‘ଜୀବନରେ ଦୁଇ ଆଦର୍ଶ ପୁରୁଷଙ୍କୁ ଭେଟିଛି’

ଆଜି ପିତୃଦିବସ। ଏହି ଅବସରରେ ଅନେକ ବଲିଉଡ୍‌ ସେଲିବ୍ରିଟି ସୋସିଆଲ ମିଡିଆରେ ଫଟୋ ଶେୟାର କରି ନିଜ ପିତାଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ୩ଟି ସୁନ୍ଦର ଫଟୋ ଶେୟାର କରି ତାଙ୍କ ପିତା ଏବଂ ସ୍ବାମୀ ବିରାଟ କୋହଲିଙ୍କୁ ପିତୃ ଦିବସର ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ଫଟୋରେ ଅନୁଷ୍କା ତାଙ୍କ ପିତାଙ୍କ ସହ ବସିଛନ୍ତି ଏବଂ ଫଟୋ ପାଇଁ ଉଭୟ ହସୁଛନ୍ତି। ଦ୍ୱିତୀୟ ଫଟୋରେ ଅନୁଷ୍କା ବିରାଟଙ୍କ ସହ ସମୁଦ୍ର କୂଳରେ ଫଟୋ ପୋଜ ଦେଉଥିବାର ନଜର ଆସିଛନ୍ତି। ଏଥି ସହିତ, ଶେଷ ଫଟୋରେ ବିରାଟ ଏବଂ ତାଙ୍କ ପିତା ଖୁସିରେ ଫଟୋ କ୍ଲିକ ପାଇଁ ପୋଜ ଦେଉଛନ୍ତି। ଅନୁଷ୍କା ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି- ‘ମୁଁ ଦୁଇ ଜଣ ଆଦର୍ଶ ପୁରୁଷଙ୍କୁ ଭେଟିଛି। ମୁଁ ସେମାନଙ୍କଠାରୁ ବହୁତ ପ୍ରେମ ଏବଂ ଅନୁଗ୍ରହ ମିଳିଛି। ଉଭୟ ଗୋଟିଏ ଝିଅ ପାଇଁ ସର୍ବୋତ୍ତମ ପିତା।
ସାଉଥମ୍ପଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବିରାଟ ଏବେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରୁଛନ୍ତି। ଅନୁଷ୍କା ଏବଂ ଭାମିକା ମଧ୍ୟ ତାଙ୍କ ସହ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେବାକୁ ଯାଉଛନ୍ତି ଦୀପିକା!

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ଫଟୋ ଲୋକଙ୍କୁ ଚିନ୍ତାରେ ପକାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଦୀପିକା ବହୁତ ଚୁଜି। ସେ...

ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ...

ମାଧୁରୀ ଦୀକ୍ଷିତଙ୍କୁ କାହିଁକି କ୍ଷମା ମାଗିଥିଲେ ବଲିଉଡ୍‌ର ଏହି ଲଭର୍‌ ବୟ? ଟୁଇଟ୍‌ କରି କହିଥିଲେ ଏଭଳି କଥା…

ବମ୍ବେ: ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରୁ ଦିବଂଗତ ଅଭିନେତା ଋଷି କପୁର ଜଣେ। କେବଳ ଫିଲ୍ମ ଏବଂ କାମ ପାଇଁ ନୁହେଁ ବରଂ ନିଜର ବୟାନକୁ...

ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !

ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ...

ଭାରତୀୟ କ୍ରିକେଟ ଦଳର ଜର୍ସିରେ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଅନେକ ଦିନ ବ୍ୟବଧାନ ପରେ ଫିଲ୍ମ ଶୁଟିଂ ଆରମ୍ଭ...

ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ ଗିରଫ

ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗବରିଏଲା ଡେମେଟ୍ରିଏଡଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ...

ମାତ୍ର ୨ ଟଙ୍କା ପାଇଁ କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରି ଟିଭି ଶୋ’‘କୌନ ବନେଗା କରୋଡପତି’ର ୧୨ତମ ସିଜିନ୍‌ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ସାମ୍ମାକୁ ଆସିସାରିଛନ୍ତି। ଇତିମଧ୍ୟରେ ଶୋ’ର କେତୋଟି...

ମାଟି ପାତ୍ର ଗଢୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। କରୀନା ପ୍ରାୟତଃ ତୈମୁରର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ...

Seven Jackpot
Advertisement


Archives

Model This Week

Why Dharitri