ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ ଏହି ମୋବାଇଲ ପେମେଣ୍ଟ ସେବା ଆରମ୍ଭ କରିବାର ପ୍ରାୟ ୧୨ ବର୍ଷ ପରେ ଆପଲ ପେ’ ଏବେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଡିଜିଟାଲ ୱାଲେଟଗୁଡ଼ିକ ମଧ୍ୟରୁ ଅନ୍ୟତମ ମୋବାଇଲ ପେମେଣ୍ଟ ବ୍ୟବସ୍ଥା ଭାବେ ଆପଲ ପେ’ ଭାରତରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଆପଲ ପେ’ ଆଗାମୀ ଅକ୍ଟୋବର ସୁଦ୍ଧା ଭାରତରେ ଏହାର ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ନେଇଛି। ଏହି ସେବା ଆକ୍ସିସ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା କ୍ରେଡିଟ୍‌ କାର୍ଡ ସହ ଆରମ୍ଭ ହେବ। ଏହାଛଡ଼ା ଆପଲ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସହ ମଧ୍ୟ ଆଲୋଚନା ଚଳାଇଥିବା କୁହାଯାଇଛି। ୨୦୧୪ରେ ଆମେରିକାରେ ଆପଲ ପେ’ ଲଞ୍ଚ କରାଯାଇଥିଲା, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଭୋକ୍ତାମାନଙ୍କୁ ସେମାନଙ୍କର ସୁସଙ୍ଗତ ଆଇଫୋନ ଏବଂ ଆପଲ ୱାଚ୍‌ ମାଧ୍ୟମରେ କଣ୍ଟାକ୍ଟଲେସ୍‌ ପେମେଣ୍ଟ କରିବାର ସୁବିଧା ଦେଉଥିଲା। ସେବେଠାରୁ ଆପଲ ୟୁରୋପ, ଏସିଆ-ପାସିଫିକ ଏବଂ ମଧ୍ୟପ୍ରାଚ୍ୟର ପ୍ରମୁଖ ବଜାରଗୁଡ଼ିକରେ ଏହି ସେବା ସମ୍ପ୍ରସାରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…

ଅତିରିକ୍ତ ୨ ବର୍ଷ କାର୍ଯ୍ୟ ଶେଷ ପରେ ନିୟମିତ ପାଇଁ ଯୋଗ୍ୟ ହେବେ ଅଗ୍ନିବୀର

ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ…

ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ

ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…

କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦୀପାବଳି ପୂର୍ବରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ,୭ା୧୧: ଆଲୋକର ପର୍ବ ଦୀପାବଳି ପୂର୍ବରୁ ଶନିବାର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ବୃହତ୍‌ ସହର ଥିଲା ବୋଲି ସୁଇସ୍‌ ଗ୍ରୁପ୍‌ ଆଇକ୍ୟୁଏୟାରର ଲାଇଭ୍‌ ର଼୍ୟାଙ୍କିଙ୍ଗ୍‌ରୁ ଜଣାପଡ଼ିଛି।…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…

ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…

ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ…

Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!

ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?