ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା ପଲ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବାରୁ ଏହାର ମୁକାବିଲା ପାଇଁ କେତେକ ଚାଷୀ ନିଜ ଜମି ଚାରିପାଖରେ ସୋଲାର ବିଦ୍ୟୁତ୍‌ ତାରବାଡ଼ ଲଗାଇଛନ୍ତି। ତେବେ ସାମୁଦ୍ରିକ ଥାନାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏଭଳି ତାରବାଡ଼ ଲାଗିବା ନିରାପତ୍ତାକୁ ନେଇ ଚିନ୍ତା ସୃଷ୍ଟି କରିଛି।

ଗହୀରମଥା ରେଞ୍ଜ କାର୍ଯ୍ୟାଳୟ ନିକଟ ଶାସନପେଟା-ତନ୍ତିଆପାଳ ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଚାଷ ଜମିର ଖୁଣ୍ଟ ବାଡ଼ରେ ସୋଲାର ଝଟକା ବିଦ୍ୟୁତ୍‌ ତାର ଲଗାଯାଇଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ବାରାହା ପଲ ବାହାରି ଧାନ କିଆରିରେ ପଶି ଫସଲ ନଷ୍ଟ କରୁଛନ୍ତି। ଫସଲକୁ ସୁରକ୍ଷା ଦେବା ପାଇଁ ବାଧ୍ୟ ହୋଇ ସେମାନେ ସୋଲାର ଝଟକା ବିଦ୍ୟୁତ୍‌ ତାର ଲଗାଇଥିବା କହିଛନ୍ତି। ଏହାଦ୍ୱାରା ବାରାହା ପଲ ଭୟରେ ଧାନ କ୍ଷେତକୁ ପ୍ରବେଶ କରିବେ ନାହିଁ ବୋଲି ଚାଷୀମାନେ ଆଶା ରଖିଛନ୍ତି।

ଶାସନପେଟା ସମେତ ତନ୍ତିଆପାଳ, ରଟପଙ୍କ, ନରସିଂହପୁର, ଓସ୍ତିରା, ସୁନୀତି, ଜମ୍ବୁ ଓ ବତୀଘର ଆଦି ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଚାଷୀମାନେ ନିଜ ନିଜ ଜମି ଚାରିପାଖରେ ଏଭଳି ତାରବାଡ଼ ଲଗାଇଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ ଦାବି ହେଉଛି।

ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ଚିତ୍ରସେନ ଜେନା କହିଛନ୍ତି, ସ୍ଥାନୀୟ ଚାଷୀମାନଙ୍କୁ ଏନେଇ ସଚେତନ କରାଯାଇଛି। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏଭଳି ବିଦ୍ୟୁତ୍‌ ତାରବାଡ଼ ଲଗାଇବା ଅସୁରକ୍ଷିତ। ତେଣୁ ତାରବାଡ଼ ହଟାଇବାକୁ ଚାଷୀମାନଙ୍କୁ କୁହାଯାଇଛି। ନଚେତ୍‌ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଲୁଟ୍‌, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ କରିଥିବା…

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌: ୩ ବର୍ଷ ଯାଏ କରିବାକୁ ପଡିବନି ରିଚାର୍ଜ!

ନୂଆଦିଲ୍ଲୀ,୬।୧୧: ଧନତେରସ ଅବସରରେ ରିଲାଏନ୍ସ ଜିଓ (Reliance Jio) ଏହାର ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍‌ ଏବଂ ଧମାକାଦାର୍‌ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଜିଓର ଏହି…

ଦୀପାବଳିରେ ୩ ରାଶି ଉପରେ କୃପା କରିବେ ମା’ କାଳୀ-ଶନି ଦେବ, ପ୍ରଚୁର ଧନଲାଭ ସହ ମିଳିବ ବଡ଼ ଚାକିରିର ଅଫର୍‌

ଆସନ୍ତାକାଲି ଅର୍ଥାତ ଶନିବାର ଦିନ ମହାସମାରୋହରେ ପାଳନ କରାଯିବ ମା’ କାଳୀଙ୍କ ପୂଜା । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥରର କାଳୀ ପୂଜା ଅତ୍ୟନ୍ତ ବିଶେଷ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?