ପୁଣି ଘନେଇଲା ସଙ୍କଟ, ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ୩ ହଜାର ୩୨୪ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ରହିଛି। ଏହି ସମୟରେ ସକ୍ରିୟ ମାମଲା ୧୯ ହଜାର ଟପିଛି। ଏହା ୧୯ ହଜାର ୯୨ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୮୭୬ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୮୪୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୭୯ ହଜାର ୧୮୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୩୬ ହଜାର ୨୫୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୫୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୪୯୦ ଜଣ, କେରଳରେ ୩୩୭ ଜଣ, ଉତ୍ତରପ୍ରଦେଶରେ ୨୭୫ ଜଣ, ମହାରାଷ୍ଟ୍ରରେ ୧୫୫ ଜଣ କର୍ନାଟକରେ ୧୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୯ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୧ କୋଟି ୨୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ...

ଜେଲ ହାଜତକୁ ଗଲେ ଦିଶା ରବି

ନୂଆଦିଲ୍ଲୀ,୧୯।୨: ଟୁଲ୍‌କିଟ୍‌ ମାମଲାରେ ୨୨ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।...

ରିୟଲିଟି ଶୋ’ରେ ପିଲାଙ୍କୁ ଅନୁପଯୁକ୍ତ ପ୍ରଦର୍ଶନ କରନାହିଁ

ନୂଆଦିଲ୍ଲୀ,୧୯ା୬: ନୃତ୍ୟଭିତ୍ତିକ ରିୟଲିଟି ଶୋ’ଗୁଡ଼ିକରେ ଶିଶୁମାନଙ୍କୁ ଉପଯୁକ୍ତ ଭାବେ ଉପସ୍ଥାପନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ...

ପ୍ରଶାନ୍ତ କିଶୋରଙ୍କୁ ଆପଣାଇଲେ ଅମରିନ୍ଦର

ଚଣ୍ଡିଗଡ଼, ୨।୩: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୁଣି ଥରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପ୍ରମୁଖ...

ଆମେ ୨ ଆମର ୨

ଲକ୍ଷ୍ନୌ,୧୨ା୭: ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୭% ଥିବାବେଳେ ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ଏହା ୩.୧ ପ୍ରତିଶତ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ରାଜ୍ୟର ବିକାଶ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ...

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ...

କେଜରିଓ୍ବାଲଙ୍କ ମିଶନ ପଞ୍ଜାବ

ଚଣ୍ଡିଗଡ଼,୨୯।୬: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ବାଜିସାରିଲାଣି। ନିଜ ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ...

Advertisement
Archives

Model This Week