ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ନେହା’ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଗଜସାଥୀ ଓ ହାତୀ ସୁରକ୍ଷାରେ ନିୟୋଜିତ ସ୍କ୍ୱାଡ୍‌ କର୍ମଚାରୀଙ୍କ ପାଇଁ ଦୁଇଟି ତାଲିମ ଶିବିର ଆୟୋଜିତ ହୋଇଥିଲା। ହାତୀ ଆକ୍ରମଣକୁ କିପରି ରୋକାଯାଇପାରିବ, ହାତୀଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ଧନଜୀବନ କିପରି ସୁରକ୍ଷା କରାଯାଇପାରିବ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା।

ସ୍କ୍ୱାଡ୍‌ କର୍ମଚାରୀଙ୍କ ପାଇଁ ଲାଲସିଂ ନର୍ସରି ପରିସରରେ ଏବଂ ଗଜସାଥୀମାନଙ୍କ ପାଇଁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟିର ସମ୍ମିଳନୀ କକ୍ଷରେ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଉଭୟ ଶିବିରକୁ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ହାତୀ ଓ ମଣିଷଙ୍କ ଧନଜୀବନ ସୁରକ୍ଷାରେ ଗଜସାଥୀ ଏବଂ ସ୍କ୍ୱାଡ୍‌ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ଏଭଳି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଯୋଜନା ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ଧାନ ଫସଲ ଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହେବାର ସମ୍ଭାବନା ରହିଛି। ତେଣୁ କର୍ମଚାରୀମାନେ ସଜାଗ ରହିବା ସହ ସତର୍କତାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସ୍ନେହାର ନିର୍ଦ୍ଦେଶକ ରଞ୍ଜିତ କୁମାର ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଫଳରେ ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଛି। ତଥାପି ଏ ଦିଗରେ ଆହୁରି ସଚେତନତାର ଆବଶ୍ୟକତା ରହିଛି। ବିଦ୍ୟୁତ୍‌ ଦୁର୍ଘଟଣାଜନିତ ହାତୀ ମୃତ୍ୟୁ ମଧ୍ୟ କମିଛି। ଗଜସାଥୀମାନେ ନିଜ ସୁରକ୍ଷା ସହ ହାତୀଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଏବଂ ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ବନ ବିଭାଗକୁ ଜଣାଇବା ଉଚିତ ବୋଲି ସେ କହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌
୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ନେହା’ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଗଜସାଥୀ ଓ ହାତୀ ସୁରକ୍ଷାରେ ନିୟୋଜିତ ସ୍କ୍ୱାଡ୍‌ କର୍ମଚାରୀଙ୍କ ପାଇଁ ଦୁଇଟି ତାଲିମ ଶିବିର ଆୟୋଜିତ ହୋଇଥିଲା। ହାତୀ ଆକ୍ରମଣକୁ କିପରି ରୋକାଯାଇପାରିବ, ହାତୀଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ଧନଜୀବନ କିପରି ସୁରକ୍ଷା କରାଯାଇପାରିବ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା।

ସ୍କ୍ୱାଡ୍‌ କର୍ମଚାରୀଙ୍କ ପାଇଁ ଲାଲସିଂ ନର୍ସରି ପରିସରରେ ଏବଂ ଗଜସାଥୀମାନଙ୍କ ପାଇଁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟିର ସମ୍ମିଳନୀ କକ୍ଷରେ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଉଭୟ ଶିବିରକୁ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ହାତୀ ଓ ମଣିଷଙ୍କ ଧନଜୀବନ ସୁରକ୍ଷାରେ ଗଜସାଥୀ ଏବଂ ସ୍କ୍ୱାଡ୍‌ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ଏଭଳି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଯୋଜନା ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ଧାନ ଫସଲ ଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହେବାର ସମ୍ଭାବନା ରହିଛି। ତେଣୁ କର୍ମଚାରୀମାନେ ସଜାଗ ରହିବା ସହ ସତର୍କତାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସ୍ନେହାର ନିର୍ଦ୍ଦେଶକ ରଞ୍ଜିତ କୁମାର ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଫଳରେ ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଛି। ତଥାପି ଏ ଦିଗରେ ଆହୁରି ସଚେତନତାର ଆବଶ୍ୟକତା ରହିଛି। ବିଦ୍ୟୁତ୍‌ ଦୁର୍ଘଟଣାଜନିତ ହାତୀ ମୃତ୍ୟୁ ମଧ୍ୟ କମିଛି। ଗଜସାଥୀମାନେ ନିଜ ସୁରକ୍ଷା ସହ ହାତୀଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଏବଂ ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ବନ ବିଭାଗକୁ ଜଣାଇବା ଉଚିତ ବୋଲି ସେ କହିଥିଲେ।

ତାଲିମଦାତା ଭାବେ କୋଲକାତାସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ଗବେଷକ ହରେକୃଷ୍ଣ ଏବଂ ସ୍ନେହାର କର୍ମଚାରୀ ଅରବିନ୍ଦ ମାଝୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଜଙ୍ଗଲକୁ ଯିବା ସମୟରେ କର୍ମଚାରୀ ଓ ଗଜସାଥୀମାନେ ପ୍ରଥମେ ନିଜ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେମାନେ କହିଥିଲେ। ହାତୀଠାରୁ ସର୍ବଦା ଅତି କମ୍‌ରେ ୫୦ ମିଟର ଦୂରତା ରଖିବା, ହାତୀ ଗୋଡ଼ାଇଲେ ନିଜ ପାଖରେ ଥିବା କୌଣସି ଲୁଗାପଟା ଛାଡ଼ି ଦୂରକୁ ଚାଲିଯିବା ଏବଂ ସମ୍ଭବ ହେଲେ ଅଙ୍କାବଙ୍କା ରାସ୍ତାରେ ଦୌଡ଼ିବା ଆଦି ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସେମାନେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଜାଗଡ଼ ରେଞ୍ଜର ସରୋଜ କୁମାର ମହାନ୍ତି, ଟାଟା ପାୱାରର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ ରାଜ ସାହୁ ଏବଂ ଏସ୍‌ଡିଓ ହରିହର ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ନେହାର କର୍ମଚାରୀ ପ୍ରଶାନ୍ତ ରାଉତ, ନାରାୟଣ ସାହୁ ଓ ଅଜିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ବିଗତ ୧୯ ମାସ ମଧ୍ୟରେ ହାତୀ ଆକ୍ରମଣରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୫ ଜଣ ଆହତ ହୋଇଛନ୍ତି। ସେହିପରି ବିଭିନ୍ନ କାରଣରୁ ୧୩୧ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ହାତୀଙ୍କ ତୁଳନାରେ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଅଧିକ। ତେଣୁ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଆହୁରି କମାଇବା ପାଇଁ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଜରୁରୀ ବୋଲି ମତ ପ୍ରକାଶ ପାଇଛି।ହିଥିଲେ।

ତାଲିମଦାତା ଭାବେ କୋଲକାତାସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ଗବେଷକ ହରେକୃଷ୍ଣ ଏବଂ ସ୍ନେହାର କର୍ମଚାରୀ ଅରବିନ୍ଦ ମାଝୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଜଙ୍ଗଲକୁ ଯିବା ସମୟରେ କର୍ମଚାରୀ ଓ ଗଜସାଥୀମାନେ ପ୍ରଥମେ ନିଜ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେମାନେ କହିଥିଲେ। ହାତୀଠାରୁ ସର୍ବଦା ଅତି କମ୍‌ରେ ୫୦ ମିଟର ଦୂରତା ରଖିବା, ହାତୀ ଗୋଡ଼ାଇଲେ ନିଜ ପାଖରେ ଥିବା କୌଣସି ଲୁଗାପଟା ଛାଡ଼ି ଦୂରକୁ ଚାଲିଯିବା ଏବଂ ସମ୍ଭବ ହେଲେ ଅଙ୍କାବଙ୍କା ରାସ୍ତାରେ ଦୌଡ଼ିବା ଆଦି ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସେମାନେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଜାଗଡ଼ ରେଞ୍ଜର ସରୋଜ କୁମାର ମହାନ୍ତି, ଟାଟା ପାୱାରର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ ରାଜ ସାହୁ ଏବଂ ଏସ୍‌ଡିଓ ହରିହର ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ନେହାର କର୍ମଚାରୀ ପ୍ରଶାନ୍ତ ରାଉତ, ନାରାୟଣ ସାହୁ ଓ ଅଜିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ବିଗତ ୧୯ ମାସ ମଧ୍ୟରେ ହାତୀ ଆକ୍ରମଣରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୫ ଜଣ ଆହତ ହୋଇଛନ୍ତି। ସେହିପରି ବିଭିନ୍ନ କାରଣରୁ ୧୩୧ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ହାତୀଙ୍କ ତୁଳନାରେ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଅଧିକ। ତେଣୁ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଆହୁରି କମାଇବା ପାଇଁ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ

ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଲୁଟ୍‌, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ କରିଥିବା…

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌: ୩ ବର୍ଷ ଯାଏ କରିବାକୁ ପଡିବନି ରିଚାର୍ଜ!

ନୂଆଦିଲ୍ଲୀ,୬।୧୧: ଧନତେରସ ଅବସରରେ ରିଲାଏନ୍ସ ଜିଓ (Reliance Jio) ଏହାର ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍‌ ଏବଂ ଧମାକାଦାର୍‌ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଜିଓର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?