Posted inଖେଳ

ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ‘ଆଣ୍ଟି ସେକ୍ସ ବେଡ୍‌’: ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ

ଆଉ ମାତ୍ର କିଛି ଦିନର ଅପେକ୍ଷା। ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲମ୍ପିକ୍ସ ଗେମ୍ସ। ଏହି କ୍ରୀଡା ମହାକୁମ୍ଭ ପୂର୍ବରୁ ଏକ ବିଶେଷ ପ୍ରକାରର ଶଯ୍ୟା ବିଷୟରେ ଆଲୋଚନା ହେଉଛି। ଯାହାକୁ ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ ବେଡ୍‌ କୁହାଯାଉଛି। ଏହା ପଛରେ ଦୁଇଟି କାରଣ ଥିବା କୁହାଯାଉଛି। ପ୍ରଥମଟି ହେଉଛି ପୂର୍ବରୁ, ଅଲିମ୍ପିକ ଗେମ୍ସ ସମୟରେ ଖେଳାଳିମାନେ ଯୌନ ସମ୍ପର୍କ ରଖୁଥିବା ଚର୍ଚ୍ଚା ଉଠିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟୋଜକ ମାନେ ଆଣ୍ଟି ସେକ୍ସ ବେଡ୍‌ ପ୍ରସ୍ତୁତ କରିଛନ୍ତି। ଦ୍ୱିତୀୟ କାରଣଟି ହେଉଛି କରୋନା ସମୟରେ ଖେଳାଳିମାନଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ ଲକ୍ଷ୍ୟ ରଖି ଏହା ପ୍ରସ୍ତୁତ କରାଯାଇଛି। ଅଶୀ ଦଶକରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସମୟରେ ଖେଳାଳିମାନେ ଯୌନ ସମ୍ପର୍କ ରଖିବାକୁ ନେଇ ଆଲୋଚନା ହୋଇଥିଲା। ତା’ପରେ ଯୌନ ସଂକ୍ରମଣ ରୋଗରୁ ରକ୍ଷା ପାଇଁ ଖେଳାଳିଙ୍କ ମଧ୍ୟରେ କଣ୍ଡୋମ ମଧ୍ୟ ବଣ୍ଟନ କରାଯାଇଥିଲା। ସେବେଠାରୁ, ପ୍ରତ୍ୟେକ ଥର ଅଲିମ୍ପିକ୍ସରେ ଆୟୋଜକମାନେ ଲକ୍ଷ ଲକ୍ଷ କଣ୍ଡୋମ ବଣ୍ଟନ କରିଛନ୍ତି। ୨୦୧୬ ମସିହାରେ ରିଓ ଅଲିମ୍ପିକ୍ସ ସମୟରେ ଶେଷ ଥର ପାଇଁ ଆୟୋଜକ ଦେଶ ବ୍ରାଜିଲ ପ୍ରାୟ ୯ ନିୟୁତ କଣ୍ଡୋମ ବଣ୍ଟନ କରିଥିଲେ।

ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ ବେଡ୍‌ କ’ଣ
କ୍ରୀଡା ସମୟରେ ଖେଳାଳି ଏବଂ ସାଧାରଣ ଲୋକମାନେ ପରସ୍ପରର ନିକଟତର ହୁଅନ୍ତି। ଏହି କାରଣରୁ ଖେଳାଳିଙ୍କ ପାଇଁ ସେକ୍ସ ଆଣ୍ଟି ବେଡ ପ୍ରସ୍ତୁତ କରାଯାଇଛି। ଏହି ବେଡ୍‌ ଗୁଡ଼ିକ କାର୍ଡବୋର୍ଡରେ ତିଆରି, ଯାହା ହାରାହାରି ଓଜନଠାରୁ ଅଧିକ ବହନ କରିପାରିବ ନାହିଁ। ଯଦି ଦୁଇଜଣ ଲୋକ ଏହା ଉପରେ ବସନ୍ତି, ତେବେ ଶଯ୍ୟା ଭାଙ୍ଗିଯିବ। ପ୍ରତ୍ୟେକ ଶଯ୍ୟାରେ ପ୍ରାୟ ୨୦୦ କିଲୋଗ୍ରାମ ଉଠାଇବାର କ୍ଷମତା ଅଛି। ବେଡ ଉତ୍ପାଦନ କରୁଥିବା କମ୍ପାନୀ ଏୟାରୱେଭ ଦାବି କରିଛି ଯେ, ପରିବେଶର ନିରାପତ୍ତାକୁ ଦୃଷ୍ଟିରେ ରଖି ସେମାନେ ଏହି ଶଯ୍ୟା ତିଆରି କରିଛନ୍ତି। କମ୍ପାନୀ ପ୍ରାୟ ୧୮ ହଜାର ଏଭଳି ଶଯ୍ୟା ପ୍ରସ୍ତୁତ କରିଛି, ଯାହା ଅଲିମ୍ପିକ୍ସ ସମୟରେ ଖେଳାଳି ଏବଂ ଦଳକୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?