Posted inଖେଳ

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ ନେଇ ଲଗାତାର ଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ ସେ ନେଇ ମୁହଁ ଖୋଲିଛନ୍ତି ଅଶ୍ୱିନ। ଅବସର ନେବାକୁ ଏହା ଭଲ ସମୟ ଥିଲା। ଏହାପରଠାରୁ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ଥିଲା ବୋଲି ସେ କହିଛନ୍ତି।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଅଶ କି ବାତ୍‌’ରେ ଅଶ୍ୱିନ କହିଛନ୍ତି, ମୁଁ ବହୁତ ଭାବୁଝି। ଜୀବନରେ କ’ଣ କରିବାର ଅଛି। ଯେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ କାମ ଶେଷ ହୋଇ ସାରିଛି, ତେବେ ତାହାକୁ ଅନ୍ତ ବୋଲି ଭାବି ନେବା ଉଚିତ। ମୁଁ ପ୍ରଥମ ଟେଷ୍ଟ ଖେଳି ନ ଥିଲି। ଦ୍ୱିତୀୟ ଖେଳିଥିଲି, ତୃତୀୟ ନୁହେଁ। ଆଗକୁ ଖେଳିଥାନ୍ତି ନଚେତ ଖେଳି ନ ଥାନ୍ତି, ଜଣା ନ ଥିଲା। ମୋର ସୃଜନଶୀଳତା ଶେଷ ହୋଇଯାଇଥିଲା। ଏଣୁ ମୁଁ ଏହାକୁ ଶେଷ କରିବାକୁ ଚିନ୍ତା କରିଥିଲି। ତେବେ ଏହା ସେତେ ବଡ଼ କଥା ନୁହେଁ। ସେ ଏହାକୁ ବହୁତ ସହଜରେ ନେଇଥିଲେ। ସେ ତାଙ୍କ କ୍ୟାରିୟରକୁ ନେଇ ଖୁସି ଏବଂ ସେ ଯାହା କଳ୍ପନା କରି ନ ଥିଲେ, ତାହା କରିପାରିଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଅଶ୍ୱିନ ନିଜର ବିଦାୟକାଳୀନ ଟେଷ୍ଟ ଖେଳି ନ ପାରିବାକୁ ନେଇ କହିଛନ୍ତି, ଯଦି ମୁଁ ଏକ ବିଦାୟକାଳୀନ ଟେଷ୍ଟ ଖେଲିଥାନ୍ତି, ହେଲେ ତାର ଯୋଗ୍ୟ ନ ଥାନ୍ତି, ତେବେ କିଭଳି ଅନୁଭବ ହୋଇଥାନ୍ତା? ମୁଁ କେବଳ ବିଦାୟ ଦେବା ଲାଗି ଦଳରେ ସାମିଲ ହେବାକୁ ଚାହୁଁ ନ ଥିଲି। ମୁଁ ଭାବୁଛି ଯେ ମୋ ଭିତରେ ଆହୁରି କ୍ରିକେଟ ବାକି ଥିଲା, ହେଲେ ଏହା ସବୁବେଳେ ଭଲ ଯେ ଲୋକେ କାହିଁକି ବୋଲି ପଚାରନ୍ତୁ। ମୁଁ ସଚ୍ଚୋଟତାର ସହ କ୍ରିକେଟ ଖେଳିବାକୁ ଚାହେଁ। ଏହି ନିଷ୍ପତ୍ତି ମୋ ଖୁସିର ଏକ ଅଂଶ ବୋଲି ସେ କହିଛନ୍ତି।

ଅଶ୍ୱିନ ୧୦୬ ଟେଷ୍ଟ ମ୍ୟାଚ୍‌ରେ ୫୩୭ ଉଇକେଟ ନେଇଥିଲେ, ଯାହାକି ଭାରତ ପକ୍ଷରୁ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୭୬୫ ଉଇକେଟ ନେଇଥିଲେ। ତାଙ୍କ ଆଗରେ କେବଳ ଅନିଲ କୁମ୍ବଲେ ୯୫୩ ଉଇକେଟ ନେଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MS Dhoniଙ୍କ ବୟାନକୁ ନେଇ କ୍ରିକଟେ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୩: ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚାମ୍ପିୟନ କରିଥିବା ଏମଏସ ଧୋନି ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ଖୋଲାଖୋଲି ଭାବରେ ନିଜର ମତାମତ...

ଭାରତ ଯେଉଁଠି ଗାବାର ରେକର୍ଡ ଭାଙ୍ଗିଥିଲା, 2032 Olympics ପରେ ତାହା ହେବ ଧ୍ୱଂସ, ବ୍ରିସବେନକୁ ମିଳିବ ନୂଆ ଉପହାର

ନୂଆଦିଲ୍ଲୀ,୨୫।୩: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ। ଆନୁଷ୍ଠାନିକ ଭାବରେ ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡ ଭାବରେ ପରିଚିତ ଏହି ଷ୍ଟାଡିୟମକୁ ୨୦୩୨ ଅଲିମ୍ପିକ ଏବଂ...

Ashutosh Sharmaଙ୍କ ଖୁସି ହେଲା ଦୁଇଗୁଣା, ମେଣ୍ଟର Shikhar Dhawan ଭିଡିଓ କଲ କରି କହିଲେ…

ନୂଆଦିଲ୍ଲୀ,୨୫।୩: ସୋମବାର ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଗୋଟିଏ ପ୍ରକାରେ, ଦିଲ୍ଲୀ ଲକ୍ଷ୍ନୌର ହାତରୁ...

‘Virat Kohli ସାର୍‌ କହିଲେ ଶୀଘ୍ର ପଳା’,ଇଡେନ ଗାର୍ଡେନ ପଡ଼ିଆରେ ପ୍ରବେଶ କରିଥିବା ପ୍ରଶଂସକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୩: ଦେଶରେ, ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟରଙ୍କ ପ୍ରତି କ୍ରେଜ ଶୀର୍ଷରେ ଅଛି। ପ୍ରଶଂସକମାନେ ସୁରକ୍ଷା ବଳୟ ପାର କରି ନିଜ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ...

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ...

IPL 2025: ୫୦ ଲକ୍ଷ ଖେଳାଳିଙ୍କ ଆଗରେ ଫେଲ୍‌ ମାରିଲେ କୋଟି କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୨୫।୩: IPL 2025ର ଚତୁର୍ଥ ମ୍ୟାଚ ରୋମାଞ୍ଚକରେ ପରିପୂର୍ଣ୍ଣ ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ସମୟରେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ତିନିଟି ବଲ ବାକି...

କବାଡି ଖେଳାଳିଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୩: ଭାରତୀୟ କବାଡି ଖେଳାଳିଙ୍କୁ ଖୁବ୍‌ଶୀଘ୍ର ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତୀୟ ଆମେଚର କବାଡି ମହାସଂଘ(ଏକେଏଫ୍‌ଆଇ) ଉପରୁ ଅନ୍ତର୍ଜାତୀୟ କବାଡି ମହାସଂଘ (ଆଇକେଏଫ୍‌)...

ଆଜି ଭାରତ-ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଶିଲଂ,୨୫ା୩: ଆଜି ଭାରତୀୟ ଦଳ ୨୦୨୭ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଂ ରାଉଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଗତ ୧୯ ତାରିଖରେ ଭାରତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri