ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଚଳ, ଖର୍ଚ୍ଚାନ୍ତ ହେଉଛନ୍ତି ଗରିବ ରୋଗୀ

ରାଉରକେଲା ଅଫିସ,୧୦।୪: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ୨ବର୍ଷ ହେଲା ଅଲଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡିଛି। ଫଳରେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବା ସୁନ୍ଦରଗଡ ସମେତ ପଡୋଶୀ ଜିଲା ଓ ସୀମାନ୍ତ ଝାଡ଼ଖଣ୍ଡର ହଜାର ହଜାର ଗରିବ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି।
ଆର୍‌ଜିଏଚ୍‌ରେ କିଡ୍‌ନୀ, ଟ୍ୟୁମର ତଥା ବିଭିନ୍ନ ରୋଗର ପରୀକ୍ଷଣ ବିନା ମୂଲ୍ୟରେ କରିବା ସହ ଗରିବ ରୋଗୀମାନଙ୍କୁ ଅହେତୁକ ଖର୍ଚ୍ଚାନ୍ତରୁ ମୁକୁଳାଇବା ପାଇଁ ୨୦୦୦ ମସିହାରେ ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ ହୋଇଥିଲା। ଇତିମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ଅଲଟ୍ରାସାଉଣ୍ଡ ମେଶିନ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ଗରିବ ରୋଗୀମାନେ ବେସରକାରୀ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଉଛନ୍ତି। ସେହିପରି ଅଲଟ୍ରାସାଉଣ୍ଡ ମେଶିନ ଚଳାଇବା ଲାଗି ରେଡିଓଗ୍ରାଫର ପଦବୀ ମଧ୍ୟ ପୂରଣ ହେଉନାହିଁ। ବର୍ତ୍ତମାନ ଅଲଟ୍ରାସାଉନ୍‌ କେନ୍ଦ୍ର ଇସିଜି କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ କୁହନ୍ତି, ଜାଣିଶୁଣି ମେଡିକାଲ କର୍ତ୍ତୃପକ୍ଷ ଆର୍‌ଜିଏଚ୍‌ରେ ଦୁଇବର୍ଷ ତଳେ ସ୍ଥାପିତ ହୋଇଥିବା ଅଲଟ୍ରାସାଉଣ୍ଡ ମେଶିନକୁ ସଜାଡୁନାହାନ୍ତି। ପ୍ରାଇଭେଟ ଅଲଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କ ରୋଜଗାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମେଶିନ ସଜଡାଯାଉନି। ସେହିପରି ବେସରକାରୀ ମେଡିକାଲକୁ ଆର୍ଥିକ ଲାଭାନ୍ବିତ କରିବା ପାଇଁ ଆର୍‌ଜିଏଚ୍‌ରେ ନିଦାନ ଯୋଜନା ମଧ୍ୟ ବନ୍ଦ କରିଦିଆଯାଇଛି। ଆମେ ପ୍ରତିବାଦ କରିବାରୁ ଆରଜିଏଚ୍‌ କର୍ତ୍ତୃପକ୍ଷ ୧୫ଦିନ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ପ୍ରତିଶ୍ରୁତି ଅବଧି ଶେଷ ହୋଇଛି। ତେବେ ଦୁଇଦିନ ମଧ୍ୟରେ ଯଦି ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଧାରଣାରେ ବସିବି ବୋଲି ବିଶ୍ୱାଳ କହିଥିଲେ। ଏ ନେଇ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ମୁ ଆର୍‌ଜିଏଚ୍‌ରେ ଯୋଗଦେବା ପୂର୍ବରୁ ଅଲଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡିଛି। ମେଶିନ ଅଚଳରେ ସମସ୍ୟା ନାହିଁ। ମେଶିନ ଚଳାଇବା ପାଇଁ ଡାକ୍ତରଙ୍କ ଅଭାବ ହେଉଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଯଥାଶୀଘ୍ର ଆର୍‌ଜିଏଚ୍‌ରେ ଚିକିତ୍ସା ସମ୍ପର୍କିତ ଅନେକ ପରିବର୍ତ୍ତନ ହେବା ଚୂଡାନ୍ତ ହୋଇ ସାରିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri