ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏଥିରେ ସହରର ଅତିକମ୍‌ରେ ୨୦ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରୁଷିଆର ତୈଳ ପ୍ରତିଷ୍ଠାନଗୁଡ଼ିକ ଉପରେ ୟୁକ୍ରେନର ଆକ୍ରମଣର ପ୍ରତିଶୋଧ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମସ୍କୋ କହିଛି।
ରାତି ସାରା ୟୁକ୍ରେନ୍‌ର ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। କର୍ତ୍ତୃପକ୍ଷ ବିମାନ ଆକ୍ରମଣ ସତର୍କ ସୂଚନା ଜାରି କରିବା ପରେ ଅନେକ ଲୋକ ସବ୍‌ଓ୍ବେ ଷ୍ଟେଶନଗୁଡ଼ିକରେ ଆଶ୍ରୟ ନେଇଥିଲେ। ସକାଳ ହେବା ପରେ ମଧ୍ୟ ଜରୁରିକାଳୀନ ବାହିନୀ ଭାଙ୍ଗିଯାଇଥିବା ଓ ଜଳିଯାଇଥିବା ଆପାର୍ଟମେଣ୍ଟ ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ପୀଡ଼ିତମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ୟୁକ୍ରେନ୍‌ର ଦୂରଗାମୀ ଆକ୍ରମଣ ଯୋଗୁ ରୁଷିଆରେ ତୀବ୍ର ଇନ୍ଧନ ଅଭାବ ଦେଖାଦେଇଛି ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ଫଳରେ ଏହାର ଜବାବରେ ଏହି ବୋମା ବର୍ଷଣ କରାଯାଇଛି। ୟୁକ୍ରେନର ବଡ଼ଧରଣର ଆକ୍ରମଣକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘୪୦-ଦିନର ବ୍ଲିଜ୍‌’ ବା ଘନ ଘନ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଏଥିରେ ତୈଳ ବିଶୋଧନାଗାରଗୁଡ଼ିକୁ ମୁଖ୍ୟତଃ ଟାର୍ଗେଟ୍‌ କରାଯାଇଛି। ଏହାଦ୍ୱାରା ରୁଷିଆରେ ଇନ୍ଧନ ସଙ୍କଟ ସୃଷ୍ଟି ହୋଇଥିବାରୁ ରୁଷୀୟବାସୀ ନିରାଶ ହୋଇଛନ୍ତି। ମସ୍କୋ ପକ୍ଷରୁ ପଡ଼ୋଶୀ ଦେଶ ଉପରେ ପୂର୍ଣ୍ଣମାତ୍ରାରେ ଆକ୍ରମଣ କରାଯିବାର ୪ ବର୍ଷରୁ ଅଧିକ ସମୟ ପରେ ଏହି ସ୍ଥିତି ଉପୁଜିଛି। ୟୁକ୍ରେନର ଅଧିକାରୀମାନେ କହିଛନ୍ତି, ସେମାନେ ପୁଟିନ୍‌ଙ୍କୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ମସ୍କୋର ଜବାବ କେବଳ ପଲଟା ଆକ୍ରମଣ କରିବାରେ ରହିଛି।
ଯୁଦ୍ଧ ଶେଷ କରିବା ପାଇଁ ନିକଟରେ ଟ୍ରମ୍ପ୍‌ ପ୍ରଶାସନ ଦ୍ୱାରା କରାଯାଇଥିବା କୂଟନୈତିକ ପ୍ରୟାସର କୌଣସି ସଫଳ ପରିଣାମ ମିଳିନାହିଁ। ପାଶ୍ଚାତ୍ୟ ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ, ପୁଟିନ୍‌ ଭାବୁଛନ୍ତି ଯେ ସମୟ ତାଙ୍କ ସପକ୍ଷରେ ଅଛି। କିନ୍ତୁ ପାଶ୍ଚାତ୍ୟ ସହଯୋଗ ଧୀରେ ଧୀରେ କମିଯିବ ଏବଂ ରଣନୀତିକ ବୋମା ବିସ୍ଫୋରଣର ଚାପରେ ୟୁକ୍ରେନ୍‌ର ପ୍ରତିରୋଧ ଶେଷରେ ଭାଙ୍ଗି ପଡ଼ିବ।
କିଭ୍‌୍‌ ସିଟି ପ୍ରଶାସନର ମୁଖ୍ୟ ତିମୁର ତକାଚେଙ୍କୋଙ୍କ କହିବା ଅନୁଯାୟୀ, କିଭ୍‌ ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ଲିଭ ମେୟର ଭିଟାଲି କ୍ଲିଟ୍ସକୋଙ୍କ ସୂଚନା ଅନୁସାରେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା କହିଛନ୍ତି, ରାଜଧାନୀରେ ଏହା ଏକ ‘ଭୟଙ୍କର ରାତି’ ଥିଲା। ତିମୁର ତକାଚେଙ୍କୋଙ୍କ ଅନୁଯାୟୀ, ସହରର ୩୦ଟି ସ୍ଥାନରେ କ୍ଷୟକ୍ଷତି ରେକର୍ଡ କରାଯାଇଛି, ଯେଉଁଥିରେ ମୁଖ୍ୟତଃ ଆବାସିକ ଗୃହ ଏବଂ ସାଧାରଣ ନାଗରିକଙ୍କ ଭିତ୍ତିଭୂମି ସାମିଲ ରହିଛି।
ଅନ୍ୟପକ୍ଷରେ ମସ୍କୋର ପୂର୍ବରେ ଅବସ୍ଥିତ ନିଜନି ନୋଭଗୋରୋଡ ଅଞ୍ଚଳରେ ରୁଷିଆର ଅନ୍ୟତମ ବୃହତ୍ତମ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍‌ ସେନା ରାତିଅଧରେ ଆକ୍ରମଣ କରି ଏକ ଅଗ୍ନିକାଣ୍ଡ ଘଟାଇଛି ବୋଲି ୟୁକ୍ରେନର ଜେନେରାଲ ଷ୍ଟାଫ୍‌ କହିଛନ୍ତି। ଏହା ସହିତ ରୁଷିଆ ଅଧିକୃତ ଲୁହାନସ୍କ ଅଞ୍ଚଳର ସିଭେରସ୍କି ଡୋନେଟ୍ସ ନଦୀ ଉପରେ ଥିବା ଏକ ରେଳ ପୋଲ ଉପରେ ମଧ୍ୟ ୟୁକ୍ରେନ ସେନା ଆକ୍ରମଣ କରିଥିବା ଏଥିରେ କୁହାଯାଇଛି। ଜେନେରାଲ ଷ୍ଟାଫ୍‌ ଅନୁଯାୟୀ, ରୁଷିଆ ସେନା ଦ୍ୱାରା ସୈନ୍ୟ, ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସାମଗ୍ରୀ ପରିବହନ ପାଇଁ ଏହି ବ୍ରିଜ୍‌ ବ୍ୟବହାର କରାଯାଉଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?