ଗିରଫ ହେଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁରୀ ଜିଲା ନିମାପଡ଼ା ସବ୍‌ଡିଭିଜନ୍‌ର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ ତାଙ୍କ ଆୟ ଠାରୁ ୩୩୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେହୁରୀଙ୍କ କାର୍ଯ୍ୟାଳୟ ଓ ପୈତୃକ ଗୃହ ସମେତ ୭ଟି ସ୍ଥାନରେ ମଙ୍ଗଳବାର କଟକ ଡିଭିଜନ୍‌ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ତାଙ୍କର ୩. ୫୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏଥିମଧ୍ୟରେ ୨୮ଟି ପ୍ଲଟ୍‌, ନଗଦ ୧.୬୨ ଲକ୍ଷ ଟଙ୍କା, ଏକ ତିନି ମହଲା କୋଠା, ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ଏକ ଚାରିଚକିଆ ଗାଡ଼ି, ସୁନାଗହଣା, ୨ଟି ବାଇକ୍‌ ପ୍ରଭୃତି ରହିଛି। ସେହିପରି ତାଙ୍କ ବାସଭବନ ଓ କାର୍ଯ୍ୟାଳୟରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା।
ସୂଚନା ଅନୁଯାୟୀ, ଢେଙ୍କାନାଳ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗର ୫ ଡିଏସ୍‌ପିଙ୍କ ନେତୃତ୍ୱରେ ୧୨ ଇନ୍ସପେକ୍ଟର ଏବଂ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ୭ଜଣିଆ ଟିମ୍‌  ଏକକାଳୀନ ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାର ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। କେବଳ ଢେଙ୍କାନାଳରେ ୨୧ ଓ ଭୁବନେଶ୍ୱରରେ ୭ଟି ପ୍ଲଟ ଠାବ କରାଯାଇଥିଲା। ସେଲ୍‌ ଡିଡ୍‌ ଅନୁଯାୟୀ ଏସବୁର ଆନୁମାନିକ ମୂଲ୍ୟ ୧.୪୫ କୋଟି ଆକଳନ ହୋଇଛି। ତେବେ ପ୍ଲଟ୍‌ଗୁଡ଼ିକ ଅଣ୍ଡର ଭାଲ୍ୟୁଏଶନରେ ରେଜିଷ୍ଟ୍ରେଶନ କରାଯାଇଥିବାରୁ ପ୍ରକୃତ ମୂଲ୍ୟ ବହୁ ଅଧିକ ହେବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଭିଆଇଏମ୍‌-୪୪୨ସ୍ଥିତ ପ୍ଲଟ ନଂ. ୦୪/୬୩୦୭ରେ ଥିବା ତିନିମହଲା କୋଠାର ମୂଲ୍ୟ ପ୍ରାୟ ୯୨ ଲକ୍ଷ, କଳାରାହାଙ୍ଗ ଓ ଆଇଗିଣିଆରେ ୧୨.୩୪ ଲକ୍ଷର ଦୁଇଟି ଘର, ଢେଙ୍କାନାଳ ସହରର ପ୍ଲଟ ନଂ. ୧୯୭୦/୩୯୫ ଏବଂ ୩୪୯୬/୧୧୦୩୧ରେ ଥିବା ଦୁଇଟି ଏକମହଲା କୋଠାର ମୂଲ୍ୟ ପ୍ରାୟ ୨୦.୭୭ ଲକ୍ଷ ଟଙ୍କା, ଢ଼େଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ଗୁଣଦେଈରେ ଥିବା ୧୨ ଲକ୍ଷ ଟଙ୍କାର ଏକମହଲା କୋଠା, ୧୧ଲକ୍ଷ ଟଙ୍କାର ମହିନ୍ଦ୍ରା ରେନୋ ଲାଗୁନ୍‌ ଗାଡ଼ି ସମେତ ୧୨.୧୮ ଲକ୍ଷ ଟଙ୍କାର ସୁନା ଓ ଆସବାବପତ୍ର ଠାବ ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱର ଶୈଳଶ୍ରୀ ବିହାର ଫ୍ଲାଟ୍‌ ନଂ. ଏ/୨୦୯ରେ ଭଡ଼ା ଲାଗିଥିବା ଆବାସିକ କୋଠା ଓ ଢେଙ୍କାନାଳ ସପ୍ତଶଯ୍ୟାସ୍ଥିତ ନିର୍ମାଣାଧୀନ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?