Posted inଫୁରସତ

ଗୋରୁମୁଣ୍ଡ ଥାପି କପାତୋଳା

ଚନିଆ ବନାମ ଚୈତନ୍ୟ ବାବୁଙ୍କର ଚେତନା ଜାଗ୍ରତ ହେଲା । ନା, ଆଉ ସେ ନିଜ ପ୍ରାଣପ୍ରିୟା ପତ୍ନୀଙ୍କୁ ଗାଁରେ ଛାଡି ବାହାର ରାଇଜରେ ପଡି ବହୁରାଷ୍ଟ୍ରୀୟ କମ୍ପାନୀ ଅଧୀନରେ ଚାକିରୀ କରି କୁଢ଼ କୁଢ଼ ଟଙ୍କା କମେଇ ପତ୍ନୀକୁ ମାତୃତ୍ୱରୁ ବଞ୍ଚିତ କରି ଆପଣା କୁଳ ବୁଡେଇ ପାରିବେନି । ବରଂ ନିଜ ଗାଁକୁ ଫେରିଯାଇ ରାଜନୀତିରେ ସକ୍ରିୟ ଭାଗନେଇ ବୈଜ୍ଞାନିକ ପଦ୍ଧତିରେ ଲୋକମାନଙ୍କ ସେବା କରିବେ । ଭେଣ୍ଡିଆମାନଙ୍କୁ ଆଉ ଚାଷ ନ କରି ଚାଆସ ଖେଳିବାକୁ ଅଥବା ଦାଦନ ଖଟିବାକୁ ସୁଯୋଗ ନ ଦେଇ କର୍ମନିଯୁକ୍ତି ଦେବେ । ନିସ୍ବାର୍ଥପର ଭାବରେ କେମିତି ଅର୍ଥ ରୋଜଗାର କରିହୁଏ ବେକାରିଆଙ୍କୁ ଶିଖେଇବେ । ତହୁଁ ଉଚ୍ଚ ବେତନର ଚାକିରୀକି ବେଖାତିର କରି ଇସ୍ତଫା ଦେଇ ମୁଣାଭର୍ତ୍ତି ସ୍ବପ୍ନ ମୁଣ୍ଡରେ ଧରି ଗାଁକୁ ଧାଇଁଲେ। ବେଶ କିଛି ମୋଟା କମେଇରେ ଜମେଇଥିବା ଟଙ୍କାରେ ଚନିଆ ବାବୁ ଗାଁ ଯୁବ ବନ୍ଧୁମାନକୁ ଏକାଠି କରି ଭଲ ଇଟିଂ ସହ ମିଟିଙ୍ଗି ବ୍ୟବସ୍ଥା କଲେ ।

ମନଲୋଭା ଭୋଜି କି ମନକୁ ମନେଇଲା ଭଳିଆ ଭାଷଣ ଦେଇ, ଆପଣା ଇଚ୍ଛା ପ୍ରକାଶ କରନ୍ତେ.. ଉଚ୍ଚ ଶବଦର ତାଳିରୁ ତାଙ୍କ ମହତ ଇଚ୍ଛାକୁ ପୂର୍ଣ୍ଣ ସମର୍ଥନ ମିଳିଲା। ଲୋକେ କୁହାକୁହି ହେଲେ ଏପରି ଉଚ୍ଚଶିକ୍ଷିତ କର୍ମଠ ଉଚ୍ଚ ଅଭିଳାଷଯୁକ୍ତ ଯୁବକ ବହୁ ଆଗରୁ ରାଜନୀତିକି ଆସିବାର ଥିଲା । ଦିନେ ଗୋଟେ ନାଁ କରା ଦଳରେ ବହୁ ବଡ଼ ବଡ଼ ନେତୃବୃନ୍ଦଙ୍କ ଗହଣରେ ବିରାଟ ମଞ୍ଚରେ ବଡ ଫୁଲମାଳ ବଡ଼ ଫୁଲତୋଡ଼ାରେ ସମ୍ବର୍ଦ୍ଧନା ସହ କର୍ମୀ ଭାବରେ ଯୋଗଦେଲେ । ମଞ୍ଚରେ ଚନିଆ ବାବୁଙ୍କ ପ୍ରଥମ ଭାଷଣ ସମସ୍ତଙ୍କୁ ତାଜୁବ୍‌ ଖାଲି କଲା ତା ନୁହଁ ବରଂ ତାଙ୍କ ସାହସ, ପାରିବାପଣିଆକୁ ତାରିଫ କରୁ କରୁ ଅନେକେ ସତ୍ୟଯୁଗ ଏଇ ଫେରିଲା ବୋଲି ସପନଦେଖା ଆରମ୍ଭ କଲେ। ସେ ବି ଅନ୍ୟରାଜ୍ୟ କେମିତି ଦ୍ରୁତ ଉନ୍ନତି କରୁଛି ଉଦାହରଣ ଦେଇ ସୁନ୍ଦରଭାବେ ବୁଝେଇ କହିଲେ । ବେକାର ଯୁବକଙ୍କ କର୍ମନିଯୁକ୍ତି ହେଲାବୋଲି ଜାଣ । ଏରିଆର ସର୍ବାଙ୍ଗୀନ ଉନ୍ନତି ଆଉ ଏଣିକି କଥା ନୁହେଁ କରାମତି କାମରେ ହେଲା ବୋଲି ବିଶ୍ୱାସ ଘନେଇଲା ।

ହେ ମୋର ବେଲାଇନିଆ ଯୁବ ବନ୍ଧୁଗଣ! ଏଥର ଲାଇନିରେ ଆସି ଅନଲାଇନିରେ ପ୍ରଚାର ପାଇଁ ପ୍ରସ୍ତୁତ ରୁହ l ପୁରୁଣା ମେଥଡ଼ ଛାଡ଼.. ଏଣିକି ନୂଆପାଠ ପଢ଼ । ନୂଆ ଦୁନିଆଁ ନୂଆ ଭବିଷ୍ୟତ ଗଢ ।

ଯା ହଉ ପୁରୁଣା ନେତାଙ୍କୁ ପଛରେ ପକେଇ ନୂଆକରି ସରପଞ୍ଚ ପାଇଁ ଟିକଟ ପାଇ ନ ହଜାର ନ ଶହ ନବେଖଣ୍ଡ ଭୋଟରେ ଜିତି ଚନିଆବାବୁ ନବନିର୍ବାଚିତ ସରପଞ୍ଚ ହୋଇ ସିଂହାସନରେ ଉପବେଶନ କଲେ । ଯଦିଓ ହିସାବରୁ ଢ଼େରେ ଅଧିକ ଖର୍ଚ୍ଚ ନିର୍ବାଚନରେ ହେଲା, ତଥାପି ଜିତିବାରୁ ମନଖୋଲି ହସିଲେ। ଦେଇଥିବା ପ୍ରତିଶୃତି କହିଥିବା କଥା ପୂରଣ ପାଇଁ ସଂକଳ୍ପ କଲେ।

ଆଗରୁ ତ ବହୁନେତା ରାସ୍ତା ଘାଟ ପାଣି ପବନ କଥା କହି ଠକୁଥିଲେ , ହେଲେ ବାବୁଙ୍କ ସ୍ବପ୍ନ ନିଆରା । କୃଷି, ଗୋପାଳନ, ମାଛ ଚାଷ, ଉଦ୍ୟାନ କୃଷି, କୁକୁଡ଼ା ପାଳନ ଠାରୁ ଏ ସବୁର ସଂରକ୍ଷଣ କେନ୍ଦ୍ର, ବିକ୍ରୟ କେନ୍ଦ୍ର, ବିଜୁଳି ପାଇଁ ସୌର ଶକ୍ତି, ଗୋବର ଗ୍ୟାସ ପ୍ଲାଣ୍ଟ ପରି ଅନେକ ଯୋଜନା ପାଇଁ ଉଦ୍ୟମ କରାଯିବ। ଯାହାଦ୍ୱାରା ଆଉ କେହି ବାହାରକୁ ଗୋତିଖଟି ଯିବେନି କି କରୋନା ହେଉ କି ଯୁଦ୍ଧ ଭଳିଆ ପରିସ୍ଥିତି ହେଉ, କେହି ଆଉ କଲବଲ ହେଇ କାନ୍ଦି କାନ୍ଦି ବେରୋଜଗାର ହୋଇ ଘରକୁ ଫେରିବେନି ।

ଢ଼େରେ ଦିନ ଗଲାଣି । ଏ କ’ଣ ହେଉଛି? ଯେତେ ଦିନ ଗଡୁଛି, ଚନିଆ ବାବୁଙ୍କ ଯୋଜନାସବୁ ଯୋଜନ ଯୋଜନ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଛି । ସେ ନାଁକୁ ମାତ୍ର ନେତା – କର୍ତ୍ତା । ମାତ୍ର ତାଙ୍କ ପାଖଲୋକ ଯେମିତି ତାଙ୍କୁ କାଖତଳେ ଚାପି ଧରିଛନ୍ତି । ସେ ଅଣନିଶ୍ୱାସୀ ହୋଇଯାଉଛନ୍ତି । ତାଙ୍କୁ ଶୁଣିବାକୁ ପଡୁଛି -ସେ ନିର୍ବାଚନରେ ଜିତି ନାହାନ୍ତି । ବରଂ ଏଇ ପାଖଲୋକ ତାଙ୍କୁ ଜିତେଇ ଆସନରେ ବସେଇଛନ୍ତି । ତେଣୁ ସେ ନିଜ ଇଚ୍ଛାରେ କିଛି କରିପାରିବେନି । ତେଣୁ ଯୋଉ ତେଲମରା ଗୋଡାଣିଆ ପ୍ରଚାରକ, ପାଖଲୋକ, ଯୁବକ, ଚାଉପାସେ ବେଢ଼ିଛନ୍ତି, ତାଙ୍କ କାମ ତାଙ୍କ ଇଚ୍ଛା ପୂରାହେବl ଆଗ ଦର୍କାର । ଯାହାର ଆଠ ବାଖୁରିଆ ଦି ମହଲା କୋଠା ଅଛି, ଆବାସ ଯୋଜନା ତାଙ୍କ ନାଁରେ ସାଂକସନ୍‌ କରି ଲକ୍ଷାଧିକ ଟଙ୍କା ହେଇ ଦେବା ଉଚିତ l ଯାହାର ତିନି /ପାଞ୍ଚ ଏକର ଜମିରୁ ଧାନ, ମୁଗ, ବିରି, କୁଇଣ୍ଟାଲ କୁଇଣ୍ଟାଲ ଅମଳ ହୋଇ ମୋଟା ଟଙ୍କା ରୋଜଗାର, ତାରି ନାଁରେ ଖାଉଟି କାର୍ଡ ହେବା ଦରକାର। ଗୋରୁ ନଥିବା ଗୁହାଳ ବାତ୍ୟାରେ ଭାଙ୍ଗିଛି ଦେଖେଇ ଅନେକଥର କ୍ଷତିପୂରଣ ମିଳିବା ତାଙ୍କର ଉଚିତ। ନୁଖୁରା ଗରୀବ ଅଭାବ ଭୋକରେ ଖୁଁ ଖୁଁ ହେଇ ମରୁ। ତେଲମରା ଏଇ ତୋଷାମଦିଆ ପାଖଲୋକଙ୍କର ଉପୁରି ଟଙ୍କାରେ ମଦ ମାଉଁସରେ ପେଟ ଭରୁ.. ତାଙ୍କ ଫାମିଲି ଚଳୁ।

ତାଙ୍କରି ଇଚ୍ଛାରେ ଗୋଟେ ପୋଖରୀ ଦେଖେଇ ଦଶ ପୋଖରୀ ଖୋଳା ସରିଛି।

ଦଶଟା ପାଇଖାନା ଦେଖେଇ ଦେଖେଇ ହଜାରେ ପାଇଖାନା ତିଆରି ସରିଛି । ମଗଜ ଖଟେଇ କାଗଜ ପତ୍ରରେ କାମ ସରିଛି । ଫୋଟୋ ଉଠା ତା’ର ପ୍ରମାଣ ଅଛି ।

ବାବୁ ଯେଉଁ ପ୍ରତିଶୃତି ଦେଇ ସଂକଳ୍ପ ନେଇ, ଯୋଉ ଗରୀବଙ୍କ ପାଇଁ ଆସନରେ ବସିଲେ, ତାଙ୍କ ପାଇଁ ରାସନ ଗଣ୍ଡେ ଦେବା ସମ୍ଭବ ହେଉନି। ବରଂ ଅମୁଙ୍କ ବାବୁଙ୍କ ସମୁକ ଡାହାମିଛ ବିଲ୍‌ ପାସ ନକଲେ ଡରି ମରି ଜିଇଁବାକୁ ପଡୁଛି ।

ପିଲାଦିନେ ନଈ ପହଁରାଠୁ ନାଆ ଚଳେଇ କୂଳରେ ପହଂଚିବା ଜାଣିଥିଲେ । ହେଲେ ବଢ଼ି ନଈର ସୁଅଠୁ ବେଶି ବିପଦ ଏ ନିର୍ବାଚନ ବୈତରଣୀ ଜାଣି ନ ଥିଲେ।

ଦିନେ ସେ ଅଦ୍ଭୁତ ସ୍ବପ୍ନ ଦେଖିଲେ.. ନାଉରୀ ହୋଇ ନାଆରେ ଭରା ପାସେଞ୍ଜର ବସେଇ ନଦୀ ପାର କରେଇବାର ପ୍ରତିଶୃତି ଦେଇ ସାରା ରାତି କାତ ମାରି ମାରି ହାଲିଆ । ସକାଳ ହେଲା । ତଥାପି ଡ଼ଙ୍ଗା ଆର କୂଳରେ ଲାଗିବା ତ ଦୂରର କଥା ଏ କୂଳରୁ ହାତେ ବି ଘୁଞ୍ଚିନି । ଅସଲକଥା ହେଲା ଘାଟିଆ ଡ଼ଙ୍ଗାକୁ କୂଳରେ ଏମିତି ଜୋରରେ ଅଦୃଶ୍ୟ ଭାବରେ ବାନ୍ଧିଦେଇଛି ଯେ.. ଆହୁଲା କାତ ମାରି ମାରି ହାଲିଆ.. ଅଥଚ ନାଆ ଜୋଉଠିକି ସେଇଠି ।

ଏବେ ସେ ଏଇ ସ୍ବପ୍ନର ଅସଲ ଅର୍ଥ ବୁଝୁଛନ୍ତି । ଭାବୁଛନ୍ତି.. ଆଜିର ରାଜନୀତି ଏମିତି କପା କିଆରୀ, ଯେଉଁଠି ନାଁ କୁ ମାତ୍ର ଗୋରୁମୁଣ୍ଡ ଖପୁରୀକି ଜଗୁଆଳି ବୋଲି ଥପା ହୋଇଥାଏ। କପା ଯେମିତି ଚୋରୀ ହେବାକଥା ହେଉଥାଏ..।

-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?