ତାଳବଣିଆ,ମାଳତିପାଟପୁରରେ ରହିବ ଅଟୋ

ପୁରୀ ଅଫିସ,୧୧।୬: ଆସନ୍ତା ୨୦ତାରିଖରୁ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଶନିବାର ଟ୍ରାଫିକ ପୋଲିସ ଏବଂ ଶ୍ରୀକ୍ଷେତ୍ର ଅଟୋ ଚାଳକ ସଂଘ ଓ ଅଟୋ ଚାଳକ ମହାସଂଘ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଏସ୍‌ପି ପୂଣ୍ଣଚନ୍ଦ୍ର ଶବର, ଟ୍ରାଫିକ ଡିଏସ୍‌ପି ନିରଞ୍ଜନ ସବର, ଟ୍ରାଫିକ ଥାନା ଅଧିକାରୀ ସଙ୍ଗୀତା ଦାସ ଏବଂ ପରିବହନ ଅଧିକାରୀ ରବନୀ ପଟ୍ଟନାୟକ ଏବଂ ଅଟୋ ସଂଘ, ମହାସଂଘ ସଭାପତି ଏବଂ ସମ୍ପାଦକମାନେ ଯୋଗଦେଇଥିଲେ। ବୈଠକରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଅଟୋ ଚାଳକମାନେ ଭକ୍ତ ଏବଂ ଯାତ୍ରୀମାନଙ୍କୁ କିପରି ସେବା ଯୋଗାଇ ଦେବେ ସେ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ତାଳବଣିଆ ଏବଂ ମାଳତିପାଟପୁରଠାରେ ଦୁଇଟି ସ୍ଥାନରେ ଘୋଷଯାତ୍ରା ସମୟରେ ଅଟୋ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମାଳତିପାଟପୁରଠାରୁ ଅଟୋ ଚାଳକମାନେ ଯାତ୍ରୀଙ୍କୁ ଜାତୀୟ ରାଜପଥ ଦେଇ ଅଠରନଳାସ୍ଥିତ ବାନାମ୍ବର ମନ୍ଦିର ନିକଟକୁ ଆସିବେ। ସେଠାରେ ଯାତ୍ରୀଙ୍କୁ ଓହ୍ଲାଇ ପୁଣି ମାଳତିପାଟପୁରସ୍ଥିତ ବସଷ୍ଟାଣ୍ଡକୁ ଯିବେ। ସେହିପରି ତାଳବଣିଆଠାରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଚାଳକମାନେ ପେଣ୍ଠକଟା ସିଟି ରୋଡ ଦେଇ ଅର୍ବାନ ହାଟ ହୋଇ ଜିଲା ସ୍କୁଲରେ ଯାତ୍ରୀଙ୍କୁ ଛାଡିବ। ଅପରପକ୍ଷେ ଫେରିଲା ବେଳେ ଘୋଡା ବଜାର ଦେଇ ଶ୍ରୀକ୍ଷେତ୍ର କଲୋନୀ ଦେଇ ତାଳବଣିଆକୁ ଫେରିବେ। ତେବେ କିଛି ଅଟୋ ଚାଳକ ରହି ଭକ୍ତଙ୍କୁ ସେବା ଯୋଗାଇବେ। ତେବେ ଅଟୋ ଚାଳକଙ୍କ ପାଇଁ ଏହି ନିୟମ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନ ଲାଗୁ ହେବ। ତେବେ ଅନ୍ୟଦିନରେ ଚାଳକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନରେ ଅଟୋଗୁଡିକୁ ଟାଉନ ତଥା ବଡ଼ଦାଣ୍ଡ ଓ ବିଭିନ୍ନ ସାହି ଗଳିରେ ପ୍ରବେଶ ପାଇଁ ବାରଣ କରାଯାଇଛି। ସେହିପରି ଅଟୋଚାଳକଙ୍କ ପେଟ ପାଟଣାକୁ ନଜରରେ ରଖି ଘୋଷଯାତ୍ରାର ଅନ୍ୟ ଦିନରେ କିପରି ବ୍ୟବସାୟ କରିବେ ସେନେଇ ପରବର୍ତ୍ତୀ ସମୟରେ ଏକ ବୈଠକ କରାଯାଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି କୌଣସି ଅଟୋ ଚାଳକ ନିଶା ସେବକ କରି ଗାଡି ଚଳାଇବେ ନାହିଁ। ଭକ୍ତମଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ନେବେ ନାହିଁ। ଓଭର ଲୋଡିଂ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri