Posted inଖେଳ

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି। ପ୍ରଥମ ୨ଟି ମ୍ୟାଚ ଜିତିଥିବାରୁ ଘରୋଇ ଇଂଲଣ୍ଡ ୨-୧ରେ ସିରିଜ ଜିତିଛି। ତେବେ ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ବଜାୟ ରଖିବାକୁ ହେଲେ ଇଂଲଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବା ଆବଶ୍ୟକ ହେଉଥିଲା। ମାତ୍ର ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୪୬ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩ଟି ବଲ୍‌ ବାକିଥାଇ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ୩୯ ରନ କରି ଅପରାଜିତ ରହିଥିବା ମିଚେଲ ମାର୍ଶ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡର ଜୋସ୍‌ ବଟଲର ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ସର୍ବାଧିକ ୫୫(୪୪ ବଲ, ୩ ଚୌକା, ୩ ଛକା), ଜୋ ଡେନ୍‌ଲି ୨୯*(୧୯ ୧ଲ, ୪ ଚୌକା), ଅଧିନାୟକ ଦାୟିତ୍ୱ ତୁଲାଇଥିବା ମୋଇନ ଅଲୀ ୨୩(୨୧ ବଲ, ୨ ଚୌକା, ୧ ଛକା) ଓ ଦାଓ୍ବିଦ ମଲନ ୨୧ ରନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଡାମ ଜାମ୍ପା ୨ଟି ଏବଂ ମିଚେଲ ଷ୍ଟାର୍କ, ଜୋଶ୍‌ ହାଜେଲଉଡ୍‌, କେନ୍‌ ରିଚାର୍ଡଶନ ଓ ଅଷ୍ଟନ ଅଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା। ଦଳ ୭୦ ରନରେ ପ୍ରଥମ ଉଇକେଟ ହରାଇଥିଲେ ହେଁ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଏକଦା ୧୦୦/୫ ହୋଇ ଯାଇଥିଲା। ତେବେ ମିଚେଲ ମାର୍ଶ ୩୯(୩୬ ବଲ, ୨ ଚୌକା, ୧ ଛକା) ଓ ଅଷ୍ଟନ ଅଗର ୧୬ ରନରେ ଅପରାଜିତ ରହି ଦଳର ବିଜୟରେ ମୁଣ୍ଡି ମାରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚ୍‌ ୩୯(୨୬ ବଲ, ୪ ଚୌକା, ୧ ଛକା), ମାର୍କୁସ ଷ୍ଟୋଇନ୍ସ ୨୬(୧୮ ବଲ, ୫ ଚୌକା) ରନର ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଆଡିଲ ରଶିଦ ୩ଟି ଏବଂ ମାର୍କ ଉଡ୍‌ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଇଂଲଣ୍ଡ ଜୋସ୍‌ ବଟଲର ଓ ନିୟମିତ ଅଧିନାୟକ ଇଅନ ମୋର୍ଗାନ ଏବଂ ଅଷ୍ଟ୍ରେଲିଆ ପ୍ୟାଟ୍‌ କୁମିନ୍ସ ଓ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ ଖେଳିଥିଲା। ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୨୦ ଓଭରରେ ୧୪୫/୬(ବେୟାରଷ୍ଟୋ-୫୫, ଡେନ୍‌ଲି ୨୯*, ମୋଇନ ଅଲୀ ୨୩, ଦାଓ୍ବିଦ ମଲନ ୨୧, ଜାମ୍ପା-୨/୩୪, ଷ୍ଟାର୍କ-୧/୨୦, ହାଜେଲଉଡ୍‌-୧/୨୩, ରିଚାର୍ଡଶନ-୧/୩୧, ଅଗର-୧/୩୫)। ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬/୫(ମାର୍ଶ -୩୯, ଫିଞ୍ଚ୍‌-୩୯, ଷ୍ଟୋଇନ୍ସ ୨୬, ରଶିଦ-୩/୨୧, ଉଡ୍‌-୧/୩୮, କୁରାନ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri