ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଲୁଟ୍‌, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ କରିଥିବା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା (ସୀତାରାମ ନଗର)ରେ ଗତ ଅକ୍ଟୋବର ୩୦ ତାରିଖରେ ଏହି ଲୁଟ୍‌ ଘଟିଥିଲା।

ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳି ମିଶ୍ର (୫୫) ଓ ତାଙ୍କ ଭଉଣୀ ଘରେ ଥିବା ସମୟରେ ୪ ଜଣ ଦୁର୍ବୃତ୍ତ ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପ୍ରବେଶ କରିଥିଲେ। ପରେ ସେମାନେ ଜୋରଜବରଦସ୍ତ ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଘରୁ ସୁନା ଓ ରୁପା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଏବଂ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ମହିଳାମାନେ ଚିତ୍କାର କରିବାରୁ ଲୁଟେରାମାନେ ଟିଭି ଚଳାଇ ଏହାର ଶବ୍ଦ ବଢ଼ାଇ ଦେଇଥିଲେ। ଫଳରେ ସେମାନଙ୍କ ଚିତ୍କାର ବାହାରକୁ ଶୁଣାଯାଇ ନ ଥିଲା। ଲୁଟ୍‌ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏନେଇ ପୁଷ୍ପାଞ୍ଜଳି ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଶକ୍ତିମାନ ମାଝୀ (୨୮), ପ୍ରକାଶ ମାଝୀ (୨୧), ଚିତ୍ତରଞ୍ଜନ ଧରୁଆ (୪୨) ଓ ଅଭି କୁମ୍ଭାର (୨୦)ଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ସୁନା ଚୁଡ଼ି, କାନଫୁଲ, ମୁଦି, ରୁପା ଚେନ୍‌, ପାଉଁଜି ସମେତ ଦୁଇଟି ମୋଟରସାଇକେଲ୍‌ ଓ ତିନୋଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ଏନେଇ ସଦର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଓ ଇନ୍ସପେକ୍ଟର ସୁଦୀପ୍ତା ରାଉତରାୟ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌: ୩ ବର୍ଷ ଯାଏ କରିବାକୁ ପଡିବନି ରିଚାର୍ଜ!

ନୂଆଦିଲ୍ଲୀ,୬।୧୧: ଧନତେରସ ଅବସରରେ ରିଲାଏନ୍ସ ଜିଓ (Reliance Jio) ଏହାର ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍‌ ଏବଂ ଧମାକାଦାର୍‌ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଜିଓର ଏହି…

ଦୀପାବଳିରେ ୩ ରାଶି ଉପରେ କୃପା କରିବେ ମା’ କାଳୀ-ଶନି ଦେବ, ପ୍ରଚୁର ଧନଲାଭ ସହ ମିଳିବ ବଡ଼ ଚାକିରିର ଅଫର୍‌

ଆସନ୍ତାକାଲି ଅର୍ଥାତ ଶନିବାର ଦିନ ମହାସମାରୋହରେ ପାଳନ କରାଯିବ ମା’ କାଳୀଙ୍କ ପୂଜା । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥରର କାଳୀ ପୂଜା ଅତ୍ୟନ୍ତ ବିଶେଷ ହେବାକୁ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ବଡ଼ଗାଁ,୬ା୧୧(ଅଶୋକ ଷଡ଼ଙ୍ଗୀ): ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିସି ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?