ଏଥର ହାଇକୋର୍ଟ ତୋରଣ

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର କ୍ରମଶଃ ଚଳଚଞ୍ଚଳ ହେବାରେ ଲାଗିଛି। ବିଭିନ୍ନ ପୂଜା କମିଟି ମଧ୍ୟ ନିଜ ନିଜର ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ପ୍ରତିଯୋଗିତାମୂଳକ ଭାବେ ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ ତିଆରି ଚାଲିଛି। ମା’ ଟଙ୍କପାଣି ରୋଡ୍‌ ଦୁର୍ଗାପୂଜା ସମିତି ଏଥର ପୂଜା ପ୍ରସ୍ତୁତିକୁ ନିଆରା ଭାବେ କରୁଛି। ପ୍ରସ୍ତୁତି ବୈଠକ ଶେଷ ହେବା ପରେ ତୋରଣ କାମ ଆରମ୍ଭ ହୋଇଛି।

ଚଳିତ ବର୍ଷ ଦୁର୍ଗାପୂଜା ସମିତି ପକ୍ଷରୁ ୧୩ତମ ପୂଜା ଆୟୋଜିତ ହେବ। ଏଥିପାଇଁ ୧୩ଲକ୍ଷ ଟଙ୍କା ବଜେଟ୍‌ ରହିଛି। ପ୍ରତି ବର୍ଷ ନୂଆ ନୂଆ ଭେଟି ଦେଇ ଆସୁଥିବା ଏହି ସମିତି ପକ୍ଷରୁ ଏଥର ତୋରଣରେ ହାଇକୋର୍ଟର ପ୍ରତିଛବି ସ୍ଥାନ ପାଇବ। ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ଏହି ତୋରଣ ପ୍ରସ୍ତୁତ କରାଯାଉଛି। ତୋରଣର ଚଉଡା ୬୫ ଫୁଟ ରହିଥିବାବେଳେ ଲମ୍ବ ୭୦ ଫୁଟ ରହିବ। ସେହିପରି ମଣ୍ଡପର ଉଚ୍ଚତା ୧୯ ଫୁଟ ହୋଇଥିବାରୁ ମା’ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ଉଭୟ ମୂର୍ତ୍ତି ଓ ତୋରଣର ଦାୟିତ୍ୱ କୋଲକାତା କାରୀଗରଙ୍କୁ ଦିଆଯାଇଛି। ମା’ଙ୍କୁ ରୂପା ଅଳଙ୍କାର, ଜରି ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସଜ୍ଜିତ କରାଯିବ। ଏଥିସହିତ ଆଖପାଖ ଅଞ୍ଚଳକୁ ଲିଚୁ ଏବଂ ଆଲୋକମାଳାରେ ସଜାଯିବ। ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ୩ଦିନ ମେଲୋଡି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ତେବେ ପୂଜା ସମିତି ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଏଥର ବନ୍ଦ ରହିବ। ସୁରକ୍ଷା ଦୃଷ୍ଟିରୁ ୧୧ଟି ସିସିଟିଭି କ୍ୟାମେରା ଲାଗିବା ସହ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ ହେବେ। ଏହାବାଦ୍‌ ଭଲ୍ୟୁଣ୍ଟରମାନେ ନିୟୋଜିତ ରହିବେ। ସେହିପରି ପରମ୍ପରା ଅନୁଯାୟୀ ଅଷ୍ଟମୀ ଦିନ ଅଞ୍ଚଳବାସୀଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ଭସାଣୀ ଦିନ ଶଙ୍ଖ, ଘଣ୍ଟଘଣ୍ଟା, ଦୁଲୁଦୁଲି ଆଦି ପାରମ୍ପରିକ ବାଦ୍ୟ ସହିତ ଡିଜେ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଷାନ ଯୋଜନା : ୧୫ ସୁଦ୍ଧା ହିତାଧିକାରୀ ତାଲିକା ଦିଅ

ଭୁବନେଶ୍ୱର,୮।୭(ବ୍ୟୁରୋ) : ଆସନ୍ତା ୧୫ ତାରିଖ ସୁଦ୍ଧା ଯୋଗ୍ୟ ପିଏମ୍‌-କିଷାନ୍‌ ଯୋଜନା ହିତାଧିକାରୀଙ୍କ ତାଲିକା ପ୍ରଦାନ କର। କେନ୍ଦ୍ର ବହୁ ଦିନ ପୂର୍ବରୁ ତାଲିକା ମାଗିଥିଲେ...

୨୮ରେ ଅଭିଭାବକ-ଶିକ୍ଷକ ବୈଠକ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୮ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ। ଏ ନେଇ...

‘ମୋ ସ୍କୁଲ୍‌’ ଦେଶରେ ଉଦାହରଣ ସୃଷ୍ଟି କରିଛି: ମନ୍ତ୍ରୀ

ଭୁବନେଶ୍ୱର, ୨୯।୩(ବ୍ୟୁରୋ):‘ମୋ ସ୍କୁଲ୍‌’ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି। ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ...

ଲୋକଙ୍କ ଜୀବନ ସୁରକ୍ଷା ପାଇଁ କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭(ବ୍ୟୁରୋ)-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ମୁକାବିଲା ପାଇଁ ବିଜେଡି ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍‌ ମୁକାବିଲା ମନ୍ତ୍ର ଦେଇଛନ୍ତି।...

୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌-୩ (ଏଡିଜେ-୩) ହତ୍ୟାରେ ସମ୍ପୃକ୍ତ ଥିବା...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଜେରା

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ନିଂ କାଉନସିଲର ୮ମ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ତେବେ...

ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ...

Advertisement
Archives

Model This Week