ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା

ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ଉପରେ କିଏ ପାଟି କରିବ ଏହା ନିଶ୍ଚେ ଆଶ୍ଚର୍ଯ୍ୟକର। ସଲମାନ ଅନେକ ଲୋକଙ୍କ ଉପରେ ପାଟିତୁଣ୍ଡ କରିଛନ୍ତି କିନ୍ତୁ କେହି ତାଙ୍କୁ କେହି ଗାଳିି କରିବ ଏବଂ ସେ ସ୍ନେହପୂର୍ଣ୍ଣ ପ୍ରତିକ୍ରିୟା ଦେବେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଯେ, ଶୁଟିଂ ସମୟରେ ଜଣେ ଅଭିନେତା ସଲମାନ ଖାନଙ୍କୁ ଗାଳି କରିଥିଲେ। ସେ ହେଲେ ଆଦିତ୍ୟ ରୟ କପୁର।

ଲଣ୍ଡନ ଡ୍ରିମ୍ସ ସୁଟିଂ ସମୟରେ ଆଦିତ୍ୟ ସଲମାନଙ୍କ ଉପରେ ପାଟି କରିଥିଲେ। ୨୦୦୯ ମସିହାରେ ‘ଲଣ୍ଡନ ଡ୍ରିମ୍ସ’ରେ ସଲମାନ ଖାନ, ଅଜୟ ଦେବଗନ, ଆଦିତ୍ୟ ଏବଂ ରଣବିଜୟ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ଅଧିକ ପସନ୍ଦ ଆସି ନ ଥିଲା। ତେବେ ଆଦିତ୍ୟ ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ଏକ ମଜାଳିଆ କଥା କହିଥିଲେ। ଆଦିତ୍ୟ କହିଥିଲେ ଯେ, ଫିଲ୍ମରେ ତାଙ୍କର ପ୍ରଥମ ଶର୍ଟ ସଲମାନ ଖାନଙ୍କ ସହ ଥିଲା, ଯେଉଁଥିରେ ତାଙ୍କୁ ସଲମାନ ଖାନଙ୍କୁ ଗାଳି କରିବାକୁ ଥିଲା।

ଆଦିତ୍ୟ କହିଛନ୍ତି ଯେ, ମୋର ପ୍ରଥମ ଦୃଶ୍ୟ ହସ୍ପିଟାଲରେ ଥିଲା, ଯାହାକି ରଣବିଜୟ, ସଲମାନ ଏବଂ ଅଜୟ ଦେବଗନଙ୍କ ସହ ଥିଲା। ଏହି ଦୃଶ୍ୟରେ ସଲମାନ ଶୋଇଥିଲେ ଏବଂ ମୋତେ ତାଙ୍କ ଉପରେ ପାଟି କରିବାରଥିଲ। ଯଦିଓ ଏହା କେବଳ ଏକ ଶୁଟିଂ ଦୃଶ୍ୟ ଥିଲା, କିନ୍ତୁ ଏହା ମୋ ମନରେ ବାରମ୍ବାର ଚାଲିଥିଲା ଯେ ମୁଁ ତାଙ୍କୁ ପାଟି କରିବାର ସାହସ କେଉଁଠୁ ପାଇଲି।
ଏହି ଘଟଣା ପାଇଁ ଆଦିତ୍ୟ ଅନେକ ରିଟେକ ନେଇଥିଲେ।

ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି, ସଲମାନ ଖାନଙ୍କ ଉପରେ ପାଟି କରିବାର ତାଙ୍କର ସାହସ ନ ଥିଲା। ତେଣୁ ସେ ଏହି ଦୃଶ୍ୟରେ ଅନେକ ରିଟେକ ନେଇଥିଲେ। ସେ କହିଛନ୍ତି, ମୁଁ ମନେ ରଖିନାହିଁ ଏହି ଗୋଟିଏ ଦୃଶ୍ୟର କେତେ ରିଟେକ ନେଇଥିଲି। ଶେଷରେ ସାହସ କଲି ଏବଂ ସଲମାନ ଖାନଙ୍କ ଉପରେ ଚିତ୍କାର କରୁଥିବା ଦୃଶ୍ୟକୁ ସମାପ୍ତ କଲି।

କିଛି ସମୟ ପରେ ସଲମାନ ମାତେ ଚାହିଁଲେ କହିଲେ କ’ଣ ହେଲା ମୁଁ ଭାବିଲି ସେ ରାଗିଗଲେ ଏବଂ ମୁଁ ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମା ମାଗିବାକୁ ଲାଗିଲି । କିନ୍ତୁ ସେ ହସି ହସି କହିଲେ ଯେ ଏହା ମଜା ଥିଲା। ଆପଣ ବହୁତ ଭଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri