ଅଲୋଡ଼ା ମାତାପିତା

କେନ୍ଦ୍ର ସରକାର ଦେଶର ସବୁ ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ସ୍ଥାନୀୟ ଏନ୍‌ଜିଓଗୁଡ଼ିକ ସହଯୋଗରେ ଏହା ନିର୍ମାଣ କରିବା ଲାଗି ୨୫୦ ଜିଲାକୁ ଚିହ୍ନଟ କରାଯାଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଦେଶରେ ବୃଦ୍ଧାବୃଦ୍ଧ ସଂଖ୍ୟା ବୃଦ୍ଧି ପାଇବା ସହ ସେମାନଙ୍କ ସମସ୍ୟା ବଢ଼ିଚାଲିଛି ଓ ଏହା ଉପରେ ସରକାର ଚିନ୍ତା କରୁଥିବା ଜଣାପଡ଼ୁଛି। ବୃଦ୍ଧାବୃଦ୍ଧଙ୍କ ସମସ୍ୟା ମୂଳରେ ଅନେକ କାରଣ ରହିଛି। ସାମାଜିକ ସ୍ତରରେ ମୁଖ୍ୟତଃ ପାରିବାରିକ କ୍ଷେତ୍ରରେ ସେମାନେ ଅବହେଳାର ଶିକାର ହେବା କାରଣରୁ ଏହା ଘଟୁଛି। ଏକାନ୍ନବର୍ତ୍ତୀ ପରିବାର ଭାଙ୍ଗିଯିବା, ଯୁବପିଢ଼ି ରୋଜଗାର ସକାଶେ ସହରମୁହାଁ ହେବା ଯୋଗୁ ସେମାନଙ୍କ ଜନ୍ମଦାତା ମାତାପିତାଙ୍କ ସେବାଯତ୍ନରେ ବାଧା ଉପୁଜୁଛି। ଦେଖାଯାଏ ଅଧିକାଂଶ ମାତାପିତାଙ୍କୁ ପିଲାମାନେ ନେଇ ବୃଦ୍ଧାଶ୍ରମରେ ଫୋଫାଡ଼ି ଦେଇ ଆସୁଛନ୍ତି। ଯେତେବେଳେ ବୃଦ୍ଧାଶ୍ରମ ବ୍ୟବସ୍ଥା ନ ଥିଲା ସେତେବେଳେ ସନ୍ତାନମାନେ ସେମାନଙ୍କ ମାତାପିତାଙ୍କୁ ନେଇ ବନାରସ ଭଳି ସହରରେ ତୀର୍ଥ କରିବା ଆଳରେ ହଜେଇ ଦେଇ ଆସୁଥିଲେ। ଏବେ ସେହିଭଳି ବୃଦ୍ଧ ମାତାପିତା ବୃଦ୍ଧାଶ୍ରମକୁ ସେମାନଙ୍କ ଶେଷ ଭରସା ବୋଲି ମନେ କରୁଛନ୍ତି। ବିଭିନ୍ନ ରାଜ୍ୟରେ ଏନ୍‌ଜିଓ, ଧର୍ମୀୟ କିମ୍ବା ସେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ବୃଦ୍ଧାଶ୍ରମଗୁଡ଼ିକ ଚାଲିଛି। ବଦାନ୍ୟ ବ୍ୟକ୍ତି ଏବଂ ସରକାର ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି। ସେଥିମଧ୍ୟରୁ ଭାରତର ବଡ଼ ସହରରେ ଥିବା ହାତଗଣତି କେତୋଟି ବୃଦ୍ଧାଶ୍ରମରେ ବୟୋବୃଦ୍ଧମାନେ ଉନ୍ନତ ସେବା ପାଉଛନ୍ତି ଓ ସେମାନଙ୍କୁ ଏଥିପାଇଁ ଦେୟ ଦେବାକୁ ପଡ଼ୁଛି। କିନ୍ତୁ ଗାଁ କିମ୍ବା ଛୋଟ ସହରରେ ଥିବା ଅନେକ ବୃଦ୍ଧାଶ୍ରମର ଅବସ୍ଥା ଶୋଚନୀୟ। ବହୁ ସମୟରେ ସେଠାରେ ଉତ୍ତମ ସେବାକୁ ନେଇ ପ୍ରଶ୍ନ ଉଠୁଛି। ତଥାପି ଏହି ଅବହେଳିତ ବର୍ଗଙ୍କ ସଂଖ୍ୟା ବଢ଼ିବା ଯୋଗୁ ସେହି ଅନୁସାରେ ବୃଦ୍ଧାଶ୍ରମ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଆମେ ଶୁଣୁଥିଲୁ ଯେ, ପାଶ୍ଚାତ୍ୟ ଦେଶରେ ବୃଦ୍ଧାବୃଦ୍ଧଙ୍କୁ ସନ୍ତାନମାନେ ବୃଦ୍ଧାଶ୍ରମରେ ନେଇ ଛାଡ଼ିଦିଅନ୍ତି। ଭାରତୀୟମାନେ ସେହି ମାନସିକତାକୁ ନେଇ ସମାଲୋଚନା କରୁଥିଲେ। ଆମେ କହୁଥିଲୁ ଏକାନ୍ନବର୍ତ୍ତୀ ପରିବାରରେ ଏହିଭଳି ଦୁଃଖ ବୟସ୍କମାନଙ୍କୁ ସହିବାକୁ ପଡ଼େନାହିଁ। କିନ୍ତୁ ଆଜିର ଅର୍ଥନୈତିକ ପରିସ୍ଥିତିରେ ଯୌଥ ପରିବାର ରଖିବା ମଧ୍ୟ କଷ୍ଟକର। ଏବକାର ସ୍ଥିତିରେ ସମସ୍ତେ ଅଣୁ ପରିବାର ପାଲଟିଗଲେଣି। ମାତାପିତା ଯଦି ଅଧିକ ଦିନ କୌଣସି ଜଣଙ୍କ ପାଖରେ ରହୁଛନ୍ତି ତେବେ ଆର୍ଥିକ ସମସ୍ୟା ସୃଷ୍ଟି ହେଉଛି। ଏଇଥିପାଇଁ ମାତାପିତାଙ୍କୁ ସବୁବେଳେ ହତାଦର ନ କଲେ ମଧ୍ୟ ଗୋଟିଏ ସନ୍ତାନ ପାଖରୁ ଅନ୍ୟ ସନ୍ତାନ ପାଖକୁ ଯିବାକୁ ପଡ଼ିଥାଏ। ଅର୍ଥାତ୍‌ ସେମାନଙ୍କ ସ୍ଥାୟୀ ବାସସ୍ଥାନ ବୋଲି କିଛି ରହୁନାହିଁ। ବହୁ ସମୟରେ ମାତାପିତାଙ୍କୁ ପରସ୍ପରଠାରୁ ଅଲଗା କରି ପାଳିରେ ସନ୍ତାନମାନେ ରଖୁଛନ୍ତି। ଅନ୍ୟପଟେ ଯଦି ଗ୍ରାମରେ ଜମି ଅଛି, ତେବେ ସେମାନେ ପିଲାମାନଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ସେଭଳି ପରିସ୍ଥିତିରେ ମଧ୍ୟ ସନ୍ତାନମାନେ ମାତାପିତାଙ୍କୁ ଘରୁ ବାହାର କରିଦିଅନ୍ତି। କାରଣ ସେଠାରେ ଜମି ଓ ସମ୍ପତ୍ତିର ଲୋଭ ଯୁବପିଢ଼ିଙ୍କୁ ଗ୍ରାସ କରୁଛି। ସହରାଞ୍ଚଳକୁ ଚାଲି ଆସିଥିବା ସନ୍ତାନମାନେ ମଧ୍ୟ ଗ୍ରାମରେ ଥିବା ସମ୍ପତ୍ତିକୁ ଦେଖି ଲୋଭ କରିଥାଆନ୍ତି। ଯଦି ମାତାପିତା ଜମିଜମାକୁ ଭାଗ କରିଦେଇଥିବେ ତେବେ ଉଭୟଙ୍କୁ କେହି ପଚାରିବେ ନାହିଁ। ଚତୁର ମାତାପିତା ଯଦି ଶେଷ ପର୍ଯ୍ୟନ୍ତ ବଣ୍ଟନ ନ କରି ସମସ୍ତ ସମ୍ପତ୍ତି ରଖୁଥିବେ ସବୁ ସନ୍ତାନ ତାଙ୍କୁ ଶଙ୍ଖୁଳୁଥିବେ।
ବୃଦ୍ଧାଶ୍ରମର ବ୍ୟବସ୍ଥା ସରକାରୀ ସ୍ତରରେ କିମ୍ବା ସରକାରୀ ପାଣ୍ଠି ମାଧ୍ୟମରେ ଏନ୍‌ଜିଓ ଦ୍ୱାରା ପରିଚାଳିତ ହେଲେ ସେଗୁଡ଼ିକ କେବଳ ଦୁର୍ନୀତିର କେନ୍ଦ୍ର ପାଲଟିବ। ଅନ୍ୟପକ୍ଷରେ ସମାଜରେ ଦେଖାଦେଉଥିବା ପରିବର୍ତ୍ତନର କୌଣସି ଚମତ୍କାର ସମାଧାନ ଦୃଶ୍ୟମାନ ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?