Posted inଜାତୀୟ

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ୨ଟି ପିଟିଶନ ଦାଖଲ ହୋଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।
ପୁରୁଷ ସମଲିଙ୍ଗୀ ପରସ୍ପରକୁ ବିବାହ କରିବାକୁ ଚାହୁଁଛନ୍ତି। ହାଇଦ୍ରାବାଦ ବାସିନ୍ଦା ସୁପ୍ରିୟୋ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ ସେମାନଙ୍କ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ବଳରେ ସ୍ବୀକୃତି ପ୍ରଦାନ ପାଇଁ ରାୟ ପ୍ରକାଶ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଆଉ ଏକ ଯୋଡ଼ି ପାର୍ଥ ଫିରୋଜ ମେହରୋତ୍ରା ଓ ଉଦୟ ରାଜ ମଧ୍ୟ ଅନୁରୂପ ଆବେଦନ କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ନ ଦେବା ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁସାରେ ସମାନତା ଏବଂ ଜୀବନ ଧାରଣ ଅଧିକାରର ଉଲ୍ଲଂଘନ। ତେଣୁ ସେମାନଙ୍କୁ ସମଲିଙ୍ଗୀ ବିବାହ କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କ ଯୁକ୍ତି ଶୁଣିବା ପରେ କେନ୍ଦ୍ର ସରକାର ଓ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣିଙ୍କୁ ନୋଟିସ କରିଛନ୍ତି। ପ୍ରକାଶ ଯେ, ୨୦୧୮ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ସମଲିଙ୍ଗୀ ସମ୍ପର୍କକୁ ସର୍ବସମ୍ମତିକ୍ରମେ ସ୍ବୀକୃତି ପ୍ରଦାନ ପୂର୍ବକ ୧୫୮ ବର୍ଷ ପୁରୁଣା ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଦଫା ୩୭୭କୁ ଅପରାଧମୁକ୍ତ ଘୋଷଣା କରିଥିଲେ। ଉକ୍ତ ପୀଠରେ ମଧ୍ୟ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ସାମିଲ ଥିଲେ।

୩୩ ଦେଶରେ ବୈଧ

ସମଲିଙ୍ଗୀ ବିବାହକୁ ଅଦ୍ୟାବଧି ୩୩ ଦେଶରେ ସ୍ବୀକୃତି ଦିଆଯାଇଛି। ସେଗୁଡ଼ିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲ୍‌ଜିୟମ୍‌, ବ୍ରାଜିଲ, କାନାଡା, ଚିଲି, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡେନ୍‌ମାର୍କ, ଇକ୍ୱେଡର, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟର୍ଲାଣ୍ଡ, ଲକ୍ସମବର୍ଗ, ମାଲ୍ଟା, ମେକ୍ସିକୋ, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ନରଓ୍ବେ, ପର୍ତ୍ତୁଗାଲ, ସ୍ଲୋଭେନିଆ, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ସୁଇଡେନ୍‌, ସୁଇଜରଲାଣ୍ଡ, ତାଇଓ୍ବାନ୍‌, ବ୍ରିଟେନ, ଆମେରିକା ଓ ଉରୁଗୁଏ। ୨୦୨୩ ଫେବୃୟାରୀ ୧୭ରେ ଆଣ୍ଡୋରାରେ ସମଲିଙ୍ଗୀ ବିବାହ ବୈଧ ମାନ୍ୟତା ପାଇବ।

ଦଫା ୩୭୭: କ’ଣ କହିଥିଲେ ସୁପ୍ରିମକୋର୍ଟ

୧୮୬୦ ମସିହାରେ ପ୍ରଣୀତ ଆଇପିସିର ଦଫା ୩୭୭ ଅନୁସାରେ ପ୍ରକୃତିର ବିରୁଦ୍ଧାଚରଣ କରୁଥିବା କୌଣସି ପ୍ରକାର ଯୌନ ସମ୍ପର୍କ ଏକ ଅପରାଧ ବୋଲି ବିବେଚନା କରାଯାଉଥିଲା। ଏଭଳି ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ (ସ୍ଥଳ ବିଶେଷରେ ଆଜୀବନ) କାରାଦଣ୍ଡାଦେଶ ଓ ଜରିମାନାର ବିଧାନ କରାଯାଉଥିଲା। ଭିକ୍ଟୋରିଆ ଯୁଗୀୟ ଏହି ଆଇନକୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିରୋଧ କରି ଦୀର୍ଘବର୍ଷ ଧରି ଆଇନଗତ ଲଢ଼େଇ ଜାରି ରଖିଥିଲେ। ଦଫା ୩୭୭କୁ ଚ୍ୟାଲେଞ୍ଜ କରି ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ୨୦୧୮ ଜୁଲାଇ ୧୭ରେ ତତ୍କାଳୀନ ସିଜେଆଇ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସେପ୍ଟେମ୍ବର ୬ରେ ଏହାର ଐତିହାସିକ ରାୟ ଆସିଥିଲା। ପୀଠ କହିଥିଲେ, ଯୌନ ଆକାଂକ୍ଷା ଏକ ପ୍ରାକୃତିକ ‘ଜୈବିକ ଅଭିଳାଷ’। ସହମତି ଭିତ୍ତିରେ ଦୁଇଜଣ ପ୍ରାପ୍ତବୟସ୍କ ସମଲିଙ୍ଗୀଙ୍କ ମଧ୍ୟରେ ରଖାଯାଉଥିବା ସମ୍ପର୍କ ଆଉ ଅପରାଧ ପରିଗଣିତ ହେବନାହିଁ। ଦଫା ୩୭୭ ଅଯୌକ୍ତିକ, ଅସମର୍ଥନୀୟ ଓ ସ୍ପଷ୍ଟ ସ୍ବେଚ୍ଛାଚାରିତା ହୋଇଥିବାରୁ ଏହାକୁ ଅପରାଧମୁକ୍ତ କରାଯାଉଛି। ସମ୍ବିଧାନ ପ୍ରଦତ୍ତ ସମାନତା ଓ ସସମ୍ମାନେ ବଞ୍ଚତ୍ବା ଅଧିକାରକୁ ଏହି ୧୫୮ ବର୍ଷ ପୁରୁଣା ଆଇନ ଉଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ,୨୫।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାପୂର୍ବରୁ ବହୁଳବ୍ୟବହାରକାରୀ...

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ...

୧୦ ଦିନ ମଧ୍ୟରେ କରୋନା କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ …

ନୂଆଦିଲ୍ଲୀ, ୧୬।୧୨: ସମସ୍ତ ଆବେଦନକାରୀଙ୍କୁ ୧୦ ଦିନ ମଧ୍ୟରେ କରୋନା କ୍ଷତିପୂରଣ ଦେବାକୁ  ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏକ ମାମଲାର ବିଚାର କରି ଶୀର୍ଷକୋର୍ଟଙ୍କ...

ମେ’ ୨୨ରୁ ଗୋଟିଏ ହେବ ଦିଲ୍ଲୀର ୩ ନଗର ନିଗମ, ଅଧିସୂଚନା ଜାରି

ନୂଆଦିଲ୍ଲୀ,୧୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ଅଧିସୂଚନା ଅନୁସାରେ, ଦିଲ୍ଲୀ ନଗର ନିଗମ(ସଂଶୋଧନ) ଅଧିନିୟମ, ୨୦୨୨ ଲାଗୁ ହେବା ସହ ଦିଲ୍ଲୀର ୩ ନଗର...

ରାହୁଲଙ୍କ ପରେ ଏବେ ତେଜସ୍ବୀଙ୍କ ବିରୋଧରେ ମାନହାନୀ ମାମଲା: ଛତିଶଗଡ଼ରେ ମାମଲା ରୁଜୁ…

ପାଟନା,୨୬।୩ : ବିବାଦୀୟ ମନ୍ତବ୍ୟ ଯୋଗୁଁ ରାହୁଲ ଗାନ୍ଧୀ ସଦସ୍ୟତା ହରାଇଛନ୍ତି। ତାଙ୍କୁ ଗୁଜୁରାଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।...

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ...

ନିସର୍ଗର ତାଣ୍ଡବ ଆରମ୍ଭ: ଅଲିବାଗରେ ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ...

‘ପ୍ରତ୍ୟେକ ସ୍ଥାନରେ ପୋଲିସ ରହି ପାରିବ ନାହିଁ’

ମୁମ୍ବାଇ,୧୧।୯:“ପ୍ରତ୍ୟେକ ଅପରାଧସ୍ଥଳରେ ପୋଲିସ କଦାପି ଉପସ୍ଥିତ ରହିପାରିବ ନାହିଁ। ସୂଚନା ମିଳିବାର ୧୦ ମିନିଟ୍‌ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।...

Advertisement
Archives

Model This Week