ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି ଅଫ୍‌ ଲାଇନ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ଧରି ଅଧରାତିରୁ ଆସି ହସ୍ପିଟାଲ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇବାକୁ ହେବ ନାହିଁ। ସମ୍ମାନର ସହ ଏବଂ ସୁରୁଖୁରୁରେ କିପରି ସେମାନଙ୍କୁ ଏହି ସଞ୍ଜୀବନୀ ଦିଆଯିବ ସେଥିପାଇଁ ସରକାରଙ୍କ ତରଫରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ସୁଚାରୁ ରୂପେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ତେବେ ଘରୁ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ଆଣିବା ଓ ଛାଡ଼ିବା ପରି ଗୁରୁଦାୟିତ୍ୱ ତୁଲାଇବାର ଆଧାର ସାଜିବେ ଆଶାକର୍ମୀ। ରାଜ୍ୟ ସରକାରଙ୍କ ଠାରୁ ଏ ନେଇ ନିର୍ଦ୍ଦେଶ ପହଞ୍ଚିବା ପରେ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି।
ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଏ ନେଇ ଗର୍ଭବତୀଙ୍କ ତାଲିକା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଜିଲାରେ ମୋଟ୍‌ ୨୨ ହଜାର ଗର୍ଭବତୀ ଥିବା ମେଡିକାଲରେ ହୋଇଥିବା ପଞ୍ଜୀକରଣରୁ ସୂଚନା ମିଳିଛି। ସେମାନଙ୍କୁ ଟିକା ପ୍ରଦାନ କରିବାକୁ ସମସ୍ତ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯିବ। ବାହାରେ ଟିକା ପାଇଁ ଅନୁମତି ନ ଥିବାରୁ ସମ୍ଭବତଃ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଏହି କାର୍ଯ୍ୟ ପରିଚାଳନା କରାଯିବ। ସେହିଭଳି ଯେଉଁ ବ୍ଲକରେ ଟିକାକରଣ କେନ୍ଦ୍ର ଅଧିକ ଦୂରରେ ଥିବ ସେ ନେଇ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଆସନ୍ତା ମଙ୍ଗଳବାର ଓ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ସହ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରମାନଙ୍କୁ ଡକାଯାଇ ଓରିଏଣ୍ଟେଶନ୍‌ କରାଯିବ। ଏହାପରେ ଗର୍ଭବତୀଙ୍କୁ କିପରି ଟିକା ପ୍ରଦାନ କରାଯିବ ସେ ନେଇ ସ୍ବାସ୍ଥ୍ୟକର୍ମଙ୍କୁ ଡାକ୍ତରମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। କେଉଁ ଅଞ୍ଚଳରେ କେତେ ଜଣଙ୍କୁ ଟିକା ପ୍ରଦାନ କରାଯିବ ତାହାର ତାଲିକା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ଗର୍ଭବତୀମାନଙ୍କୁ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଟିକାଦାନ କେନ୍ଦ୍ରକୁ ଅଣାଯିବା ସହ ପୁଣି ଘରେ ସୁରକ୍ଷିତ ଭାବେ ଛଡ଼ାଯିବ। ଏଏନ୍‌ଏମ୍‌ଙ୍କ ଦ୍ୱାରା କାଉନସେଲିଂ ପରେ ଗର୍ଭବତୀଙ୍କୁ ଟିକା ଦିଆଯାଇ ୩୦ ମିନିଟ୍‌ ଅବଜରବେଶନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।

ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ ହେବ
ଅନୁଗୋଳ ଜିଲାରେ ଗର୍ଭବତୀମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ସରକାରଙ୍କ ନିୟମାନୁଯାୟୀ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଆସନ୍ତା ସପ୍ତାହରେ ପ୍ରଶିକ୍ଷଣ
ଜିଲାରେ ଗର୍ଭବତୀଙ୍କ ଟିକାକରଣ ନିମନ୍ତେ ଭିଡିଓ କନଫରେନ୍ସ ମାଧ୍ୟମରେ ସରକାର ଅବଗତ କରାଇଛନ୍ତି। ଏଥିପାଇଁ ପ୍ରଥମେ ଆସନ୍ତା ସପ୍ତାହରୁ ଡାକ୍ତରଙ୍କ ଓରିଏଣ୍ଟେଶନ୍‌ କରାଯିବ। ଏହାପରେ ଆଶା, ଅଙ୍ଗନୱାଡ଼ି ଓ ଏଏନ୍‌ଏମ୍‌ଙ୍କୁ ପ୍ରଶିକ୍ଷଣ ଦିଆଯିବ। ସରକାର ଟିକା ପ୍ରଦାନ କଲେ କାର୍ଯ୍ୟ ଆରମ୍ଭ ହେବ।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ)

ସୁରକ୍ଷିତ ଯାତାୟାତ ଚ୍ୟାଲେଞ୍ଜ ହେବ
ଗର୍ଭବତୀଙ୍କୁ ଟିକାକରଣ କେନ୍ଦ୍ରକୁ ନେବା ଦାୟିତ୍ୱ ଆଶାକର୍ମୀମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ। ହେଲେ ଜିଲାର ଅନେକ ଗ୍ରାମ ଜଙ୍ଗଲାଞ୍ଚଳରେ ଥିବାରୁ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେଇ ପୁଣି ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ବଡ଼ ଚ୍ୟାଲେଞ୍ଜ ହେବ।
-ବୈଜୟନ୍ତୀ ପ୍ରଧାନ, ଆଶାକର୍ମୀ, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଜନ ଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

ସ୍କୁଟି – ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଯୁବକଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଢଉଗାଁ ୩୨୬ ନଂ ଜାତୀୟ ରାଜପଥ ଆଙ୍କୋରଡ଼ା ଗ୍ରାମ ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri