ଚିନ୍ତା ବଢ଼ିଯାଇଛି

Dillip Cherian

ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷର ୁ ଦେଶର ସ୍ବାର୍ଥ ରକ୍ଷା ଉପରେ ମନ୍ତବ୍ୟ ଦିଆଯିବା ଏବଂ ଆଫଗାନ୍‌ ଶରଣାର୍ଥମାନଙ୍କୁ ଅସ୍ଥାୟୀ ଭିଜା ଦେବା ବ୍ୟତୀତ ଏହା ପ୍ରାୟତଃ ନୀରବ ରହୁଛି।
ଏହି ନୀରବତା କିଛି ଅପ୍ରୀତିକର ଘଟଣା ଘଟିବାକୁ ଯାଉଛି ବୋଲି ଦର୍ଶାଉଛି। ତେବେ ବିଶ୍ୱରେ ତାଲିବାନ୍‌ ବିରୋଧରେ ଦୃଢ଼ ସ୍ବର ଉଠିବା ଫଳରେ ଏମ୍‌ଇଏର ନୀରବତା କିଛିଟା ଭଗ୍ନ ହେବା ଲକ୍ଷ୍ୟ କରାଯାଉଛି। ଆଫଗାନ୍‌ ଘଟଣା ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସ୍ବର ଉତ୍ତୋଳନ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତ ଏହି ଘଟଣାରେ ମୌନ ରହିଲା। କହିବାକୁ ଗଲେ ଆଫଗାନିସ୍ତାନ ସହ ଭାରତର ସମ୍ପର୍କ ବହୁ ପୁରୁଣା। ତେବେ ଆଫଗାନିସ୍ତାନରେ ଖୁବ୍‌ ଶୀଘ୍ର ଘଟିଥିବା ଘଟଣାରେ ଆମ ସରକାରରେ ଥିବା କେତେକ ଅତି କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଶକ୍ତ ଝଟକା ଲାଗିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନୀତିଗତ ଢାଞ୍ଚା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ବୋଲି ଅନେକେ ମତ ଦେଉଛନ୍ତି। ଏହାବ୍ୟତୀତ ପାକିସ୍ତାନ ଦୃଷ୍ଟିକୋଣରୁ ଓ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଚାଇନା ପକ୍ଷରୁ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଆମ ବାବୁମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ କୁହାଯାଉଛି, ଆଫଗାନ୍‌ ଡେସ୍କ୍‌ରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିିଙ୍ଗଲା ଏବଂ ତାଙ୍କ ସାଥୀମାନେ ଏହି ଘଟଣା ଉପରେ ବୈଠକ କରିବା ସହ ଆମ ଚାରିପାଖରେ ଥିବା ସମସ୍ୟାଗୁଡ଼ିକ ଉପରେ ପ୍ରାଥମିକତାଭିତ୍ତିରେ ପୁଣି ଦୃଷ୍ଟି ଦେଇପାରନ୍ତି। କିନ୍ତୁ ଏମ୍‌ଇଏର କେତେଜଣ ବାବୁ ଅନୁଭବ କରନ୍ତି ଯେ, ଗତ ବର୍ଷ ଅଗଷ୍ଟରେ ଦୋହା ସମ୍ମିଳନୀରୁ ମିଳିଥିବା ସଙ୍କେତକୁ ବୁଝିବାରେ ଆମେ ସମ୍ପୂର୍ଣ୍ଣ ଅସଫଳ ହେଲୁ। ସଂଯୋଗବଶତଃ ଭାରତକୁ ଦୋହା ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇ ନ ଥିଲା। ଆଉ କତେ ଜଣ ବିଶ୍ୱାସ କରନ୍ତି , ବିଳମ୍ବ ହେଲେ ମଧ୍ୟ ଆମେ ତାଲିବାନ୍‌ଙ୍କ ସହ ସିଧାସଳଖ ଆଲୋଚନା କଲୁ ନାହିଁ। ଏବେ ଏଭଳି ଏକ ବଡ଼ ଘଟଣାରେ କିଛି କରିବା ବଦଳରେ କେବଳ ଜଣେ ଦର୍ଶକ ଭାବେ ଆମକୁ ବାହାରେ ଛିଡ଼ା ହେବାକୁ ପଡ଼ିପାରେ। କିନ୍ତୁ ଏତିକି ହୋଇଛି, ଅତି ସହଜ ମାଧ୍ୟମରେ କଥାବାର୍ତ୍ତା କରି ଠିକ୍‌ ସମୟରେ ଆମ ଦୂତାବାସରୁ କର୍ମଚାରୀମାନଙ୍କୁ ଆଣିବାରେ ସଫଳ ହୋଇପାରିଲୁ।
ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ
ମୋଦି ସରକାରରେ ଲାଟେରାଲ ଶିଫ୍ଟ ଏକ ସାଧାରଣ କଥା ହୋଇଗଲାଣି। ଲଗାତର ଏହି ପ୍ରକ୍ରିୟା ଜାରି ରହିଛି। ବହୁ ସମୟରେ ଏହାକୁ ମଧ୍ୟ ଅଭୁଭବ କରିପାରିବ। କିନ୍ତୁ କେତେ ହେଉଛି ତା’ର ହିସାବ ସହଜରେ ମିଳୁନାହିଁ। ଏଭଳି ପ୍ରକ୍ରିୟାରେ ଅଭିଜ୍ଞ ବାବୁମାନେ ସାଧାରଣତଃ ଆଉ ବେଶି ଚିନ୍ତା ପ୍ରକଟ କରୁନାହାନ୍ତି। ତଥାପି ନିକଟରେ ସରକାର ବହୁ ଆଇଏଏସ୍‌ ଅଧିକାରୀଙ୍କର ବଡ଼ ଧରଣର ଅଦଳବଦଳ କରିଛନ୍ତି ଓ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ମଧ୍ୟ ଅନେକେ ନାପସନ୍ଦ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ୧୯୯୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଶୁଭ୍ରା ସିଂଙ୍କ ବଦଳି ଘଟଣାରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କୁ ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି(ଏନ୍‌ପିପିଏ)ର ଅଧ୍ୟକ୍ଷ ଭାବେ ତାଙ୍କ ରାଜ୍ୟ କ୍ୟାଡର୍‌କୁ ପଠାଇ ଦିଆଯାଇଛି। ଏନ୍‌ପିପିଏ ଏକ ସ୍ବାଧୀନ ସଂସ୍ଥା ଯାହା ଓ୍ୟଷଧର ମୂଲ୍ୟ ନିର୍ଦ୍ଧାରଣ ତଥା ଉପଲବ୍ଧତା କ୍ଷେତ୍ରରେ କାର୍ଯ୍ୟ କରିଥାଏ ଓ ଏଥିପାଇଁ ଏହା ମଧ୍ୟ ଉତ୍ତରଦାୟୀ। ହିମାଚଳ ପ୍ରଦେଶ କ୍ୟାଡର୍‌ ତଥା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ.କେ. ପନ୍ଥଙ୍କ ଜାଗାରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁଭ୍ରା ତାଙ୍କ କ୍ୟାଡର୍‌ ରାଜ୍ୟ ରାଜସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। କାରଣ ସଚିବ ସ୍ତରୀୟ ପଦବୀରେ ନିଯୁକ୍ତି ପାଇଁ ସେ ତାଲିକାଭୁକ୍ତ ହେବାର ପ୍ରଥମ ସୁଯୋଗ ହରାଇଥିଲେ ଓ ଏବେ ଏହା ପାଇବା ଲାଗି ପୂରା ଆଶାବାଦୀ ଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ କ୍ୟାଡର୍‌ ରାଜ୍ୟକୁ ପଠାଯାଉଥିବାବେଳେ ସରକାର ସେମାନଙ୍କୁ ବିଶ୍ୱାସକୁ ନେବା ଦରକାର ଓ ସେମାନଙ୍କ କଥା ଶୁଣିବା ଆବଶ୍ୟକ। ଏହା ନ କଲେ ବହୁ ପ୍ରଶାସନିକ ନିୟମ ଭଳି ଏହି ପରମ୍ପରା ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି।
ଫୈଜଲ ଫେରିବେ କି
ଜମ୍ମୁ-କଶ୍ମୀର କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଶାହା ଫୈଜଲ ଏବେ ସିଭିଲ୍‌ ସର୍ଭିସରେ ପୁଣି ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ନୀତିକୁ ବିରୋଧ କରି ସେ ୨୦୧୯ରେ ଇସ୍ତଫା ଦେଇଥିଲେ। ସୂତ୍ରରୁ ଜଣାପଡିଛି, କେନ୍ଦ୍ର ସରକାର ଏବେସୁଦ୍ଧା ଫୈଜଲଙ୍କ ଇସ୍ତଫା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ନିୟମାନୁସାରେ ଏଭଳି ପରିସ୍ଥିତିରେ ଇସ୍ତଫା ସ୍ବତଃ ପ୍ରତ୍ୟାହାର ହୋଇଯାଏ ବୋଲି ଧରିନିଆଯାଏ। କିନ୍ତୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଅନୁଯାୟୀ, ସରକାରୀ ସ୍ତରରେ ଏହିି ଇସ୍ତଫା ବର୍ତ୍ତମାନ ବିଚାରାଧୀନ ରହିଛି। ଫୈଜଲ ଏକ ବିବାଦୀୟ ପରିସ୍ଥିତିରେ ଆଇଏଏସ୍‌ ଛାଡିଥିଲେ ଏବଂ କଶ୍ମୀରରେ ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ’ ରାଜନୈତିକ ଦଳ ଗଠନ କରିଥିଲେ। ସେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସ୍ପଷ୍ଟତଃ, ଇସ୍ତଫା ଦେବା ପରେ ସେ ଆମେରିକା ଯାଇ ସେଠାରେ ରହିବାକୁ ଅନୁମତି ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାର ତାହା ଦେଇ ନ ଥିତ୍ଲେ। ଆଇଏଏସ୍‌ରେ ପୁଣି ଯୋଗଦେବା ତାଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ ବୋଲି କୁହାଯାଉଛି। କିନ୍ତୁ ସେ ତାହା ଗ୍ରହଣ କରିବେ ତ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?