ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟାକୁଳ ହୋଇପଡିଛନ୍ତି। ଅତାବିରା ଦୁର୍ଗା ମନ୍ଦିର ସଭା କକ୍ଷରେ ମଧ୍ୟାହ୍ନରରେ ପ୍ରଶାସନ, ସଚେତନ ନାଗରିକ ମଞ୍ଚ, ବାଣିଜ୍ୟ ପ୍ରତିଷ୍ଠାନ ସଂଘ, ଓକିଲ ସଂଘ, ରାଜନୀତି ଦଳ, ଏନ୍‌ଏସି କତ୍ତୃପକ୍ଷ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷାକରି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଗଷ୍ଟ ୨ ତାରିଖ ଯାଏ ଅତାବିରା ଏନ୍‌ଏସି ଅଞ୍ଚଳକୁ ଶଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ସେବା ଯୋଗାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ମେଡିଶିନ, ଦୁଗ୍ଧ, ଗ୍ରୋସରିକୁ ବାଦ୍‌ ଦେଲେ ସବୁ ଦୋକାନବଜାର ବନ୍ଦ ରହିବ। ବୈଠକରେ ଅତାବିରା ବିଡିଓ ପ୍ରଣବ ଚାନ୍ଦ, ତହସିଲଦାର ହୃଦାନନ୍ଦ ଅଡା, ଯୋଗାଣ ଅଧିକାରୀ ବିଶ୍ୱରଞ୍ଜନ ସାହୁ, ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ ଧରିଲା ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବୈଠକ ଶନିବାର ସଭାପତି କେଦାରନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ...

୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଶନିବାରଠାରୁ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ...

ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର...

ଜରି ବସ୍ତାରେ ଧାନ କିଣାକୁ ନେଇ ବିବାଦ

ପଦ୍ମପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗଠାରେ ମହିଳା ମହାସଂଘ ପକ୍ଷରୁ ଗୋରାମାଟି ଓ ସାବରଙ୍ଗ ପଞ୍ଚାୟତର ଚାଷୀଙ୍କଠାରୁ ଧାନ କିଣା ଯାଉଛି। ପ୍ରଥମରୁ ଝୋଟ...

କରୋନାର ତୃତୀୟ ଲହରକୁ ନେଇ ଚିନ୍ତା: ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଭିଡ-୧୯ ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲାର ଜିଲାପାଳ, ଏସ.ପି....

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ, କହିଲେ ୭ ଦିନ ମଧ୍ୟରେ ୪ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡ଼ି,୧୭ା୬(ଅରୁଣ ସାହୁ): ଦୁଇଦିନିଆ କନ୍ଧମାଳ ଜିଲା ଗସ୍ତରେ ୫ -ଟି ସଚିବ ଭି.କେ. ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି...

ଏପ୍ରିଲ୍‌ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା

ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ...

Advertisement
Archives

Model This Week