ଚାଇନାକୁ ପୁଣି ଝଟ୍‌କା: ଆପଲ ପ୍ଲେ ଷ୍ଟୋରରୁ ହଟିଲା ୪୫୦୦ ଗେମ୍‌ ଆପ୍‌

ନୂଆଦିଲ୍ଲୀ, ୭।୭: ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଚାଇନା ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଭାରତ ସରକାର ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରିଥିବା ବେଳେ ଏବେ ଆପଲ ପ୍ଲେ ଷ୍ଟୋରରୁ ୪୫୦୦ ଚାଇନା ଗେମ୍‌ ଆପ୍‌କୁ ହଟାଇ ଦିଆଯାଇଛି। ଚାଇନା ସରକାରଙ୍କ ଇଣ୍ଟରନେଟ୍‌ ନୀତି ଚାପ ଯୋଗୁ ଆପଲ୍‌ ଏଭଳି କରିଥିବା କୁହାଯାଇଛି। ଜୁଲାଇ ୧ରୁ ଚାଇନା ସରକାର ଇଣ୍ଟରନେଟ୍‌ ନୀତିରେ କେତେକ ପରିବର୍ତ୍ତନ ଆଣିଥିଲେ। ଏହି ନିୟମ ଅନୁସାରେ ଏଣିକି ଚାଇନା ଗେମ୍‌ ଡେଭଲପରର୍ସଙ୍କୁ ଆପଲ୍‌ ପ୍ଲେ ଷ୍ଟୋରରେ ନିଜ ଆପ୍‌ ଅପଲୋଡ୍‌ କରିବା ପୂର୍ବରୁ ସରକାରଙ୍କ ଅନୁମତି ଆଣିବା ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ଆପଲ୍‌ ପ୍ଲେ ଷ୍ଟୋରରୁ ୩୦୦୦ ଚାଇନା ଗେମ୍‌କୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚାଇନା ସରକାର ପ୍ରତିବର୍ଷ ୧୫,୦୦ ଗେମ୍‌କୁ ଅପଲୋଡ୍‌ କରିବାକୁ ମଞ୍ଜୁରୀ ଦେଇଥାନ୍ତି। ନୁଆ ନିୟମ ଅନୁସାରେ ଏଥିପାଇଁ ଅନୁମତି ଆଣିବାକୁ ୧୨ ମାସ ସମୟ ଲାଗିଯିବ। ଫଳରେ ପ୍ଲେ୍‌ ଷ୍ଟୋରରେ ଗେମ୍‌ ଆପ୍‌ ଅପଲୋଡ୍‌ କରିବାକୁ ଅଧିକ ସମୟ ଲାଗିବ ବୋଲି ଚାଇନା ଆପଲ୍‌ର ମାର୍କେଟିଙ୍ଗ ମ୍ୟାନେଜର ଟୋଣ୍ଡ୍‌ କୁହନ୍ସ୍‌ ସୂଚନା ଦେଇଛନ୍ତି। ଆପଲ୍‌ ଜୁଲାଇ ୧ରେ ୧,୫୭୧ ଚାଇନା ଗେମ୍‌ ଆପ୍‌ ହଟାଇଥିବାବେଳେ ଜୁଲାଇ ୨ରେ ୧,୮୦୫ ଆପ୍‌ ଏବଂ ଜୁଲାଇ ୩ରେ ୧.୨୭୬ ଆପ୍‌ ହଟାଇଛି। ସମ୍ପ୍ରତି ଆପଲ୍‌ ପ୍ଲେ ଷ୍ଟୋରରେ ୬୦ ହଜାର ଚାଇନା ଗେମ୍‌ ଆପ୍‌ ଥିବାବେଳେ ନୂଆ ଇଣ୍ଟରନେଟ୍‌ ନୀତି ଯୋଗୁ ୨୦ ହଜାରରୁ ଅଧିକ ଆପ୍‌ ପ୍ରଭାବିତ ହେବାର ଆଶଙ୍କା ଥିବା ଟୋଣ୍ଡ୍‌ କୁହନ୍ସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri