ଏଆଇ ଦେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୪।୧(ପି.ଟି.)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ପାଗ ସମ୍ପର୍କିତ ସମ୍ପୂର୍ଣ୍ଣ ଠିକ୍‌ ପୂର୍ବାନୁମାନ ମଡେଲ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ତ୍ୱରିତ୍‌ ସୁପର କମ୍ପ୍ୟୁଟରର ଉପଯୋଗ ନେଇ ଯୋଜନା କରୁଛି। ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। କାଳବୈଶାଖୀ ସୃଷ୍ଟି ଏବଂ ପ୍ରବଳ ମୌସୁମୀ ବର୍ଷା ପଛର ବାସ୍ତବ ପ୍ରକ୍ରିୟାକୁ ଭଲଭାବେ ବୁଝିବା ପାଇଁ ପାଣିପାଗ କାର୍ଯ୍ୟାଳୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପରୀକ୍ଷା କ୍ଷେତ୍ର ସ୍ଥାପନ କରିଛି। ପାଣିପାଗ ପୂର୍ବାନୁମାନରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇପାରିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।
ଆଇଏମ୍‌ଡି ସୋମବାର ‘ପଞ୍ଚାୟତ ପାଣିପାଗ ସେବା’ ଶୁଭାରମ୍ଭ କରିବା ସହ ଏହାର ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ ଆରମ୍ଭ କରିବ। ପ୍ରତି ଗାଁର ଚାଷୀଙ୍କ ପାଖରେ ପାଣିପାଗ ପୂର୍ବାନୁମାନ ପହଞ୍ଚାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଜଳବାୟୁ ସୂଚନା ସମ୍ପର୍କିତ ଜାତୀୟ ଜଳବାୟୁ ସେବା ଫ୍ରେମ୍‌ଓ୍ବର୍କ ସ୍ଥାପନ ଏହାର ଲକ୍ଷ୍ୟ।
ଉନ୍ନବିଂଶ ଶତାବ୍ଦୀ ଶେଷ ଭାଗରେ କୋଲକାତା ବନ୍ଦରରେ ବାତ୍ୟା ସତର୍କତା ଜାରି ହେଉଥିଲା। ଏବେ ପ୍ରତ୍ୟେକ ୟୁଜରଙ୍କ ମୋବାଇଲ ଫୋନ୍‌ରେ ସତର୍କ ସୂଚନା ପହଞ୍ଚୁଛି। ଭାରତୀୟ ପାଣିପାଗ ବିଭାଗ ଇତିମଧ୍ୟରେ ବହୁ ପଥ ଅତିକ୍ରମ କରିଛି। ପୂର୍ବାନୁମାନ ସାମର୍ଥ୍ୟ ବଢ଼ାଇବା ପାଇଁ ଏଆଇ ଏବଂ ମେଶିନ୍‌ ଲର୍ନିଂ (ଏମ୍‌ଏଲ୍‌)ର ସଦ୍ୟତମ ଅଗ୍ରଗତିକୁ ବ୍ୟବହାର କରିବା ପାଇଁ ଯୋଜନା ହେଉଛି। ପାଣିପାଗ ବିଭାଗ ଏଆଇ-ଏମ୍‌ଏଲ୍‌ ଉପରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଗଠନ କରିଥିବାବେଳେ ପୂର୍ବାନୁମାନ ସଠିକତାରେ ଉନ୍ନତି ଆଣିବାରେ ବ୍ୟବହୃତ ହେବା ଭଳି ଉପକରଣର ମିଳିତ ବିକାଶ ପାଇଁ ଏନ୍‌ଆଇଟି, ଆଇଆଇଟି, ଆଇଆଇଆଇଟି, ଶିକ୍ଷାବିତ୍‌ ଏବଂ ଗବେଷଣା ଓ ବିକାଶ ସଂସ୍ଥାର ସହଯୋଗ ନିଆଯାଇଥିବା ମୃତ୍ୟୁଞ୍ଜୟ କହିଛନ୍ତି। ନାଓକାଷ୍ଟ ଏକ ଭଲ କ୍ଷେତ୍ର ହୋଇପାରିବ, ଯେଉଁଠି ପାଣିପାଗ ପୂର୍ବାନୁମାନ ଓ ନିଷ୍ପତ୍ତି ନେବାରେ ଉନ୍ନତି ଆଣିବାରେ ଏଆଇ/ଏମ୍‌ଏଲ୍‌ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିପାରିବ ବୋଲି ଆଇଏମ୍‌ଡି ଏମ୍‌ଡି କହିଛନ୍ତି। ଏହା ବ୍ୟତୀତ ପାଣିପାଗ କାର୍ଯ୍ୟାଳୟ ସାଂଖିକ ମଡେଲିଂ ସାମର୍ଥ୍ୟରେ ଉନ୍ନତି ଲାଗି ଉଚ୍ଚ ପ୍ରଦର୍ଶନକାରୀ କମ୍ପ୍ୟୁଟିଂ ସିଷ୍ଟମ୍‌ର ଉନ୍ନତି କରିଛି। ଭୂବିଜ୍ଞାନ ମନ୍ତ୍ରଣାଳୟ ହାଇପର୍ଫମାନ୍ସ କମ୍ପ୍ୟୁଟିଂ ସିଷ୍ଟମ୍‌ କିଣିବା ପ୍ରକ୍ରିୟାରେ ରହିଛି। ଫଳରେ ପାଣିପାଗ କାର୍ଯ୍ୟାଳୟର ସାମର୍ଥ୍ୟ ୧୦ ପେଟାଫ୍ଲପ୍‌ରୁ ୩୦ ପେଟାଫ୍ଲପ୍‌କୁ ବୃଦ୍ଧି ପାଇବ। ଏହାଦ୍ୱାରା ସାଂଖିକ ମଡେଲ୍‌ କାର୍ଯ୍ୟସମୟ, ପ୍ରକ୍ରିୟା ପରବର୍ତ୍ତୀ ଡେଟା ସୃଷ୍ଟିରେ ଉନ୍ନତି ଘଟିବ। ତ୍ୱରିତ୍‌ ସୁପର କମ୍ପ୍ୟୁଟର ନିର୍ଦ୍ଦିଷ୍ଟ ସେକ୍ଟର ଏବଂ ସ୍ଥାନ ସମ୍ପର୍କରେ ସୂଚନା ସୃଷ୍ଟି କରିପାରିବ। ବର୍ତ୍ତମାନ ଆଇଏମ୍‌ଡିର ପାଣିପାଗ ମଡେଲିଂ ସିଷ୍ଟମର ରିଜୋଲ୍ୟୁଶନ ୧୨ କିଲୋମିଟର ରହିଥିବାବେଳେ ଏହାକୁ ୬ କିଲୋମିଟରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଞ୍ଚଳିକ ମଡେଲିଂ ସିଷ୍ଟମକୁ ୩ କିଲୋମିଟରରୁ ୧ କିଲୋମିଟରକୁ ଉନ୍ନୀତ କରାଯିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?