ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଚଳ, ଖର୍ଚ୍ଚାନ୍ତ ହେଉଛନ୍ତି ଗରିବ ରୋଗୀ

ରାଉରକେଲା ଅଫିସ,୧୦।୪: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ୨ବର୍ଷ ହେଲା ଅଲଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡିଛି। ଫଳରେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବା ସୁନ୍ଦରଗଡ ସମେତ ପଡୋଶୀ ଜିଲା ଓ ସୀମାନ୍ତ ଝାଡ଼ଖଣ୍ଡର ହଜାର ହଜାର ଗରିବ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି।
ଆର୍‌ଜିଏଚ୍‌ରେ କିଡ୍‌ନୀ, ଟ୍ୟୁମର ତଥା ବିଭିନ୍ନ ରୋଗର ପରୀକ୍ଷଣ ବିନା ମୂଲ୍ୟରେ କରିବା ସହ ଗରିବ ରୋଗୀମାନଙ୍କୁ ଅହେତୁକ ଖର୍ଚ୍ଚାନ୍ତରୁ ମୁକୁଳାଇବା ପାଇଁ ୨୦୦୦ ମସିହାରେ ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ ହୋଇଥିଲା। ଇତିମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ଅଲଟ୍ରାସାଉଣ୍ଡ ମେଶିନ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ଗରିବ ରୋଗୀମାନେ ବେସରକାରୀ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଉଛନ୍ତି। ସେହିପରି ଅଲଟ୍ରାସାଉଣ୍ଡ ମେଶିନ ଚଳାଇବା ଲାଗି ରେଡିଓଗ୍ରାଫର ପଦବୀ ମଧ୍ୟ ପୂରଣ ହେଉନାହିଁ। ବର୍ତ୍ତମାନ ଅଲଟ୍ରାସାଉନ୍‌ କେନ୍ଦ୍ର ଇସିଜି କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ କୁହନ୍ତି, ଜାଣିଶୁଣି ମେଡିକାଲ କର୍ତ୍ତୃପକ୍ଷ ଆର୍‌ଜିଏଚ୍‌ରେ ଦୁଇବର୍ଷ ତଳେ ସ୍ଥାପିତ ହୋଇଥିବା ଅଲଟ୍ରାସାଉଣ୍ଡ ମେଶିନକୁ ସଜାଡୁନାହାନ୍ତି। ପ୍ରାଇଭେଟ ଅଲଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କ ରୋଜଗାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମେଶିନ ସଜଡାଯାଉନି। ସେହିପରି ବେସରକାରୀ ମେଡିକାଲକୁ ଆର୍ଥିକ ଲାଭାନ୍ବିତ କରିବା ପାଇଁ ଆର୍‌ଜିଏଚ୍‌ରେ ନିଦାନ ଯୋଜନା ମଧ୍ୟ ବନ୍ଦ କରିଦିଆଯାଇଛି। ଆମେ ପ୍ରତିବାଦ କରିବାରୁ ଆରଜିଏଚ୍‌ କର୍ତ୍ତୃପକ୍ଷ ୧୫ଦିନ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ପ୍ରତିଶ୍ରୁତି ଅବଧି ଶେଷ ହୋଇଛି। ତେବେ ଦୁଇଦିନ ମଧ୍ୟରେ ଯଦି ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଧାରଣାରେ ବସିବି ବୋଲି ବିଶ୍ୱାଳ କହିଥିଲେ। ଏ ନେଇ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ମୁ ଆର୍‌ଜିଏଚ୍‌ରେ ଯୋଗଦେବା ପୂର୍ବରୁ ଅଲଟ୍ରାସାଉଣ୍ଡ ମେଶିନ ଅଚଳ ହୋଇପଡିଛି। ମେଶିନ ଅଚଳରେ ସମସ୍ୟା ନାହିଁ। ମେଶିନ ଚଳାଇବା ପାଇଁ ଡାକ୍ତରଙ୍କ ଅଭାବ ହେଉଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଯଥାଶୀଘ୍ର ଆର୍‌ଜିଏଚ୍‌ରେ ଚିକିତ୍ସା ସମ୍ପର୍କିତ ଅନେକ ପରିବର୍ତ୍ତନ ହେବା ଚୂଡାନ୍ତ ହୋଇ ସାରିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?