ଏପାଖ ସେପାଖ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ସପ୍ତାହ ତଳେ ରୁଷିଆ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ସେତେବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିରି ଜେଲନ୍‌ସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ୨୩ ଅଗଷ୍ଟରେ ଜେଲନ୍‌ସ୍କି ଓ ମୋଦିଙ୍କ କିଭ୍‌ଠାରେ କରମର୍ଦ୍ଦନ ଓ ଆଲିଙ୍ଗନ କରିବାର ଦୃଶ୍ୟ ଭାରତ ଦେଖିଲା। ଏହା ପରେ ଭାରତୀୟ ଗଣମାଧ୍ୟମରେ କୁହାଗଲା ଯେ, ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ମୋଦିଙ୍କ ବଡ଼ ପଦକ୍ଷେପ। କିନ୍ତୁ ମନେହେଲା ଉଭୟ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସନ୍ତୁଳନତା ବଜାୟ ରଖିବା ଲାଗି ମୋଦି କେବଳ ଗସ୍ତକୁ ଗୁରୁତ୍ୱ ଦେଇଛନ୍ତି। କାରଣ ଯୁଦ୍ଧରେ ରୁଷିଆର ଭଟ୍ଟା ପଡ଼ିଆସୁଥିବା ବେଳେ କୁର୍ସକରେ ୟୁକ୍ରେନ ଜୁଆର ସୃଷ୍ଟି କରିଦେଲାଣି।
୨୪ ଫେବୃଆରୀ ୨୦୨୨ରେ ରୁଷିଆ ପ୍ରଥମେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ସେତେବେଳେ ଆଲୋଚନା ହୋଇଥିଲା ଖୁବ୍‌ କମ୍‌ ଦିନ ମଧ୍ୟରେ ୟୁକ୍ରେନ୍‌ ଡରିଯାଇ ରୁଷିଆ ପାଖରେ ଆତ୍ମସମର୍ପଣ କରିବ। କିନ୍ତୁ ହାସ୍ୟ ଅଭିନେତାରୁ ରାଷ୍ଟ୍ରପତି ହୋଇଥିବା ଜେଲନ୍‌ସ୍କି ନିଜ ଜିଦ୍‌ରେ ଅଟଳ ରହିଲେ। ସମସ୍ତେ ଭାବିଥିଲେ ଜେଲନ୍‌ସ୍କି ଦେଶ ଛାଡ଼ି ପଳାଇବେ। ଏପରିକି ଆମେରିକା ଓ ଅନ୍ୟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କ ପଳାୟନ ପାଇଁ ପଥ ସୁଗମ କରିଥିଲେ। କିନ୍ତୁ ସେ ଦେଶବାସୀଙ୍କୁ ତ୍ୟାଗ କଲେ ନାହିଁ। କଳେବଳେ କୌଶଳେ ରୁଷିଆ ଆକ୍ରମଣକୁ ପ୍ରତିହତ କରିଚାଲିଛନ୍ତି। ଦୀର୍ଘ ଦୁଇବର୍ଷ ପରେ ସମୟ ଏମିତି ଆସି ପହଞ୍ଚତ୍ଲା ଯେ, ରୁଷିଆର କୁର୍ସକ ଅଞ୍ଚଳକୁ ୟୁକ୍ରେନ୍‌ ସେନା ମାଡ଼ି ବସିବାରେ ସକ୍ଷମ ହେଲାଣି। ଏପରିକି ଏହି ମାସରେ ୟୁକ୍ରେନ୍‌ ସେନା ବହୁ ରୁଷୀୟ ସୈନ୍ୟଙ୍କୁ ଧରି ନେଇଥିବା ବେଳେ ଅନେକ ଯୁବ ସୈନିକ କୌଣସି ପ୍ରତିବାଦ ନ ଜଣାଇ ଆତ୍ମସମର୍ପଣ କରି ଦେଉଥିବା ଖବର ପଦାକୁ ଆସିଛି। ଏଥିସହିତ ୟୁକ୍ରେନର ଅନେକ ଡ୍ରୋନ୍‌ ଆକ୍ରମଣ ଫଳରେ ରୁଷିଆ ରାଜଧାନୀ ମସ୍କୋରେ ଅଳ୍ପ କିଛି କ୍ଷତି ଘଟିଥିବାର ଆମେରିକୀୟ ଗଣମାଧ୍ୟମରୁ ଶୁଣିବାକୁ ମିଳେ। ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯୁଦ୍ଧ କରିବା ପରେ ରୁଷିଆ ଅର୍ଥନୀତି ଦୁର୍ବଳ ହୋଇ ଚାଲିଛି। ଏଥିରୁ ଏହା ବୁଝିବାକୁ ହେବ ଯେ, ରୁଷିଆ ସେନା ବାଧ୍ୟବାଧକତାରେ ଯୁଦ୍ଧ କ୍ଷେତ୍ରକୁ ଆସୁଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ନିଜକୁ ଦୃଢ଼ ରଖିପାରି ଥିବାରୁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସାହାଯ୍ୟ ଦେବା ପାଇଁ ଆଗଭର ହୋଇଛନ୍ତି।
ମୋଦିଙ୍କ ୟୁକ୍ରେନ୍‌ ଗସ୍ତ ଏମିତି ସମୟରେ ହୋଇଥିବା କୁହାଯାଉଛି ଯେତେବେଳେ ୟୁକ୍ରେନ ଯୁଦ୍ଧର ସଫଳତା ଦେଖୁଛି ଓ କୁର୍ସକ ଅଞ୍ଚଳ ନିଜ ଅକ୍ତିଆରକୁ କରିନେଇଛି। ଏଠାରେ ମନେପଡ଼େ ଜୁଲାଇ ୮ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ମସ୍କୋ ଗସ୍ତ ସମୟରେ କିଭ୍‌ର ଏକ ଶିଶୁ ଚିକିତ୍ସାଳୟ ଉପରେ ରୁଷିଆର ଆକ୍ରମଣ ହୋଇଥିଲା। ସେଥିରେ ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତାହା ହେଉଛି ପ୍ରଥମଥର ଯେତେବେଳେ ମୋଦି ରୁଷିଆର ଆକ୍ରମଣକୁ ନାପସନ୍ଦ କରିଥିଲେ। ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ମତରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଜାତିସଂଘରେ ଏ ନେଇ ଯେତେ ଆଲୋଚନା ଓ ଭୋଟ ନିଆଯାଇଛି ସେଥିରେ ଭାରତ ନିଜକୁ ସବୁବେଳେ ଦୂରେଇ ରଖିଛି। ତାହା ପ୍ରମାଣ କରୁଛି ଭାରତର ବହିର୍ବ୍ୟାପାର ନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ରହିଯାଉଛି, ଯେଉଁଥିପାଇଁ କୌଣସି ସ୍ପଷ୍ଟ ଦୀର୍ଘମିଆଦୀ ଆଭିମୁଖ୍ୟ ରଖିବା କଷ୍ଟକର ହେଉଛି। ରୁଷିଆ ଦୀର୍ଘବର୍ଷ ଧରି ଭାରତର ବନ୍ଧୁ ରହିଆସିଥିବାରୁ ତା’ ପ୍ରତି ଦୁର୍ବଳତା ରହିବା ସ୍ବାଭାବିକ। କିନ୍ତୁ ସ୍ଥଳବିଶେଷରେ ଯୁଦ୍ଧପ୍ରବଣ ମାନସିକତାକୁ ରୋକିବା ଲାଗି ଭାରତ ନିରପେକ୍ଷ ନିଷ୍ପତ୍ତି ନେବାର ଥିଲା। ଯେହେତୁ ଭାରତର ବୈଦେଶିକ ନୀତି ସ୍ପଷ୍ଟ ରହୁ ନାହିଁ, ଏହା କେବଳ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ପଦକ୍ଷେପ ନେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପ୍ରାରମ୍ଭରେ ପାଶ୍ଚାତ୍ୟ ରାଷ୍ଟ୍ର ମସ୍କୋ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବା ବେଳେ ଭାରତ ପାଇଁ ନୂଆ ସୁଯୋଗ ମିଳିଥିଲା। ଗୋଟିଏ ପଟେ ରୁଷିଆ ଅର୍ଥ ଆବଶ୍ୟକ କରୁଥିବା ବେଳେ ଭାରତ ସହଯୋଗ କରିବାକୁ ଆଗେଇ ଆସିଥିଲା। ଫଳରେ ଶସ୍ତାରେ ରୁଷିଆଠାରୁ ଭାରତ ତେଲ ପାଇପାରିଲା। କିନ୍ତୁ ତାହାର ଲାଭ ଭାରତରେ ଥିବା ପେଟ୍ରୋଲପମ୍ପ୍‌ରେ ଦେଖିବାକୁ ମିଳିଲା ନାହିଁ। ଅର୍ଥାତ୍‌ ଗତ ଦୁଇ ବର୍ଷ ଧରି ସାଧାରଣ ଭାରତୀୟ ଗ୍ରାହକ ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଦର ହ୍ରାସ କରାଯାଇ ନ ଥିଲା। କେବଳ ଭାରତର ମୁଷ୍ଟିମେୟ ଶିଳ୍ପପତି ଏହି ପରିସ୍ଥିତିରେ ବିପୁଳ ଲାଭ ଉଠାଇ ପାରୁଛନ୍ତି। ଭାରତ ପକ୍ଷରୁ ସେତେବେଳେ ନିଆଯାଇଥିବା ପଦକ୍ଷେପ ପାଶ୍ଚାତ୍ୟକୁ କ୍ରୋଧିତ କରିଥିଲା। ଏଭଳି ସ୍ଥଳେ ଭାରତ ଶକ୍ତିଶାଳୀ କୂଟନୈତିକ ନେତୃତ୍ୱ ନେଇ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଏକ ସନ୍ତୁଳିତ ସମ୍ପର୍କ ସ୍ଥାପନ କରିବାର ଥିଲା। କିନ୍ତୁ ତାହା ନ ହୋଇଲା। ସେଥିପାଇଁ ଆଜି ଭାରତକୁ ଏପାଖ ସେପାଖ ହେବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?