ସ୍ଥଳସେନାର ସର୍ବେସର୍ବା

ଜିତେନ୍ଦ୍ର କୁମାର ନାୟକ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଯୁଦ୍ଧ ଆହୁରି କେତେ ଦିନ ଚାଲିବ ଓ ସମାଧାନର ରାସ୍ତା କେବେ ବାହାରିବ ତାହାର ସଙ୍କେତ ମିଳୁନାହିଁ। ତେବେ ଅନ୍ତର୍ଜାତୀୟ ସ୍ତରରେ ଏହି ଯୁଦ୍ଧକୁ ନେଇ ଜୋରଦାର ଆଲୋଚନା ହେଉଛି। ରୁଷିଆ ଅତି ଶକ୍ତିଶାଳୀ ବୋଲି କୁହାଯାଉଥିଲେ ମଧ୍ୟ ୟୁକ୍ରେନ୍‌ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ପାଉଥିବାରୁ ଦମ୍ଭ ହରାଉ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ପ୍ରତ୍ୟେକ ରାଷ୍ଟ୍ର ନିଜ ସାମରିକ ଶକ୍ତିକୁ ମାପୁଛନ୍ତି। ଭବିଷ୍ୟତରେ ଯଦି କିଛି ଅସ୍ବାଭାବିକ ସ୍ଥିତି ଉପୁଜେ ତାହାକୁ ମୁକାବିଲା କରିବା ଲାଗି ସେନାମୁଖ୍ୟମାନେ କେତେ ପ୍ରସ୍ତୁତ, ତାହା ସେମାନଙ୍କ ମଧ୍ୟରେ ଅଣ୍ଡର କରେଣ୍ଟ ବା ଅନ୍ତଃପ୍ରବାହ ଭଳି ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସାମରିକ କ୍ଷମତା ଓ ସେନା ମୁଖ୍ୟଙ୍କ ପରାକ୍ରମକୁ ନେଇ ଦେଶବାସୀ ଚିନ୍ତା କରିବା ସ୍ବାଭାବିକ। କୁହାଯାଏ ସେନାପତିଙ୍କ ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ଏକ ରାଷ୍ଟ୍ର ବା ଗୋଷ୍ଠୀକୁ ବିଜୟ ଆଣିଦେଇଥାଏ। ଆଜିର ସ୍ଥିତିରେ ସାମରିକ ଶକ୍ତି, ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତା ସହ ମୁଖ୍ୟଙ୍କ ପ୍ରତ୍ୟୁତ୍ପନ୍ନମତିତା ଏକ ବଡ଼ ପରିବର୍ତ୍ତନ ଆଣିପାରୁଛି। ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୮ ଏପ୍ରିଲ ୨୦୨୨ରେ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ପାଣ୍ଡେ ୨୯ତମ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଇଞ୍ଜିନିୟରିଂ କର୍‌ର ସଦସ୍ୟ ହୋଇଥିବା ସତ୍ତ୍ୱେ ତାଙ୍କୁ ସେନା ମୁଖ୍ୟ ହେବାର ସୁଯୋଗ ମିଳିଛି। ଅଦ୍ୟାବଧି ଇନ୍‌ଫାଣ୍ଟ୍ରି ବା ପଦାତିକ ବାହିନୀ, ଆର୍ଟିଲେରି ବା କମାଣ ବାହିନୀ ଏବଂ ଆର୍ମୋଡ ବା ସାଞ୍ଜୁ ବାହିନୀରୁ ଭାରତର ଆର୍ମି ଚିଫ୍‌ମାନେ ଆସିଛନ୍ତି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ପାଣ୍ଡେଙ୍କୁ ଅଣାଯିବା ଆଧୁନିକ ଯୁଦ୍ଧ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କର୍‌ ଅଫ୍‌ ଇଞ୍ଜିନିୟର୍ସ ହେଉଛି ଯୁଦ୍ଧକୁ ସମର୍ଥନ କରୁଥିବା ଏକ ଅଙ୍ଗ। ଦୁଇଟି କମାଣ୍ଡ୍‌ର ନେତୃତ୍ୱ ନେଇଥିବା ପାଣ୍ଡେ ନିଜ ବୁଦ୍ଧିମତ୍ତାକୁ ବ୍ୟବହାର କରି ଦେଶକୁ ଅଧିକ ସୁରକ୍ଷା ଦେଇପାରିବେ ବୋଲି ଆଶା କରାଯାଉଛି।
ମନୋଜ ପାଣ୍ଡେ ୬ ମେ ୧୯୬୨ରେ ମହାରାଷ୍ଟ୍ରର ନାଗପୁରରେ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ସି. ଜି. ପାଣ୍ଡେ ନାଗପୁର ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ଭାବେ ଅବସର ନେଇଥିବା ବେଳେ ମାତା ପ୍ରେମା ଆକାଶବାଣୀର ଉଦ୍‌ଘୋଷିକା ଥିଲେ। ସୋମାଲ୍‌ଓ୍ବାର ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ମନୋଜ ୧୯୭୯ରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ଯୋଗ ଦେଇଥିଲେ। ସେଠାରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ଭାରତୀୟ ସାମରିକ ଏକାଡେମୀରେ କମିଶନ୍‌ଡ ଅଫିସର ହୋଇଥିଲେ। ପରବର୍ତ୍ତୀକାଳରେ ପୁଣେସ୍ଥିତ ମିଲିଟାରୀ ଇଞ୍ଜିନିୟରିଂ କଲେଜରୁ ସେ ସିଭିଲ୍‌ ଇଞ୍ଜିନିୟରିଂରେ ବିଟେକ୍‌ କରିଥିଲେ। ତେବେ ମନୋଜ ୧୯୮୨ରେ କର୍‌ ଅଫ୍‌ ଇଞ୍ଜିନିୟର୍ସର ଅନ୍ୟତମ ରେଜିମେଣ୍ଟ ବମ୍ବେ ସାପର୍ସରେ କାର୍ଯ୍ୟ କରିଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦବୀକୁ ଉନ୍ନୀତ ହେବା ପରେ ସେ ଇଥୋପିଆ ଓ ଇରିଟ୍ରେଆରେ ଜାତିସଂଘ ମିଶନ୍‌ରେ ଚିଫ୍‌ ଇଞ୍ଜିନିୟର ଭାବେ ସେବା ଯୋଗାଇଥିଲେ। ତେବେ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ୧୧୭ ଇଞ୍ଜିନିୟରିଂ ରେଜିମେଣ୍ଟ୍‌କୁ କମାଣ୍ଡର ଭାବେ ସେ ‘ଅପରେଶନ୍‌ ପରାକ୍ରମ’ ଦାୟିତ୍ୱ ନେଇଥିଲେ। ଏହା ପରେ ସେ ଇଷ୍ଟର୍ନ କମାଣ୍ଡ୍‌ର ମୁଖ୍ୟାଳୟରେ ବ୍ରିଗେଡିୟର ଜେନେରାଲ ଷ୍ଟାଫ୍‌ ଅପରେସନ୍ସ ଭାବେ ନିଯୁକ୍ତ ହୋଇଥିଲେ। ନିଷ୍ଠାର ସହ କାର୍ଯ୍ୟ କରିବା ପରେ ମନୋଜଙ୍କୁ ସଦର୍ନ କମାଣ୍ଡ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ କରାଯାଇଥିଲା। ୩୦ ଏପ୍ରିଲ ୨୦୨୦ରେ ସେ ଆଣ୍ଡାମାନ ନିକୋବରର କମାଣ୍ଡର୍‌-ଇନ୍‌-ଚିଫ୍‌ ହୋଇଥିଲେ। ଏହା ପରେ ସାମରିକ ଅଧିକାରୀ ଭାବେ ତାଙ୍କ ପଦବୀ ୧୮ ଏପ୍ରିଲ ୨୦୨୨ରେ ଶୀର୍ଷ ଛୁଇଁଥିଲା ଓ ଭାରତ ସରକାର ତାଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରିଥିବାରୁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ସହ ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ମନୋଜ ପାଣ୍ଡେ ଇଞ୍ଜିନିୟରିଂ କ୍ଷେତ୍ରରୁ ଆସିଥିବାରୁ ସେ ତାଙ୍କ ୧୩ ଲକ୍ଷ ବିଶିଷ୍ଟ ଭାରତୀୟ ସେନାକୁ କେଉଁଭଳି ଭାବେ ମାର୍ଗଦର୍ଶନ କରିବେ ତାହା ଦେଖିବାକୁ ବାକି ଅଛି।
ତାଙ୍କ ପାରିବାରିକ ଜୀବନ କହିଲେ ଧର୍ମପତ୍ନୀ ଅର୍ଚ୍ଚନା ସାଲ୍‌ପେକର ଜଣେ ଦନ୍ତ ଚିକିତ୍ସକ ଓ ୧୯୮୭ ମସିହାରେ ସେ ନାଗପୁରର ଗଭର୍ନମେଣ୍ଟ ଡେଣ୍ଟାଲ୍‌ କଲେଜ ଓ ହସ୍ପିଟାଲରୁ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ମନୋଜଙ୍କ ଜଣେ ଭାଇ ମଧ୍ୟ ସେନାର ଉଚ୍ଚପଦସ୍ଥ ଅଧିକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri