ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା

ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ଉପରେ କିଏ ପାଟି କରିବ ଏହା ନିଶ୍ଚେ ଆଶ୍ଚର୍ଯ୍ୟକର। ସଲମାନ ଅନେକ ଲୋକଙ୍କ ଉପରେ ପାଟିତୁଣ୍ଡ କରିଛନ୍ତି କିନ୍ତୁ କେହି ତାଙ୍କୁ କେହି ଗାଳିି କରିବ ଏବଂ ସେ ସ୍ନେହପୂର୍ଣ୍ଣ ପ୍ରତିକ୍ରିୟା ଦେବେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଯେ, ଶୁଟିଂ ସମୟରେ ଜଣେ ଅଭିନେତା ସଲମାନ ଖାନଙ୍କୁ ଗାଳି କରିଥିଲେ। ସେ ହେଲେ ଆଦିତ୍ୟ ରୟ କପୁର।

ଲଣ୍ଡନ ଡ୍ରିମ୍ସ ସୁଟିଂ ସମୟରେ ଆଦିତ୍ୟ ସଲମାନଙ୍କ ଉପରେ ପାଟି କରିଥିଲେ। ୨୦୦୯ ମସିହାରେ ‘ଲଣ୍ଡନ ଡ୍ରିମ୍ସ’ରେ ସଲମାନ ଖାନ, ଅଜୟ ଦେବଗନ, ଆଦିତ୍ୟ ଏବଂ ରଣବିଜୟ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ଅଧିକ ପସନ୍ଦ ଆସି ନ ଥିଲା। ତେବେ ଆଦିତ୍ୟ ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ଏକ ମଜାଳିଆ କଥା କହିଥିଲେ। ଆଦିତ୍ୟ କହିଥିଲେ ଯେ, ଫିଲ୍ମରେ ତାଙ୍କର ପ୍ରଥମ ଶର୍ଟ ସଲମାନ ଖାନଙ୍କ ସହ ଥିଲା, ଯେଉଁଥିରେ ତାଙ୍କୁ ସଲମାନ ଖାନଙ୍କୁ ଗାଳି କରିବାକୁ ଥିଲା।

ଆଦିତ୍ୟ କହିଛନ୍ତି ଯେ, ମୋର ପ୍ରଥମ ଦୃଶ୍ୟ ହସ୍ପିଟାଲରେ ଥିଲା, ଯାହାକି ରଣବିଜୟ, ସଲମାନ ଏବଂ ଅଜୟ ଦେବଗନଙ୍କ ସହ ଥିଲା। ଏହି ଦୃଶ୍ୟରେ ସଲମାନ ଶୋଇଥିଲେ ଏବଂ ମୋତେ ତାଙ୍କ ଉପରେ ପାଟି କରିବାରଥିଲ। ଯଦିଓ ଏହା କେବଳ ଏକ ଶୁଟିଂ ଦୃଶ୍ୟ ଥିଲା, କିନ୍ତୁ ଏହା ମୋ ମନରେ ବାରମ୍ବାର ଚାଲିଥିଲା ଯେ ମୁଁ ତାଙ୍କୁ ପାଟି କରିବାର ସାହସ କେଉଁଠୁ ପାଇଲି।
ଏହି ଘଟଣା ପାଇଁ ଆଦିତ୍ୟ ଅନେକ ରିଟେକ ନେଇଥିଲେ।

ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି, ସଲମାନ ଖାନଙ୍କ ଉପରେ ପାଟି କରିବାର ତାଙ୍କର ସାହସ ନ ଥିଲା। ତେଣୁ ସେ ଏହି ଦୃଶ୍ୟରେ ଅନେକ ରିଟେକ ନେଇଥିଲେ। ସେ କହିଛନ୍ତି, ମୁଁ ମନେ ରଖିନାହିଁ ଏହି ଗୋଟିଏ ଦୃଶ୍ୟର କେତେ ରିଟେକ ନେଇଥିଲି। ଶେଷରେ ସାହସ କଲି ଏବଂ ସଲମାନ ଖାନଙ୍କ ଉପରେ ଚିତ୍କାର କରୁଥିବା ଦୃଶ୍ୟକୁ ସମାପ୍ତ କଲି।

କିଛି ସମୟ ପରେ ସଲମାନ ମାତେ ଚାହିଁଲେ କହିଲେ କ’ଣ ହେଲା ମୁଁ ଭାବିଲି ସେ ରାଗିଗଲେ ଏବଂ ମୁଁ ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମା ମାଗିବାକୁ ଲାଗିଲି । କିନ୍ତୁ ସେ ହସି ହସି କହିଲେ ଯେ ଏହା ମଜା ଥିଲା। ଆପଣ ବହୁତ ଭଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri