ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାଳୟକୁ ଡାକି ଜେରା ଆରମ୍ଭ କରିଛି। କେତେବେଳେ ଜଣ ଜଣ କରି ତ ଆଉ କେତେବେଳେ ମୁହଁାମୁହିଁ ଜେରା କରି କଳାଧନ୍ଦାର ଲିଙ୍କ୍‌ ଖୋଜୁଛି। ଇତିମଧ୍ୟରେ ରାଜ୍ୟର ଏହି ବଡ଼ ହନିଟ୍ରାପ ମାମଲାରେ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର, ବ୍ୟବସାୟୀ ଅମିୟକାନ୍ତ ଦାଶ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ଢେଙ୍କାନାଳର ବିଜେଡି ବିଧାୟକଙ୍କ ଭାଇ ତଥା ବ୍ୟବସାୟୀ ଗଙ୍ଗାଧର ସାମଲଙ୍କୁ ଜେରା କରାଯାଇଥିବାବେଳେ ଶୁକ୍ରବାର ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଦ୍ୱିତୀୟଥର କାର୍ଯ୍ୟାଳୟକୁ ଡାକି ଆଉ କିଛି ତଥ୍ୟ ସଂଗ୍ରହ କରିଛି ଇଡି। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସାମ୍ରାଜ୍ୟର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ତାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ଇଡି ଜେରା କରିଛି। ତାଙ୍କ ମୁହଁରୁ ଅର୍ଚ୍ଚନାଙ୍କ ଚରିତ ଶୁଣିଛନ୍ତି ଇଡି ଅଧିକାରୀ। ଅର୍ଚ୍ଚନାଙ୍କ ବିଷୟରେ ଚନ୍ଦନ ସବୁକିଛି ଜାଣିଛନ୍ତି। ସେ କୁଆଡ଼େ ଯାଉଥିଲେ, କାହା ସହ ମିଶୁଥିଲେ, ସତ୍ୟବିହାରସ୍ଥିତ ଆଲିସାନ୍‌ ଘରକୁ କେଉଁମାନେ ଆସୁଥିଲେ, ତାହାର ସବୁ ତଥ୍ୟ ଚନ୍ଦନ ପାଖରେ ରହିଥିବାରୁ ଇଡି ତାଙ୍କୁ ନୋଟିସ୍‌ କରିଥିଲା। ସେ ହାଜର ହେବା ପରେ ଇଡି ଏସବୁ ସଂକ୍ରାନ୍ତରେ ଚନ୍ଦନଙ୍କଠାରୁ କିଛି ନୂଆ ତଥ୍ୟ ପାଇଥିବା ସୂଚନା ମିଳିଛି।
ଚନ୍ଦନଙ୍କ ପୂର୍ବରୁ ଅର୍ଥାତ୍‌ ସକାଳ ପ୍ରାୟ ୭ଟା ୩୦ରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଇଡି ଅଧିକାରୀମାନେ ତାଙ୍କୁ ପୁଣି ଗୁଡ଼ାଇ ତୁଡ଼ାଇ ନାଗ ସାମ୍ରାଜ୍ୟ ବିଷୟରେ ପ୍ରଶ୍ନ ପଚାରିଥିଲେ। ବ୍ଲାକ୍‌ମେଲ ଓ ଆର୍ଥିକ କାରବାର କେମିତି ହେଉଥିଲା, କାହା ମାଧ୍ୟମରେ ଟଙ୍କା ଆସୁଥିଲା, ଆଦାୟ ହେଉଥିବା ବ୍ଲାକମେଲ ଅର୍ଥରେ ଶ୍ରଦ୍ଧାଞ୍ଜଳିଙ୍କ ଭାଗ କେତେ ରହୁଥିଲା, ବିଳମ୍ବରେ ଏତଲା ଦେବାର ରହସ୍ୟ କ’ଣ, ଏସବୁ ସଂକ୍ରାନ୍ତରେ ସତ୍ୟତା ଜାଣିବାକୁ ଇଡି ଅଧିକାରୀମାନେ ଚେଷ୍ଟା କରିଥିଲେ।
ଆସନ୍ତା ୩୦ ତାରିଖରେ ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ କୋର୍ଟରେ ହାଜର ହେବେ। ଏହି ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଇଡି ଯୋଜନା କରୁଛି। ସେମାନଙ୍କ ପ୍ରଶ୍ନ ପ୍ରସ୍ତୁତ ହୋଇସାରିଥିବାବେଳେ ଅନ୍ୟମାନଙ୍କୁ ଜେରାବେଳେ ମିଳିଥିବା ତଥ୍ୟ ଆଧାରରେ ଆଉ କିଛି ଯୋଡ଼ାଯାଇପାରେ ବୋଲି ସୂଚନା ମିଳିଛି। ଜେରା ତାଲିକାରେ ସୁନା ବ୍ୟବସାୟୀ, ଖଣି ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ପ୍ରଭାବଶାଳୀ ଓ କ୍ଷମତାଶାଳୀ ନେତା, ପ୍ରଶାସନିକ ଅଧିକାରୀ ରହିଥିବା ଚର୍ଚ୍ଚା ହେଉଥିବାରୁ ଆଗକୁ ଅନ୍ୟମାନଙ୍କ ପାଳି ପଡିବାକୁ ଯାଉଛି। ସତ୍ୟବିହାରସ୍ଥିତ ଗୋଟିଏ ପ୍ଲଟ୍‌ରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଘର ରହିଛି। ଉକ୍ତ ଜମିକୁ ନେଇ ଥିବା ଗୁମର କଥା ଜାଣିବାକୁ ଜମି ମାଲିକଙ୍କୁ ମଧ୍ୟ ଇଡି ନୋଟିସ କରିଛି। ତେବେ ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଆସିବା ପରେ ନାଗ-ଚାନ୍ଦ ଦମ୍ପତିଙ୍କ ବହୁ ଗୁମର କଥା ପଦାକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?