ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ: କିଣୁଛନ୍ତିି ପଚାଶରେ, ବିକ୍ରି ଦେଢ଼ଶହ

ଅନୁଗୋଳ ଅଫିସ୍‌, ୧୯ା୭: ଅରୁଣାଚଳ ପ୍ରଦେଶରୁ ଚୋରା ମଦ ଆଣି ଅନୁଗୋଳରେ ପସରା ମେଲାଇଛନ୍ତି ମାଫିଆ। ୫୦ ଟଙ୍କାରେ କିଣି ବେପାରୀଙ୍କୁ ସେହି ମଦ ଦେଢଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରି ସେମାନେ ମାଲାମାଲ ହେଉଛନ୍ତି। କରୋନା ପାଇଁ ଲକ୍‌ଡାଉନ କଟକଣା ମାଫିଆଙ୍କୁ ସୁହାଉଥିବାରୁ ବେପାର ବଢୁଛି। ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଶନିବାର ତୁରଙ୍ଗ ଦୁର୍ଗାବିହାର ଅଞ୍ଚଳରେ ଚଢ଼ାଉବେଳେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ପରେ ଏହି ଘଟଣା ଜଣାପଡିଛି। ଚଢ଼ାଉରେ ଜରାସିଂହା ଗ୍ରାମର ସିତୁ ଓରଫ ଗଜେନ୍ଦ୍ର ସାହୁ(୩୬) ଓ କୁମଣ୍ଡ ଚଣ୍ଡୀବଜାରର ଅଜୟ କୁମାର ବେହେରା(୩୦)ଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଡି-୧୯-ଇ-୦୦୫୬), ୭୨୦ ବୋତଲ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ ସୂଚନା ପ୍ରଦାନ କରିଛନ୍ତି।
ଅନୁଗୋଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ସଦର ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ। ପାଖାପାଖି ୧୨୯ ଲିଟର ବିଦେଶୀ ମଦ ଜବତ ହୋଇଥିବା ଅବକାରୀ ମୋବାଇଲ ଟିମ୍‌ ଇନ୍ସପେକ୍ଟର କୃଷ୍ଣ ଶଙ୍କର ତିୱାରୀ ସୂଚନା ଦେଇଛନ୍ତି। ଏହାର ଅନୁମାନିକ ମୂଲ୍ୟ ଓଡ଼ିଶାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଅନୁଗୋଳ ସହର ସହ ତାଳଚେର, ପରଜଙ୍ଗ, ସମଲ ପ୍ରଭୃତି ଅଞ୍ଚଳରୁ ଚୋରା ମଦ ବ୍ୟବସାୟୀମାନେ ସେମାନଙ୍କ ନିକଟରୁ ମଦ କିଣିଥାନ୍ତି। ତେବେ ଏହି ମଦ ସିଧାସଳଖ ଅରୁଣାଚଳ ପ୍ରଦେଶରୁ ନ ଆଣି ଭୁବନେଶ୍ୱରରୁ ନେଉଥିବା ଅଭିଯୁକ୍ତ ଦ୍ୱୟ ପଚରାଉଚରା ବେଳେ ମାନିଛନ୍ତି। ଟ୍ରାନ୍ସପୋର୍ଟିଂ ଗାଡ଼ିରେ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ସ୍ଥାନରେ ମଦ ଗଚ୍ଛିତ ରଖାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବିଭାଗକୁ ସୂଚନା ମିଳିଛି। ଅରୁଣାଚଳପ୍ରଦେଶରେ ଅବକାରୀ ନନ୍‌-ଡ଼୍ୟୁଟି ପେଡ୍‌ କମ୍‌ ଥିବାରୁ ସେଠାରେ ମଦ ଦର କମ୍‌ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ଏହି ବେପାର ଜୋରଦାର ହୋଇଥିବାବେଳେ ପୁଣି ୧୪ ପେଟି ମଦ ୪ରୁ ୫ ଦିନ ହେବ ଭୁବନେଶ୍ୱରକୁ ଯାଇ ଆଣିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜବତ ମଦ ଅସଲି କି ବାହାରେ ପ୍ରସ୍ତୁତ କରାଯାଇ ଅରୁଣାଚଳପ୍ରଦେଶ ଷ୍ଟିକର ମରାଯାଇଛି ଏହାର ଯାଞ୍ଚ ପାଇଁ ଭୁବନେଶ୍ୱର କେମିକାଲ ଲାବୋରେଟୋରିକୁ ପଠାଯିବ ବୋଲି ଅବକାରୀ ଅଧିକାରୀ ତିୱାରୀ କହିଛନ୍ତି। ବିଭାଗର ଜାକିର ହୁସେନ୍‌, ସନ୍ତୋଷ ସାହୁ, ସରୋଜ ସାହୁ, ପ୍ରସନ୍ନ ତ୍ରିପାଠୀ, ମମତା ପଲାଇ, କୁନ୍ତଳା ବେହେରା ପ୍ରମୁଖ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri