୩ ମାସରେ ବି ଅପ୍‌ଡେଟ ହେଉନି ନିଲାମ ଖଣି

ନୟାଗଡ଼ ଅଫିସ,୨୭।୪: ନିଲାମ ଖଣିକୁ ୩ ମାସ ମଧ୍ୟରେ ମାପଚୁପ କରାଯାଇ ଅପ୍‌ଡେଟ କରାଯିବାର ସରକାରୀ ନିୟମ ରହିଛି ା ହେଲେ ନୟାଗଡ଼ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଶୀତଳଭଣ୍ଡାରରେ ପଡି ରହୁଛି । ଏଣୁ ମୟୂରଝାଲିଆ ଓ ପୁଅଁାଣିଆ ପରି ପାହାଡ଼ରେ ବେଆଇନ ଖଣିଖନନ ବଢ଼ି ଚାଲିଛି । ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ(ଏନ୍‌ଜିଟି) କୋଲକତାଙ୍କ ଛାଟ ପରେ ଯଦିଓ ମୟୂରଝାଲିଆ ଖଣି ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ତେବେ ଜିଲାର ୪୫ କଳାମୁଗୁନି ପଥର ଖଣି ଓ ୬ ମାଙ୍କଡା ପଥର ଖଣିରେ ଚାଲିଥିବା ବେନିୟମ ଖଣିଖନନକୁ ରୋକାଯାଇ ପାରୁ ନ ଥିବା ଅଭିଯୋଗ ହୋଇ ଆସୁଛି। ବେଆଇନ ଖଣି ଖନନ ଯୋଗୁ ସରକାର ରାଜସ୍ବ ହରାଇ ଚାଲୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଧରପଗଡ଼ ହୋଇ ପାରୁ ନାହିଁ ।
ଗଣିଆ ତହସିଲକୁ ଛାଡିଦେଲେ ନୟାଗଡ଼ ଜିଲାର ୭ ତହସିଲିର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁୂଗୁନି ପଥର ଖଣି ରହିଛି । ରଣପୁର ତହସିଲରେ ୧୩ ପଥର ଖଣି ନିଲାମ ହୋଇଥିବାବେଳେ ଖଣ୍ଡପଡ଼ା ତହସିଲର ୧୦ ଖଣି ଅଛି । ସେହିଭଳି ଭାପୁରରେ ୫, ଦଶପଲ୍ଲାରେ ୫, ନୟାଗଡ଼ରେ ୭, ନୂଆଗଁାରେ ୨, ଓଡ଼ଗଁାରେ ୪ ପଥର ଖଣି ନିଲାମ ହୋଇଛି। ଗଣିଆ ବ୍ଲକରେ ଆଦୌ ଖଣି ନିଲାମ ଦିଆଯାଇନାହିଁ। ସେହିପରି ଓଡ଼ଗଁା ତହସିଲରେ ୨ ଓ ରଣପୁର ତହସିଲରେ ୪ ଏପରି ୬ ମାଙ୍କଡାପଥର ଖଣି ରହିଛି। ତେବେ ନିଲାମ ଖଣି ଗୁଡିକରେ ନିଲାମଧାରୀ ଲିଜ୍‌ ସ୍ଥାନକୁ ଛାଡି ଅନ୍ୟତ୍ର ଖଣି ଖନନ କରୁଥିବାର ଅଭିଯୋଗ ହୋଇ ଆସୁଛି । ପୁଣି ବାର୍ଷିକ ଟାର୍ଗେଟ କ୍ୟୁବିକ ମିଟରକୁ ମାସକରେ ଶେଷ କରି ଦିଆଯାଉଛି। ୩ ମାସରେ ଅପ୍‌ଡେଟ ହେଉ ନ ଥିବାରୁ ଖଣିଚୋରି ରୋକା ଯାଇ ପାରୁନି। ଏହାର ଉଦାହରଣ ମୟୂରଝାଲିଆ ପଥର ଓ ମାଙ୍କଡାଖଣିକୁ ନିଆଯାଇ ପାରେ। ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟରୁ ୪ ଏକର ମାଙ୍କଡ଼ା ପଥର ଖଣି ପାଇଁ ଚାନ୍ଦପୁର ଥାନା ଚମ୍ପାଗଡ଼ର ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ସେହିଭଳି ଅଗ୍ରୱାଲା ଇନ୍‌ଫ୍ରାବିଲ୍‌ଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରଓ୍ବାଲକୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ୨ ଏକର ଜମିରୁ ସାମୟିକ ପରମିଟ୍‌ ଦିଆଯାଇଥିଲା ା ସେମାନେ ଉକ୍ତ ପ୍ଲଟ ନିକଟସ୍ଥ ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି ଚାଲିଥିଲେ । ମୋରମ ଖଣି ଓ ପଥର ଖଣିରେ କୋଟି କୋଟି ଟଙ୍କା ଲାଭ କରାଯାଇଛି । ଯଦି ଏନେଇ ଏନ୍‌ଜିଟିରେ ଅଭିଯୋଗ ହୋଇ ନ ଥାନ୍ତା ତେବେ ଏହା ଉପରେ ରୋକ ଲଗା ଯାଇ ପାରି ନ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଖଣିର ତଦନ୍ତ ପରେ ଜିଲାପାଳ ଓ ଅଭିଯୋଗକାରୀଙ୍କ ବିରୋଧରେ ଯେପରି ଲଞ୍ଚ ଅଭିଯୋଗ ଆସିଥିଲା ା ଏନ୍‌ଜିଟିଙ୍କ ଛାଟ ନ ବାଜିଥିଲେ ଅଭିଯୋଗ କରିବାକୁ ଲୋକ ଭୟଭୀତ ହୋଇଥାନ୍ତେ। ସେହିପରି ଓଡ଼ଗଁା ତହସିଲର ପୁଅଁାଣିଆ ଖଣିରେ ମଧ୍ୟ ବେନିୟମ ଭାବେ ଖଣି ଖନନ ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଛି । ଖଣିଚୋରମାନେ ଏକ ସ୍ବତନ୍ତ୍ର ରାସ୍ତା କରି ବେଆଇନ ପଥର ଚୋରିକୁ ବୃଦ୍ଧି କରିଛନ୍ତି। ଯଦିଓ ଓଡ଼ଗଁା ତହସିଲଦାର କହୁଛନ୍ତି, ଘଟଣାର ତଦନ୍ତ ଚାଲୁଛି ତେବେ ଏଠାରେ ବେନିୟମ ଖଣିଖନନକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏନେଇ ଚାନ୍ଦପୁରର ରାମଚନ୍ଦ୍ର ସାହୁ କୁହନ୍ତି, ମୟୂରଝାଲିଆ ଖଣିର ନିଲାମଧାରୀ ବହୁ ପ୍ରଭାବଶାଳୀ । ତାଙ୍କ ପଛରେ ଜଣେ ରାଜନୈତିକ ବ୍ୟକ୍ତି ଓ ଥାନା ଅଧିକାରୀଙ୍କ ସହଯୋଗ ରହିଛି । କୋଲକତା ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଉନ୍ନୀତକରଣ ସମୟରେ କୋଟି କୋଟି ଟଙ୍କା ଲାଭ କରାଯାଇଛି । ଦେଖାଯାଉ ଏନଜିଟି ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି । ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ କୁହନ୍ତି, ମୟୂରଝାଲିଆ ଖଣିଦୁର୍ନୀତିରେ ପୂର୍ବତନ ତହସିଲଦାରଙ୍କ ସମେତ ୭ଜଣଙ୍କ ନଁାରେ ଏତଲା ଦିଆଯିବାର ଏନ୍‌ଜିଟିଙ୍କ ନିଦ୍ଦେଶ ସ୍ବାଗତଯୋଗ୍ୟ, ତେବେ ୨୫ କୋଟି ଟଙ୍କାର କୋମଣ୍ଡ ଓ ରୋହିବାଙ୍କ ମାଙ୍କଡ଼ା ଖଣି ଦୁର୍ନୀତି ଓ ପୁଅଁାଣିଆ ଟାଙ୍ଗେରି ପାହାଡ଼ ଲୁଟ୍‌ ରେ ୨୫ କୋଟି ଟଙ୍କାର ଖଣିଜ ସମ୍ପଦ ଚୋରି ପାଇଁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେବେ ଓଡ଼ଗଁା ତହସିଲଦାର ବିଜୟିତା ସମାନ୍ତସିଂହାରକୁ କେବଳ ବଦଳି ଓ କୋମଣ୍ଡ ଆରଆଇଙ୍କୁ ନିଲମ୍ବନ କରି ଚୁପ ରହିବା ଜିଲା ପ୍ରଶାସନକୁ ସନ୍ଦେହରେ ପକାଇଛି । ତହସିଲଦାରଙ୍କ ବିରୋଧରେ କାହିଁକି ଏଫ୍‌ଆଇଆର ଦିଆଯାଉ ନାହିଁ ପ୍ରଶ୍ନ କରିଛନ୍ତି । ପଞ୍ଚମୁର ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ପୁଅଁାଣିଆ ନିକଟସ୍ଥ ଟାଙ୍ଗେରା ପାହାଡକୁ ମାଟିରେ ମିଶାଇ ପ୍ରାୟ ୪୦ କୋଟି ଟଙ୍କାର ଲଘୁ ଖଣିଜ ଲୁଟ ହୋଇ ସାରିଲାଣି । ଏଥିରେ ରାଜନୈତିକ ବ୍ୟକ୍ତି ସାମିଲ ଥିବାରୁ ଖଣି ଲୁଟ୍‌ର ତଦନ୍ତ ହେଉନି। ସେମାନେ ୪ ଖଣିଚୋରଙ୍କ ମାଧ୍ୟମରେ ୨୦୧୮ରୁ ବେନିୟମ ଭାବେ ଖଣିଖନନ କରି ଚାଲିଛନ୍ତି। ଏହାକୁ ଏନ୍‌ଜିଟିରେ ଅଭିଯୋଗ କରାଗଲେ ଖଣିଚୋରଙ୍କ ଭୟ ବଢ଼ନ୍ତା ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?