Posted inଖେଳ

ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ

ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ୧୭ଜଣିଆ ବିହାର ସିନିୟର ଦଳର ଅଧିନାୟକ ମନୋନୀତ କରାଯାଇଛି।

ବିହାର କ୍ରିକେଟ ଆସୋସିଏଶନ (ବିସିଏ) ସୂରଜ କାଶ୍ୟପଙ୍କୁ ଦଳର ଉପ-ଅଧିନାୟକ ଘୋଷଣା କରିଛି। ବିହାର ଟୁର୍ନାମେଣ୍ଟର ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଥିରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ଦିଲ୍ଲୀ ହରିୟାଣା, ଜମ୍ମୁକଶ୍ମୀର, ପଞ୍ଜାବ, ରେଲଓ୍ବେ, ସୌରାଷ୍ଟ୍ର ଓ ତାମିଲନାଡୁ।

ଇନ୍ଦୋରରେ ନଭେମ୍ବର ୧୪ରେ ସୌରାଷ୍ଟ୍ର ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ବିସିଏ ସଭାପତି ହର୍ଷ ବର୍ଦ୍ଧନ କହିଛନ୍ତି, ଦଳକୁ ନେତୃତ୍ୱ ନେବାର ଅଭିଜ୍ଞତା ହାସଲ କରିବା ଲାଗି ବୈଭବଙ୍କୁ କେବଳ ପ୍ରଥମ ଦୁଇଟି ମ୍ୟାଚର ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସରୁ ପ୍ରତିନିଧିତ୍ୱ କରୁଥିବା ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ଟି୨୦ରେ ଭାରତୀୟ ଦଳରୁ ଇତିମଧ୍ୟରେ ୧୦ଟି ମ୍ୟାଚ ଖେଳି ସାରିଛନ୍ତି। ଆଇପିଏଲ୍‌ ୨୦୨୬ରେ ସେ ଟପ୍‌ ରନ ସ୍କୋରର ଥିଲେ। ସେ ୨୩୭ରୁ ଅଧିକ ଷ୍ଟ୍ରାଇକ୍‌୍‌ରେଟ୍‌ରେ ୧୬ଟି ଇନିଂସରେ ୭୭୬ ରନ ସଂଗ୍ରହ କରିଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଫାଇନାଲ ୧୦୦ ବିଜୟ ମ୍ୟାଚ୍‌ରେ ସେ ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମାତ୍ର ୮୦ ବଲ୍‌ରେ ୧୭୫ ରନ ସଂଗ୍ରହ କରିଥିଲେ। ଏହି ବାମହାତୀ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ୧୯ ବଲ୍‌ରୁ ୪୫ ରନ କରିବା ସହ ଅଭିଷେକ ଶର୍ମାଙ୍କ ସହ ଓପନିଂ ପାର୍ଟନରଶିପ୍‌ରେ ୧୩୩ ରନ ଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ: କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଏମପି ପ୍ରଦୀପ ପୁରୋହିତ

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଧାନ ଉଠାଣ ଓ ମିଲର୍ସଙ୍କ ଦ୍ୱାରା କଷ୍ଟମ ମିଲ୍ଡ ରାଇସ୍ (ସିଏମଆର) ଜମାରେ ହେଉଥିବା ବିଳମ୍ବକୁ…

ଫେବୃଆରୀ ୧୬ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା; ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା…

ନୂଆଦିଲ୍ଲୀ,୬।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଗାମୀ ୨୦୨୭ ମସିହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆନୁଷ୍ଠାନିକ ତାରିଖ ଘୋଷଣା…

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା

ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?