Posted inଖେଳ

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି। ପ୍ରଥମ ୨ଟି ମ୍ୟାଚ ଜିତିଥିବାରୁ ଘରୋଇ ଇଂଲଣ୍ଡ ୨-୧ରେ ସିରିଜ ଜିତିଛି। ତେବେ ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ବଜାୟ ରଖିବାକୁ ହେଲେ ଇଂଲଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବା ଆବଶ୍ୟକ ହେଉଥିଲା। ମାତ୍ର ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୪୬ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩ଟି ବଲ୍‌ ବାକିଥାଇ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ୩୯ ରନ କରି ଅପରାଜିତ ରହିଥିବା ମିଚେଲ ମାର୍ଶ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡର ଜୋସ୍‌ ବଟଲର ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ସର୍ବାଧିକ ୫୫(୪୪ ବଲ, ୩ ଚୌକା, ୩ ଛକା), ଜୋ ଡେନ୍‌ଲି ୨୯*(୧୯ ୧ଲ, ୪ ଚୌକା), ଅଧିନାୟକ ଦାୟିତ୍ୱ ତୁଲାଇଥିବା ମୋଇନ ଅଲୀ ୨୩(୨୧ ବଲ, ୨ ଚୌକା, ୧ ଛକା) ଓ ଦାଓ୍ବିଦ ମଲନ ୨୧ ରନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଡାମ ଜାମ୍ପା ୨ଟି ଏବଂ ମିଚେଲ ଷ୍ଟାର୍କ, ଜୋଶ୍‌ ହାଜେଲଉଡ୍‌, କେନ୍‌ ରିଚାର୍ଡଶନ ଓ ଅଷ୍ଟନ ଅଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା। ଦଳ ୭୦ ରନରେ ପ୍ରଥମ ଉଇକେଟ ହରାଇଥିଲେ ହେଁ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଏକଦା ୧୦୦/୫ ହୋଇ ଯାଇଥିଲା। ତେବେ ମିଚେଲ ମାର୍ଶ ୩୯(୩୬ ବଲ, ୨ ଚୌକା, ୧ ଛକା) ଓ ଅଷ୍ଟନ ଅଗର ୧୬ ରନରେ ଅପରାଜିତ ରହି ଦଳର ବିଜୟରେ ମୁଣ୍ଡି ମାରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚ୍‌ ୩୯(୨୬ ବଲ, ୪ ଚୌକା, ୧ ଛକା), ମାର୍କୁସ ଷ୍ଟୋଇନ୍ସ ୨୬(୧୮ ବଲ, ୫ ଚୌକା) ରନର ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଆଡିଲ ରଶିଦ ୩ଟି ଏବଂ ମାର୍କ ଉଡ୍‌ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଇଂଲଣ୍ଡ ଜୋସ୍‌ ବଟଲର ଓ ନିୟମିତ ଅଧିନାୟକ ଇଅନ ମୋର୍ଗାନ ଏବଂ ଅଷ୍ଟ୍ରେଲିଆ ପ୍ୟାଟ୍‌ କୁମିନ୍ସ ଓ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ ଖେଳିଥିଲା। ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୨୦ ଓଭରରେ ୧୪୫/୬(ବେୟାରଷ୍ଟୋ-୫୫, ଡେନ୍‌ଲି ୨୯*, ମୋଇନ ଅଲୀ ୨୩, ଦାଓ୍ବିଦ ମଲନ ୨୧, ଜାମ୍ପା-୨/୩୪, ଷ୍ଟାର୍କ-୧/୨୦, ହାଜେଲଉଡ୍‌-୧/୨୩, ରିଚାର୍ଡଶନ-୧/୩୧, ଅଗର-୧/୩୫)। ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬/୫(ମାର୍ଶ -୩୯, ଫିଞ୍ଚ୍‌-୩୯, ଷ୍ଟୋଇନ୍ସ ୨୬, ରଶିଦ-୩/୨୧, ଉଡ୍‌-୧/୩୮, କୁରାନ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ପିଚ୍‌ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ

ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଚେପକ ଷ୍ଟାଡିୟମରେ...

ଆଇସିସି ଟି୨୦ ଦଳରେ ନାହାନ୍ତି ଭାରତୀୟ

ଦୁବାଇ,୧୯।୧: ଗତ(୨୦୨୧)ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ ଟି୨୦ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଗୋଟିଏ ହେଲେ ଭାରତୀୟ ଖେଳାଳିଙ୍କୁ...

ଟୋକିଓ ଅଲିମ୍ପିକ୍ସ: ମିଳିତ କୋରିଆ ମହିଳା ହକି ଦଳ ଗଠନ ସମ୍ଭବ ହେଲାନି

ସିଓଲ, ୨୩ା୫ (ଏଏଫ୍‌ପି)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଉତ୍ତର କୋରିଆ ସହ ମିଳିତ ମହିଳା ଫିଲ୍ଡ ହକି ଦଳ ପଠାଇବା ଯୋଜନାରୁ ଓହରିଯାଇଛି ଦକ୍ଷିଣ କୋରିଆ।...

ରନ୍‌ ଚେଜ୍‌ ଦିଲ୍ଲୀ ପାଇଁ ଚିନ୍ତାଜନକ

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରନ୍‌ ଚେଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାଜନକ ହୋଇଛି ବୋଲି କୋଚ୍‌ ରିକି ପଣ୍ଟିଂ ସ୍ବିକାର କରିଛନ୍ତି।...

ଧାରଣା ବିଶ୍ୱବ୍ୟାପୀ କରିବାକୁ ଧମକ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ...

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬...

ମୁଁ ପୂରା ଫିଟ୍‌

କେପ୍‌ ଟାଉନ,୧୦।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ତଥା ଅନ୍ତିମ ଟେଷ୍ଟ। ସିରିଜ୍‌ର ବିଜେତା ନିର୍ଣ୍ଣୟ ହେବାକୁ...

ବିଦେଶରେ ଶ୍ରେଷ୍ଠ ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ,୨୬।୮: ନର୍ଥ ସାଉଣ୍ଡଠାରେ ଓ୍ବେଷ୍ଟଇଣ୍ଡିଜକୁ ୩୧୮ ରନ୍‌ରେ ହରାଇ ଭାରତୀୟ ଦଳ ବୃହତ୍‌ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ବିଦେଶ ମାଟିରେ ଭାରତର...

Advertisement
Archives

Model This Week