିଷ ଏବେଠାରୁ ବ୍ୟକ୍ତିଗତ ସ୍ତରରେ ପରିବେଶ ଉପଯୋଗୀ ପଦକ୍ଷେପ ନ ନେଲେ ସମସ୍ତେ ଡୁବିବା ଭଳି ବିପଦକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?