୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ

ବଲାଙ୍ଗୀର ଅଫିସ,୧୭ା୧: ଗଣତନ୍ତ୍ରର ସଶକ୍ତିକରଣ, ତୃଣମୂଳସ୍ତରରୁ ଲୋକଙ୍କ ଭାଗିଦାରୀ ଏବଂ ବିକାଶମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ସୁଦୃଢ଼ କରୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଗୋଟିଏ ପଞ୍ଚାୟତର ସରପଞ୍ଚ ପଦକୁ ନିଲାମ ପ୍ରକ୍ରିୟାରେ ଚୂଡାନ୍ତ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ। ସେଠାକାର ଏକ ମନ୍ଦିର ପୂଜା କମିଟି ବୈଠକ କରି ସରପଞ୍ଚ ପଦକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରରେ ରଖିବା ପାଇଁ ନିଲାମ ଡାକ ଜରିଆରେ ଚୂଡାନ୍ତ କରିଥିବା କୁହାଯାଉଛି। ଉକ୍ତ ନିଲାମ ପ୍ରକ୍ରିୟାରେ ଜଣେ ଆଶାୟୀ ପ୍ରାର୍ଥୀ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ସରପଞ୍ଚ ପଦ ହାସଲ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପଦବୀକୁ ନେଇ ମନ୍ଦିର କମିଟି କିଛିଦିନ ତଳେ ଗାଁରେ ଏକ ବୈଠକ ଡକାଇଥିଲେ। ବୈଠକରେ ବିଲେଇସର୍ଡା, ବନ୍ଦନାକଟା ଓ କସୁରୁପାଲି ଗ୍ରାମର ଶତାଧିକ ଲୋକ କୁଆଡେ ଯୋଗ ଦେଇଥିଲେ। ପଞ୍ଚାୟତ ଭୋଟ୍‌ରେ ସରପଞ୍ଚ ହେବାକୁ ଆଶାୟୀ ଥିବା ବ୍ୟକ୍ତଙ୍କୁ ଡକାଯାଇଥିଲା। ୩ ଜଣ ସରପଞ୍ଚ ଆଶାୟୀ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କମିଟିର କେତେକ ସଦସ୍ୟ କହିଥିଲେ ଯେ, ସରପଞ୍ଚ ପଦବୀକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବାକୁ ନିଷ୍ପତ୍ତି ହୋଇଛି। ଯିଏ କମିଟିକୁ ଅଧିକ ଟଙ୍କା ସହାୟତା ଦେବେ ତାକୁ ସରପଞ୍ଚ ଭାବେ ବୈଠକରେ ଘୋଷଣା କରାଯିବ। କମିଟି ନିଷ୍ପତ୍ତି ଅନୁସାରେ ଅନ୍ୟ କୌଣସି ବ୍ୟକ୍ତି ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହି ସର୍ତ୍ତ ଅନୁସାରେ ଆଶାୟୀ ୩ ଜଣ ମଧ୍ୟରୁ ଜଣେ ପ୍ରାର୍ଥୀ ୨୧ଲକ୍ଷ ଟଙ୍କା କମିଟିକୁ ଦେବାକୁ ପ୍ରଥମେ ଘୋଷଣା କରିଥିଲେ। ଏହାକୁ ଅନ୍ୟ ଜଣେ ଆଶାୟୀ ପ୍ରାର୍ଥୀ ବେଆଇନ ଘୋଷଣା କରିଥିଲେ। ନିର୍ବାଚନରେ ନିଲାମ ଡାକ ଠିକ୍‌ ନୁହେଁ ବୋଲି କହିଥିଲେ। ତେବେ ଉକ୍ତ ବୈଠକରେ ଉପସ୍ଥିତ ଲୋକେ ଏହା କମିଟି ନିଷ୍ପତ୍ତି ମାନିବାକୁ ପଡିବ ବୋଲି ବୁଝାଶୁଝା କରିଥିଲେ। ପରେ ବିଦ୍ରୋହୀ ଆଶାୟୀ ପ୍ରାର୍ଥୀ ଜଣକ ୪୪ ଲକ୍ଷ ଡାକ ଛାଡିଥିଲେ। ଏହା ପରେ ତୃତୀୟ ଆଶୟୀ ପ୍ରାର୍ଥୀ ୪୪ ଲକ୍ଷ ୧୦ହଜାର ଟଙ୍କା ଡାକ ଛାଡିବା ପରେ ସମସ୍ତେ ତାଳି ମାରି ସର୍ବାଧିକ ଟଙ୍କା ଘୋଷଣା କରିଥିବା ତୃତୀୟ ଆଶାୟୀ ପ୍ରାର୍ଥୀଙ୍କୁ ଭାବି ସରପଞ୍ଚ ବୋଲି ଘୋଷଣା କରିଥିଲେ। ଏହି ବୈଠକ ଗତ ୧୫ ତାରିଖରେ ବିଲେଇସର୍ଡା ଗାଁରେ ବସିଥିବା କୁହାଯାଉଛି। ସରପଞ୍ଚ ପଦବୀ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ନିଲାମ ହୋଇଥିବା ଖବର ପ୍ରଚାରିତ ହେବା ପରେ ସୋମବାର ସରପଞ୍ଚ ଘୋଷିତ ପ୍ରାର୍ଥୀ ଏକ ଗଣମାଧ୍ୟମରେ ମତ ରଖି ୪୪ ଲକ୍ଷ ନୁହେଁ ୪୪ ହଜାର ଟଙ୍କା ଦେବାକୁ ପୂଜା କମିଟି ପକ୍ଷରୁ କୁହାଯାଇଥିଲା ଓ ସେ ରାଜି ହୋଇଥିବା ଜଣାଇଛନ୍ତି। ହେଲେ ଘଟଣାର ତଦନ୍ତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri