Posted inଖେଳ

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି। ଏହି ଟୁର୍ନାମେଣ୍ଟ ନଭେମ୍ବର ୨୮ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଇନା ସହ ସାନ୍ୟାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟ ଯୋଗୁ ବିଶ୍ୱବ୍ୟାପୀ ଇତିମଧ୍ୟରେ ବହୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ଅବା ବାତିଲ କରାଯାଇଛି। ଟୋକିଓ ଅଲିମ୍ପିକ୍ସକୁ ମଧ୍ୟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ ଏବଂ ଚାଇନିଜ ଅଲିମ୍ପିକ କମିଟି ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ଭାଇରସ୍‌ ଯୋଗୁ ଯେଉଁ ସ୍ବାସ୍ଥ୍ୟ ସଙ୍କଟ ଦେଖାଯାଇଛି ତାହା ଉପରେ ନଜର ରଖାଯାଇଛି। ସ୍ଥିତିରେ ସୁଧାର ଆସିଲେ ଚାଇନିଜ ଅଲିମ୍ପିକ କମିଟି, ସାନ୍ୟା ଏସିଆନ ବିଚ୍‌ ଆୟୋଜକ କମିଟି ଏବଂ ଓସିଏର ମିଳିତ ଆଲୋଚନା ପରେ ପ୍ରତିଯୋଗିତା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଏସିଆନ ବିଚ୍‌ ଗେମ୍ସର ପୂର୍ବ ସଂସ୍କରଣ ୨୦୧୬ରେ ଭିଏତ୍‌ନାମରେ ହୋଇଥିଲା। ଚାଇନାରେ ଏହା ପୂର୍ବରୁ ୨୦୧୨ରେ ହାଇୟାଙ୍ଗ ସହରରେ ଆୟୋଜିତ ହୋଇଥିଲା। ଏସିଆନ ବିଚ୍‌ ଗେମ୍ସର ଉଦ୍‌ଘାଟନୀ ସଂସ୍କରଣ ୨୦୦୮ରେ ବାଲିରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ନିଲାମ: ଚକିତ କରିଥିବା ଖେଳାଳି

ମାଡ୍ରାସ, ୧୯ା୨(ପି.ଟି.)-ଗୁରୁବାର ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମରେ ବହୁ ଖେଳାଳି ଅପ୍ରତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ପିନ...

କ୍ରୁନାଲଙ୍କୁ କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ

ମୁମ୍ବାଇ,୧୧।୯: ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ବୁଧବାର ପାଣ୍ଡ୍ୟା ବ୍ରଦର୍ସ ଅଭ୍ୟାସ...

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ...

କୋହଲିଙ୍କ ବ୍ୟତୀତ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ଏହି ଖେଳାଳି

ଲଣ୍ଡନ,୨୬ା୧- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଦକ୍ଷତା ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍‌ଙ୍କ ନିକଟରେ ରହିଛି। ଏଭଳି କହି ଇଂଲଣ୍ଡ...

ସାଇ ଭୋପାଳରେ ୩୬ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ,୮।୪(ପି.ଟି.): ଭୋପାଳସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ୩୬ ଜଣ କୋଭିଡ୍‌ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଛି। ଏମାନଙ୍କ ମଧ୍ୟରେ ୨୪ଜଣ କ୍ରୀଡ଼ାବିତ୍‌...

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦...

ଆର୍‌ସିବି ସହ ଯୋଗଦେଲେ ଡିଭିଲର୍ସ, ଷ୍ଟେଇନ

ଦୁବାଇ, ୨୨।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ରେ ଅଂଶଗ୍ରହଣ କରିବା ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୟୁଏଇରେ...

ଆଇପିଏଲ୍‌ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା

ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ...

Advertisement
Archives

Model This Week