ଆଜି ଉଦ୍‌ଘାଟନ ହେବ ବନ ଶହୀଦ ସ୍ମାରକସ୍ତମ୍ଭ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍‌ପିଆର୍‌ସି) ପରିସର ଏକାମ୍ର କାନନର ଗୋଲାପ ବଗିଚା ମଧ୍ୟରେ ବନବାହିନୀ ଶହୀଦ ସ୍ମାରକ ସ୍ତମ୍ଭ ସ୍ଥାପନ କରାଯାଇଛି। ବନ ଶହୀଦ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନ ୧୦ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଉଦ୍‌ଘାଟନ କରିବେ। ବିଭାଗୀୟ ସଚିବ, ପିସିସିଏଫ୍‌ଙ୍କ ସହ ଅନ୍ୟ ଅତିଥି ଓ ଅଧିକାରୀ ଉପସ୍ଥିତ ରହିବେ। ପ୍ରାୟ ୧୭ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ୨୦୧୯-୨୦ରେ ମଞ୍ଜୁରୀ ମିଳିଥିଲା। ଜଙ୍ଗଲ ନିଆଁ ଲିଭାଇବାବେଳେ ମୃତ୍ୟୁ, ବନ୍ୟପ୍ରାଣୀ ଆକ୍ରମଣଜନିତ ମୃତ୍ୟୁ, ଜଙ୍ଗଲ ସୁରକ୍ଷା ପାଇଁ ମାଫିଆଙ୍କ ବିରୋଧରେ ଲଢ଼ି ମୃତ୍ୟୁ, ମାଓବାଦୀଙ୍କ ଦ୍ୱାରା ମୃତ୍ୟୁ ଭଳି ବିଭିନ୍ନ କାରଣରୁ ଶହୀଦ ହୋଇଥିବା ବନ କର୍ମଚାରୀଙ୍କ ନାମ ଏଥିରେ ସ୍ଥାନ ପାଇଛି। ଏମାନଙ୍କ ମଧ୍ୟରେ ହାତୀ ଆକ୍ରମଣରେ ଶହୀଦ ହୋଇଥିବା ସୋମନାଥ ବେହେରା (ଖୋର୍ଦ୍ଧା), କାମରାଜ ଭୂୟାଁ (ଘୁମୁସର ଉତ୍ତର), ତ୍ରିଲୋଚନ ପ୍ରଧାନ (ଆଠମଲ୍ଲିକ ଟେରିଟୋରି) ରହିଛନ୍ତି। ସେହିପରି କାଠ ମାଫିଆଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଅଶ୍ୱିନୀ କୁମାର ମହାନ୍ତି (ବରଗଡ଼), ଭଗବାନ ମାଝୀ (ଅନୁଗୋଳ), ରାଜନଗରରେ ମାଛ ଟ୍ରଲର ମାଫିଆଙ୍କ ଆକ୍ରମଣରେ ମୃତ ବନ କର୍ମଚାରୀ ଶ୍ୟାମସୁନ୍ଦର ସିଂହ, ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା କେତେଜଣ ବନ କର୍ମଚାରୀଙ୍କୁ ମିଶାଇ ମୋଟ ୨୧ଜଣ ଶହୀଦ ବନ କର୍ମଚାରୀଙ୍କ ନାମ ଏହି ସ୍ତମ୍ଭରେ ସ୍ଥାନ ପାଇଛି। ଏ ସମ୍ପର୍କରେ ଅଣଗେଜେଟେଡ୍‌ ବନ ସେବା ସଂଘ ସମ୍ପାଦକ ଦିଲୀପ କୁମାର ମିଶ୍ର କହିଛନ୍ତି, କର୍ତ୍ତବ୍ୟ ପରାୟଣତା ଏବଂ ସେବାର ନିଦର୍ଶନ ଦେଇ ନିଜର ପ୍ରାଣ ଦେଇଥିବା ବନ କର୍ମଚାରୀଙ୍କ ପ୍ରତି ଏହା ଏକ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳି। ଏଥିପାଇଁ ଅନେକ ଦିନ ହେବ ସଂଘ ତରଫରୁ ଆମେ ଚେଷ୍ଟା କରି ଆସିଥିଲୁ। ଦିବଂଗତ ବନ ଶହୀଦଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ପାଇଁ ନିର୍ମିତ ଏହି ସ୍ତମ୍ଭ ବନ କର୍ମଚାରୀଙ୍କ ମନୋବଳ ନିଶ୍ଚୟ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଅନ୍ତେବାସୀ ମହିଳାଙ୍କୁ ସରପଞ୍ଚ ଦେଲେ ସାବିତ୍ରୀ ଭାର

ଭଞ୍ଜନଗର,୨୨ା୫(ଡି.ଏନ.ଏ)- ରାତି ପାହିଲେ ସାବିତ୍ରୀ ବ୍ରତ। ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟଶଇନ୍‌ ସେଣ୍ଟରରେ ବହୁ ମହିଳା ଅଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଞ୍ଚଳରେ ୧୪୪ ଧାରା ଲାଗୁ...

ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ କେତେକ ମଣ୍ଡିରେ ଚାଷୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । ମଣ୍ଡିରେ...

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି...

୪୮ ଘଣ୍ଟାରେ ୨ ବୋମାମାଡ଼

କଟକ ଅଫିସ, ୨୩ା୧୧: ଗତ ୪୮ଘଣ୍ଟା ମଧ୍ୟରେ କଟକ କମିଶନରେଟ୍‌ ପୋଲିସ ଅଧୀନ ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଏହି...

ନଭେମ୍ବର ୧୧ରୁ ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌

ଭୁବନେଶ୍ବର,୮।୧୧(ବ୍ୟୁରୋ): ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌  ୨୧-୨୨ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ...

ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ରହସ୍ୟ ସୃଷ୍ଟି କଲା ମୃତା ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବଡଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ...

ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ସୁବାସ ଚୌହ୍ବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ରାଜନେତା ଶୋକବ୍ୟକ୍ତ...

Advertisement
Archives

Model This Week