ସରୁନି ସାବେରି ବ୍ରିଜ୍‌ ନିର୍ମାଣ

ଏମ୍‌ଭି-୭୯,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ସାବେରୀ ନଦୀ ଉପରେ ଚାଲିଥିବା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସରୁନାହିଁ। ନଦୀର ଉପର ମୁଣ୍ଡରେ ଚାଲିଥିବା ଏହି ବ୍ରିଜ୍‌ ନିର୍ମାଣକୁ ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ବ୍ରିଜ୍‌ ନିର୍ମାଣକୁ ଶେଷ କରିପାରିନାହଁି। ଲୋକମାନେ ଜୀବନକୁ ବାଜି ଲଗାଇ ନଦୀପାର ହୋଇ ଯାତାୟାତ କରୁଛନ୍ତି। ଅନେକ ଥର ଭରା ନଦୀରେ ଡଙ୍ଗା ବୁଡ଼ି ବହୁ ଜୀବନ ଯାଇଥିବା ନଜିର ମଧ୍ୟ ଏଠାରେ ରହିଛି। ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ପ୍ରବାହିତ ହେଉଛି ସିଲେରୁ ଓ ସାବେରୀ ନଦୀ। ବର୍ଷ ତମାମ ଏହି ନଦୀରେ ଜଳ ଥାଏ l ଏହି ଦୁଇ ନଦୀ ଦେଇ ମାଲକାନଗିରି ଜିଲା ଲୋକେ ଓ ଅନ୍ୟ ଜିଲାର ଲୋକେ ଯାତାୟାତ କରିଥାନ୍ତି l ସାବେରୀ ନଦୀର ଉପରମୁଣ୍ଡରେ ନିର୍ମାଣ ଚାଲିଥିବା ବ୍ରିଜ୍‌଼ ରାଞ୍ଚତ୍-ବିଜୟୱାଡାକୁ ସଂଯୋଗ କରୁଛି l ମାଲକାନଗିରିରୁ ପ୍ରତିଦିନ ରାଞ୍ଚତ୍-ବିଜୟୱାଡାକୁ ବସ୍‌ ଯାତାୟାତ କରିଥାଏ। ତେବେ ବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ନ ହେଉ ନ ଥିବାରୁ ମୋଟୁଠାରୁ ଅନ୍ୟ ପଥ ଦେଇ ଗଲେ ଛତିଶଗଡ଼ ୩୦ କି.ମି. ପଡ଼େ l ବ୍ରିଜ୍‌ ଦେଇ ଯାତାୟାତ କଲେ ୧ କି.ମି. ପଡ଼ିଥାଏ। ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲାକୁ ରାଞ୍ଚତ୍-ବିଜୟୱାଡା ଓ ହାଇଦ୍ରାବାଦ ସହ ଯୋଡ଼ିବା ପାଇଁ ଏହି ବ୍ରିଜ୍‌ ନିର୍ମାଣ ଚାଲିଛି। ୫ବର୍ଷ ହେଲା ଏହାର ନିର୍ମାଣ ଶେଷ ହୋଇପାରୁ ନ ଥିବାରୁ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କଲେ ତହସିଲଦାର

ମାଲକାନଗିରି, ୪।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା...

ଶିବ ମନ୍ଦିର ବଟ ବୃକ୍ଷରେ ଲାଗିଲା ନିଆଁ

ମାଲକାନଗିରି, ୨।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପୁରୁଣା ମେଡିକାଲ ନିକଟରେ ଏକ ପୂରାତନ ଶିବ ମନ୍ଦିରକୁ ଲାଗିଥିବା ବଟ ଗଛରେ ନିଆଁ ଲାଗି ମନ୍ଦିରର...

‘ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ମାଲକାନଗିରି,୨୩।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସୁଭାଷ ବୋଷ ସ୍ମାରକୀ ଟାଉନ ୟୁଥ୍‌କ୍ଲବ ଆନୁକୂଲ୍ୟରେ ନେତାଜୀଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି ା ଏଥିରେ ଅତିରିକ୍ତ...

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ...

ବାଲିମେଳା ଡ୍ୟାମ୍‌ର ଜଳପତ୍ତନ ୧୫୧୩ ଫୁଟ ଛୁଇଁଲା

ଚିତ୍ରକୋଣ୍ଡା,୩୦।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା-ବାଲିମେଳା ମାଟିବନ୍ଧରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ବିପଦସଂକେତ ପାଇଁ ସର୍ବାଧିକ ଜଳପତ୍ତନ ୧୫୧୮ ଫୁଟ ରହିଛି।...

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ...

ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର...

Advertisement
Archives

Model This Week