ଜାଲ ଦସ୍ତାବିଜ ବଳରେ ଜମି ବିକ୍ରି ଉଦ୍ୟମ : ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଜିଲା ଉପନିବନ୍ଧକ

ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା ପଡିଛି । ଏନେଇ ଜିଲା ଉପ ନିବନ୍ଧକ ଦେବଗଡ ଥାନାରେ ଲିଖୀତ ଅଭିଯୋଗ କରିବାପରେ ପୁଲିସ ଦେବଗଡ ପୌରାଞ୍ଚଳ ତଳ ଭିତିରିଆସାହିର ଜଣେ ବିଧବା ମହିଳା ଓ ତାଙ୍କ ପୁଅ ବିରୁଦ୍ଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଞ୍ଚଳ ତଳ ଭିତିରିଆ ସାହିର ସ୍ବର୍ଗତଃ ଅରୁଣ ପ୍ରଧାନଙ୍କ ବିଧବା ସ୍ତ୍ରୀ ସଞ୍ଜୁକ୍ତା ପ୍ରଧାନ ଓ ପୁଅ ଶାନ୍ତନୁ ପ୍ରଧାନ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ରେ ଥିବା ୫୬ ଡେସିମିଲ ଜମି ବିକ୍ରୀକୁ ୮୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ଦେବଗଡ ପୌରାଞ୍ଚଳ ରଙ୍ଗିଆଗୁଡା ସାହିର ସୁଜାତା ହଂସ, ତଳ ଭିତିରିଆ ସାହିର ସଞ୍ଜୟ ଖାଁ, ମେହେଜାବିନ ବାନୋ ଓ ତିଲେଇବଣି ବ୍ଲକ ତଥା ଦେବଗଡ ଥାନାଞ୍ଚଳ କୁରେହିଁବାହାଳ ଗ୍ରାମର ଡୋଳାକାନ୍ତ ନାୟକଙ୍କୁ ବିକ୍ରୀପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ସଞ୍ଜୁକ୍ତା ଓ ତାଙ୍କ ପୁଅ ଶାନ୍ତନୁ ଜାଲ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୪ଲକ୍ଷ ୪୪ ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ସହିତ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ କରିଥିଲେ ଏବଂ ଜମି ବିିକ୍ରି ଓ ୧ ପଞ୍ଜୀକରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ କାଗଜପତ୍ର ଯାଞ୍ଚ ସମୟରେ ଦାଖଲ ହୋଇଥିବା ଲିଗାଲ ହେୟାର ସାର୍ଟିଫିକେଟ ଜାଲ ହୋଇଥିବା ଜିଲା ଉପ ନିବନ୍ଧକଙ୍କ ସନ୍ଦେହ ହୋଇଥିଲା । ଫଳରେ ସେ ଦାଖଲ ହୋଇଥିବା ଲିଗାଲ ହେୟାର ସାର୍ଟିଫିକେଟର ବୈଦ୍ଧତା ନିମନ୍ତେ ଦେବଗଡ ତହସିଲଦାରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଏହା ଜାଲ ବୋଲି ଜଣାପଡିଥିଲା । ଫଳରେ ଜିଲା ଉପନିବନ୍ଧକ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?