ଶଙ୍ଖ ଛାଡି ହାତ ଧରିବେ ଅସିତ୍‌

ଭଦ୍ରକ,୮।୪ (ସନାତନ ରାଉତ):ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଅସିତ ପଟ୍ଟନାୟକ(ବୁଲୁ) କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି। ତାରିଖ ସ୍ଥିର ହୋଇ ନ ଥିବା ବେଳେ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ସେ ଆଶାୟୀ ଥିବାବେଳେ ବିଜେଡିରୁ ତାଙ୍କୁ ଟିକେଟ ନ ମିଳିବାରୁ ଗତ ବୁଧବାର ରାତିରେ ଦଳରୁ ଇସ୍ତଫା ଦେଇଥିଲେ। ପରେ ୪ ତାରିଖ ରାତିରେ ଭଦ୍ରକ ନରିପୁରସ୍ଥିତ ବାସଭବନରେ ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା ପରେ କଂଗ୍ରେସରେ ଯୋଗଦେବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି।
ଭଦ୍ରକ ବିଧାନସଭା ଆସନ ପାଇଁ ପୂର୍ବରୁ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଏବଂ ଭାଜପା ନବାଗତ ଯୁବନେତା ସୀତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଅପରପକ୍ଷେ ଅସିତ୍‌ କଂଗ୍ରେସରେ ସାମିଲ ହେବା ପରେ ଯଦି ଭଦ୍ରକ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି, ତେବେ ଏଠାରେ ଦ୍ୱିମୁଖୀ ନୁହେଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅସିତ୍‌ଙ୍କ ଇସ୍ତଫା ଓ କଂଗ୍ରେସରେ ମିଶିବା ଚର୍ଚ୍ଚା ଭଦ୍ରକର ରାଜନୀତିକୁ ରୋଚକ କରିଦେଇଛି। ପ୍ରମୁଖ ୩ ଦଳ ମଧ୍ୟରୁ ଦୁଇଟି ଦଳର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ଭଦ୍ରକବାସୀ ଅପେକ୍ଷା କରିଛନ୍ତି।
ଗତ ନିର୍ବାଚନରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଯୋଗୁ ଭାଜପା ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହୋଇଥିଲା। ଏକଦା କଂଗ୍ରେସର ଗଡ଼ ଥିବା ଭଦ୍ରକ ଆସନରେ ୨୦୧୯ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ଆଗାମୀ ନିର୍ବାଚନରେ ଅସିତ୍‌ ଯଦି କଂଗ୍ରେସରେ ପ୍ରାର୍ଥୀ ହୁଅନ୍ତି କଂଗ୍ରେସ ଭୋଟ ସହ ବିଜେଡିରେ ଥିବା ତାଙ୍କ ସମର୍ଥକମାନଙ୍କ ଭୋଟ ହାତେଇନେବେ ବୋଲି ଚର୍ଚ୍ଚା ହେଉଛି। ଅସିତ୍‌ଙ୍କ ବାପା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ଚେହେରା। ଏବେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତ ଏବଂ ୱାର୍ଡରେ ତାଙ୍କର ନିଜସ୍ବ ଭୋଟ ରହିଛି। ତେଣୁ ଅସିତ୍‌ଙ୍କ ନେତୃତ୍ୱ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। ଅପରପକ୍ଷେ ଅସିତ୍‌ଙ୍କ ସହଯୋଗରେ ଗତ ପୌର ନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇଥିବା ସଂଖ୍ୟାଲଘୁ ନେତ୍ରୀ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ତାଙ୍କ ପ୍ରତିନିଧି ଯୁବନେତା ଜାହିଦ ହବିବ ନିକଟରେ ଅସିତ୍‌ଙ୍କ ହାତ ଛାଡ଼ି ଦେଇଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲଙ୍କ ସହ ପୌରାଧ୍ୟକ୍ଷାଙ୍କ ଭେଟଘାଟ୍‌ ପରେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri