Posted inଜାତୀୟ

‘ଭାରତରେ ମୁସଲମାନ ସୁରକ୍ଷିତ ଏହା କହିବାକୁ ଭାଗବତ କିଏ’, ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ଗର୍ଜିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୩।୬: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ଖୁବ ଗର୍ଜିଛନ୍ତି। ଏମପି ଓଓ୍ବାଇସି ଆମେରିକାରେ ସୋମବାର ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି କି, ବାରମ୍ବାର ଯାହା ଆରଏସଏସ ପକ୍ଷରୁ କୁହାଯାଉଛି କି ଭାରତରେ ମୁସଲମାନ ସୁରକ୍ଷିତ, ଏହା କହିବାକୁ ଆପଣ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଓୱାଇସି କହିଛନ୍ତି, ଏହା ହେଉଛି ସମ୍ବିଧାନ। ଯଦି ସମ୍ବିଧାନ ଅଛି ତେବେ ଆମେ ସୁରକ୍ଷିତ। ସେ ଆହୁରି କହିଛନ୍ତି, ତୁମେ ଆମକୁ ଆକ୍ରମଣକାରୀ ବୋଲି କହୁଛ। ଯଦି ଆକ୍ରମଣକାରୀ ଅଛନ୍ତି ତେବେ ସେମାନେ ଆର୍ଯ୍ୟ ଅଟନ୍ତି । ଯଦି ଏହି ଦେଶ କାହାର ଅଟେ ତେବେ ଏହା ଆଦିବାସୀ ଏବଂ ଦ୍ରାବିଡ଼ମାନଙ୍କର। ଆନ୍ଥ୍ରୋପୋଲୋଜିଷ୍ଟମାନେ ଏହା ନିଶ୍ଚିତ କରିଛନ୍ତି। ବାଲ ଗଙ୍ଗାଧର ତିଲକ ନିଜେ କହିଛନ୍ତି ଯେ ଆମେ ବ୍ରାହ୍ମଣମାନେ ଆର୍କଟିକାରୁ ଆସିଛୁ।
ଏଆଇଏମଆଇଏମ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବୟାନର କିଛି ଅଂଶ ଦେଖାଯାଇଛି। ଭିଡିଓରେ ମୋହନ ଭଗବତ କହିଛନ୍ତି, ‘ଇସଲାମ ସମଗ୍ର ବିଶ୍ୱ ଉପରେ ଆକ୍ରମଣ କରିଥିଲା। ସ୍ପେନରୁ ମୋଙ୍ଗୋଲିଆ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲେ। ଧିରେ ଧିରେ ସେଠାରେ ଥିବା ଲୋକମାନେ ଜାଗ୍ରତ ହେଲେ, ସେମାନେ ଆକ୍ରମଣକାରୀଙ୍କୁ ପରାସ୍ତ କଲେ ଏବଂ ଇସଲାମ ଏହାର କାର୍ଯ୍ୟକଳାପରେ ସଂକୁଚିତ ହେଲା ।
ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି ସମସ୍ତେ ବଦଳି ଯାଇଛନ୍ତି। ବର୍ତ୍ତମାନ ବିଦେଶୀମାନେ ଏଠାରୁ ଯାଇଛନ୍ତି, କିନ୍ତୁ ଇସଲାମର ଉପାସନା ଏଠାରେ ନିରାପଦରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?