ପୂର୍ବ ପ୍ରସିଦ୍ଧି ଅପେକ୍ଷାରେ ‘ଅନ୍ନପୂର୍ଣ୍ଣା ଥିଏଟର’

କଟକ ଅଫିସ, ୧୧ା୯: ମଞ୍ଚନାଟକ ତଥା କଳାକାର ଓ ସଂସ୍କୃତିର ଉତ୍ପତ୍ତି ସ୍ଥଳର ଅନ୍ୟନାମ ହେଉଛି ଅନ୍ନପୂର୍ଣ୍ଣା ଥିଏଟର। କଟକସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ୧୯୩୮ରେ ପ୍ରତିଷ୍ଠା ହୋଇଥିଲା। ବହୁ କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଏହି ଥିଏଟର। ରଙ୍ଗୀନ ପରଦାରେ ଆଜି ନିଜର କଳାର ଯାଦୁକରି ସାହାଯ୍ୟରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ସତୁରି ଭାଗ କଳାକାରଙ୍କ କଳାଜୀବନ ଅନ୍ନପୂର୍ଣ୍ଣା ଥିଏଟରରୁ ଆରମ୍ଭ। ହେଲେ ଏହା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇ ନିଜର ପରିଚୟ ହରାଇବାକୁ ବସିଲାଣି।
୧୯୩୩ରେ ଜମିଦାର ସୋମନାଥ ଦାସ ନାଟ ମଣ୍ଡଳୀ ଆରମ୍ଭ କରିଥିଲେ। ପରେ ୧୯୩୮ରେ ଏହା ଅନ୍ନପୂର୍ଣ୍ଣା ଥିଏଟର ଭାବେ ପରିଚିତ ହୋଇଥିଲା। ହେଲେ କିଛି ବର୍ଷ ମଧ୍ୟରେ ଏହାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ପୁରୀଠାରେ ଅନ୍ନପୂର୍ଣ୍ଣା ଥିଏଟର ହୋଇଥିବା ବେଳେ ଅନ୍ନପୂର୍ଣ୍ଣା ବି କଟକ ତିନିକୋଣିଆ ବଜାର ନିକଟରେ ସ୍ଥାପିତ ହୋଇଥିଲା। ରାମଚନ୍ଦ୍ର ମିଶ୍ରଙ୍କ ଲିଖିତ ‘ମ୍ୟାନେଜର’ ନାଟକ ଏଠାରେ ପ୍ରଥମଥର ପାଇଁ ପରିବେଷିତ ହୋଇଥିଲା। ପରବର୍ତ୍ତୀ ସମୟରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଏହି ଥିଏଟର ଅନେକ ଘାତ ପ୍ରତିଘାତ ଦେଇ ଧାରାବାହିକ ଦୁନିଆ ସହ ଟକ୍କର ଦେଇ ଆଗକୁ ବଢ଼ିବାକୁ ପ୍ରୟାସ ଜାରି ରଖିବା ସହ କଟକର ସାଂସ୍କୃତିକ ସ୍ବାଭିମାନକୁ ବଞ୍ଚାଇ ରଖିଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଏଠାରେ ଥିବା ଜନତା ରଙ୍ଗମଞ୍ଚ, କଳାଶ୍ରୀ ଥିଏଟର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବା ପୂର୍ବରୁ ସରକାର ଦୃଷ୍ଟି ଦେଇ ନିଜ ଅଧୀନକୁ ନେବା ଲାଗି ସାଧାରଣରେ ଦାବି ଉଠିଛି। ମଞ୍ଚ ନାଟକର ଭିତ୍ତିଭୂମି ଥିବାରୁ ଏହି ରଙ୍ଗମଞ୍ଚରୁ ଜୟୀରାମ ସାମଲ, ହରିଶ ମହାନ୍ତି, ଲିଳା ଦୁଲାରୀ, ହର ପଟ୍ଟନାୟକ, ନମ୍ରତା ଦାସ, ତୃପ୍ତି ସିହ୍ନା, ପ୍ରଦ୍ୟୁମ୍ନ ଲେଙ୍କା ଭଳି ଭେଟେରାନ କଳାକାର ସୃଷ୍ଟି ହୋଇଛନ୍ତି। ଏବେ ପ୍ରୋତ୍ସାହନ ଅଭାବରୁ ଭିତ୍ତିଭୂମି ନ ଥିଲେ ମଧ୍ୟ ମାସକୁ ଗୋଟିଏ ନାଟକ ପରିବେଷଣ କରାଯାଉଛି, ଯାହାକି କେତେକ ବ୍ୟକ୍ତିଙ୍କ ସାହାଯ୍ୟ ସହାନୁଭୂତି ଏବଂ ଅନ୍ତେବାସୀଙ୍କ କଷ୍ଟଲବ୍ଧ ଅର୍ଥ ରାଶିରୁ। ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ‘ନାଟକ ଦେଖନ୍ତୁ ମଞ୍ଚ ବଞ୍ଚାନ୍ତୁ’ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ବି ମାସକୁ ଥରେ ଏହି ରଙ୍ଗ ମଞ୍ଚରେ ପ୍ରତ୍ୟେକ ମାସ ୨୯ ତାରିଖରେ ନାଟକ ପରିବେଷଣ ହେଉଛି। ଧାରାବାହିକ ହେଉ କି ଚଳଚ୍ଚିତ୍ର ଦୁନିଆରେ ପାଦ ଦେଉଥିବା କଳାକାର ଯଦି ମଞ୍ଚନାଟକ ପ୍ରାଥମିକ କଳା ଶିକ୍ଷା କରି ଆସନ୍ତି, ତା’ହେଲେ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡ଼ି ନ ଥାନ୍ତି ବୋଲି ଅନେକ ପ୍ରଯୋଜକ ମତ ପ୍ରକାଶ କରିବା ସହ ମଞ୍ଚ ନାଟକ ବଞ୍ଚତ୍ ରହିବା ଜରୁରୀ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?