ଖଣି ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉପରେ ଆକ୍ରମଣ

ଘସିପୁରା,୧ା୧୨: କେନ୍ଦୁଝର ଜିଲା ଖଣି ବିଭାଗ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଉପରେ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି। ଏହି ଆକ୍ରମଣରେ ଖଣି ବିଭାଗର କନିଷ୍ଠ ମାଇନିଂ ଅଫିସର ସୁରଜ ହେମ୍ବ୍ରମଙ୍କ ସହିତ ୩ ସୁରକ୍ଷାକର୍ମୀ ଓ ଗାଡ଼ିଚାଳକ ଆହତ ହୋଇଛନ୍ତି। ଆହତମାନେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇବା ସହିତ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରବିବାର ରାତିରେ ଆନନ୍ଦପୁର ବ୍ରିଜ୍‌ ଛକ ପାର୍ଶ୍ୱରୁ ଖଣିବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗାଡ଼ି ବୈତରଣୀ ସେତୁ ଅତିକ୍ରମ କରିବା ପରେ ଘସିପୁରା ଥାନା ସିଂହସାହି ଛକ ନିକଟ ହମ୍ପସ୍‌ଠାରେ ପିଛାକରି ଆସୁଥିବା କେତେକ ଗାଡ଼ି ତାଙ୍କୁ ଆଡ୍ଡା ପକାଇ ଅଟକାଇଥିଲା। ପରେ ଦୁଇଟି ଗାଡ଼ିରୁ କିଛି ଲୋକ ଅତର୍କିତ ଭାବେ ବାହାରି ଲୁହା ପାଇପ୍‌ ସାହାଯ୍ୟରେ ଏନ୍‌ଫୋର୍ସମେଣ୍ଟ୍ଟ ଟିମ୍‌ ଗାଡ଼ିର କାଚ ଭାଙ୍ଗିବା ସହିତ ଖଣି ବିଭାଗ କନିଷ୍ଠ ଅଫିସର ଏବଂ ସୁରକ୍ଷାକର୍ମୀଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରବିବାର ରାତିରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ପ୍ରଥମେ କେନ୍ଦୁଝର କାର୍ଯ୍ୟାଳୟରୁ ବାହାରି ହରିଚନ୍ଦନପୁର ଅଞ୍ଚଳକୁ ଆସିଥିଲେ। ସେଠାରୁ ଫେରିବା ସମୟରେ ସେହି ଠାରୁ ହିଁ ଦୁଇଟି ଗାଡ଼ି ତାଙ୍କୁ ଫଲୋ କରିଥିବା ଖଣି ବିଭାଗ କନିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। କିନ୍ତୁ କିଛି ବାଟ ଆସିବା ପରେ ପିଛା କରୁଥିବା ଗାଡ଼ି ସମ୍ପର୍କରେ କିଛି ଜଣାପଡ଼ି ନ ଥିଲା। ଅପରପକ୍ଷେ ଖଣି ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆନନ୍ଦପୁରରେ ପହଞ୍ଚିବା ପରେ ବୈତରଣୀ ନଦୀ ପାର ହୋଇ ଆନନ୍ଦପୁର କଲେଜ ଅଭିମୁଖେ ଆସିଥିଲେ। କଲେଜ ନିକଟରୁ ଗାଡ଼ି ଫେରି ଆନନ୍ଦପୁର ବସ୍‌ଷ୍ଟାଣ୍ଡ ପରେ ଘସିପୁରା ଅଭିମୁଖେ ଆସିବା ସମୟରେ ଆନନ୍ଦପୁର ବ୍ରିଜ୍‌ଛକ ଠାରେ ଥିବା ୫ରୁ ୬ଟି ଚାରି ଚକିଆ ଗାଡ଼ିରେ କିଛି ଲୋକ ତାଙ୍କୁ ଫଲୋ କରିଥିଲେ। ସେତୁ ଅତିକ୍ରମ ପରେ ହମ୍ପସ୍‌ ନିକଟରେ ଗାଡ଼ି ଗତି ଧିମା ହେବାରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗାଡ଼ିକୁ ଅଟକାଯାଇ ଅତର୍କିତ ଆକ୍ରମଣ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri