ଏକ ସନ୍ତାନ ନୀତିର ପରିଣାମ, ଅବସର ବୟସ ସୀମା ବଢ଼ିଲା…

ବେଜିଂ, ୨୭।୩ : ଗତ ଦଶନ୍ଧି ଧରି ଚାଇନ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ‘ଏକ ସନ୍ତାନ ନୀତି‘ ପ୍ରଣୟନ କରିଥିଲା। ବର୍ତ୍ତମାନ ଚାଇନାକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରିବାକୁ ଯାଉଛନ୍ତି।

ଇନ୍ସାଇଡ ରୋଭରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧ ରୁ ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି) ପେନ୍ସନ ପାଣ୍ଠିର ସମସ୍ୟାର ସମାଧାନ ପାଇଁ ବିଳମ୍ବିତ ଅବସର ନୀତି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛି।

ଚାଇନିଜ ଡିଜିଟାଲ ପ୍ଲାଟଫର୍ମର ରିପୋର୍ଟ ଅନୁଯାୟୀ, ଦେଶରେ ଏକ ସନ୍ତାନ ନୀତି ୨୦୧୩ ଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଆସୁଥିଲା। ସିଡନୀ ଟେକ୍ନୋଲୋଜି ୟୁନିଭରସିଟିର ପ୍ରଫେସର ଫେଙ୍ଗ ଚୋଙ୍ଗାଇ କହିଛନ୍ତି ଯେ ସିସିପି ପରିବାର ଯୋଜନା ପ୍ରାକୃତିକ ଜନସଂଖ୍ୟା ଆଇନକୁ ନଷ୍ଟ କରିଦେଇଛି।

ଏହି ନିୟମ ଯୋଗୁ ଚାଇନାରେ ପୁରୁଷ ଏବଂ ମହିଳା ଜନସଂଖ୍ୟା ମଧ୍ୟରେ ଲିଙ୍ଗଗତ ଅସମାନତା ପରିସ୍ଥିତି ଦେଖାଦେଇଛି ଯାହା ଚାଇନାକୁ ବୃଦ୍ଧାବୃଦ୍ଧ ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଆଡକୁ ଠେଲି ଦେଇଛି। ବୃଦ୍ଧାବସ୍ଥା ପର୍ଯ୍ୟନ୍ତ କଲ୍ୟାଣ ଖର୍ଚ୍ଚ ଏକ ବୋଝରେ ପରିଣତ ହୋଇଛି।

ଚୋଙ୍ଗାଇ କହିଛନ୍ତି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ଏବେ ଆର୍ଥିକ ଚାପ ସମ୍ମୁଖୀନ ହୋଇଛି। ଏହାର ମୁକାବିଲା ପାଇଁ ଅବସର ନେବା ବିଳମ୍ବ କରାଇବା ହେଉଛି ଶେଷ ଉପାୟ। ଆର୍ଥିକ ଚାପ ଯୋଗୁଁ ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଯିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ

ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍‌ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ...

ଆଜି ନାଟୋରେ ସାମିଲ ହେବ ଫିନ୍‌ଲାଣ୍ଡ

ବ୍ରସେଲ୍ସ, ୪।୪: ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ୩୧ତମ ସଦସ୍ୟ ଭାବେ ଫିନ୍‌ଲାଣ୍ଡ ମଙ୍ଗଳବାର ସାମିଲ ହେବାକୁ ଯାଉଛି। ଏନେଇ ନାଟୋ...

ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ ପାଇଁ ପାକିସ୍ତାନର ଯୋଜନା…

ଇସଲାମାବାଦ,୧୫।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି। ଏହାକୁ ନେଇ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି।...

ପ୍ରଥମ କୋଭିଡ୍‌ ଟିକାର ସଫଳ ପରୀକ୍ଷା

ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍‌ ଫାଷ୍ଟ ମସ୍କୋ ଷ୍ଟେଟ୍‌ ମେଡିକାଲ ୟୁନିଭର୍ସିଟିରେ ଏହାର...

ପିଟିଆଇ ଏମ୍‌ପିଙ୍କ ସାମୂହିକ ଇସ୍ତଫା ନାମଞ୍ଜୁର

ଇସଲାମାବାଦ୍‌,୩୦।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏମ୍‌ପିଙ୍କ ସାମୂହିକ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକିସ୍ତାନ ନ୍ୟାଶନାଲ ଆସେମ୍ବଲି ବାଚସ୍ପତି ରାଜା ପରଭେଜ ଅଶରଫ।...

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ...

ବୋଲ୍ଡ ଫଟୋଶୁଟ୍‌ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ଝିଅ ଲାରା ପବ୍ଲିକ୍‌ ଇଭେଣ୍ଟରେ ଖୁବ୍‌ କମ ନଜର ଆସନ୍ତି। କିନ୍ତୁ ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍‌ କରି...

ବିଟ୍ରେନରେ ୟୁକ୍ରେନୀୟ ରାଜଦୂତଙ୍କୁ ପଦରୁ ବହିଷ୍କାର କଲେ ଜେଲେନସ୍କି

କିଭ୍‌,୨୨।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନରେ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାଡିମ ପ୍ରିଷ୍ଟାଇକୋଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। କୁହାଯାଉଛି କି, କିଛି ଦିନ ପୂର୍ବରୁ ପ୍ରିଷ୍ଟିଇକୋ...

Advertisement
Archives

Model This Week