ଆନିମଲ୍‌ ଅଣ୍ଡରପାସ୍‌ କାମ ସରୁନି

କେନ୍ଦୁଝର,୨୧।୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡ଼ିକରେ ହାତୀ ସାଙ୍ଗକୁ ଅନ୍ୟାନ୍ୟ ବନ୍ୟପ୍ରାଣୀ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଥିବାରୁ ବନ୍ୟପ୍ରାଣୀଙ୍କ ଅବାଧ ଚଳପ୍ରଚଳ ପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ତିଆରି ହେବା ଯୋଜନା ରହିଥିଲା। କିନ୍ତୁ ରାସ୍ତା ନିର୍ମାଣ ସମୟରେ ଏହାକୁ ଉପେକ୍ଷା କରି ଅଣ୍ଡରପାସ ଗୁଡ଼ିକୁ ଅଧାପନ୍ତରିଆ ଭାବେ ପକାଇ ଦିଆଯାଇଛି। ତେଣୁ ଦୁର୍ଘଟଣା ଘଟି ଜୀବଜନ୍ତୁମାନଙ୍କ ଜୀବନ ଯାଉଥିବା ନଜିର ରହିଛି। ହାତୀଚଳପ୍ରଚଳ ପାଇଁ ଅଣ୍ଡରପାସ ଗୁଡ଼ିକର କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଓ ବନବିଭାଗ ଆନ୍ତରିକତାର ଅଭାବ ଏହାର ମୁଖ୍ୟ କାରଣ। ନରଣପୁର ସଂରକ୍ଷିତ ଜଙ୍ଗଲରେ ଗୋପାଳପୁର ପୂର୍ବରୁ ନିର୍ମାଣଧୀନ ଅଣ୍ଡରପାସର କାମ ସରିଥିଲେ ମଧ୍ୟ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ସୁଗମ ନ ଥିବାରୁ ରାସ୍ତାର ଏକ ପାର୍ଶ୍ୱରେ ଥିବା ଜଙ୍ଗଲରୁ ଅନ୍ୟ ପାଖ ଜଙ୍ଗଲକୁ ଯିବା ଆସିବା କରି ପାରୁ ନାହାନ୍ତି। ତେଣୁ ଗାଡ଼ି ଦୁର୍ଘଟଣାରେ ସେମାନଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି। ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ ରହିଥିବା କାରଣରୁ ପିପିଳିଆ ଠାକୁରାଣୀ ଶାଳ ନିକଟରେ ୧୫ଫୁଟ ଉଚ୍ଚତାର ଏକ ଏଲିଫ୍ୟାଣ୍ଟ ଅଣ୍ଡରପାସ କାମ ଆରମ୍ଭ ହୋଇଥିଲା। ମାତ୍ର ଏହି କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି। ଫଳରେ ହାତୀମାନେ ଅନେକ ସମୟରେ ବିପଦସଂକୁଳ ଅବସ୍ଥାରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ସୁପାରିକିଲର

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର...

ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ: ଫଳାଫଳ ଶୂନ ଥିବା ୮୨ ସ୍କୁଲକୁ ନୋଟିସ୍‌, ସ୍ଥିତିକୁ ବ୍ୟକ୍ତିଗତ ଭାବେ ପରଖିବେ

ଭୁବନେଶ୍ୱର,୬।୬(ବ୍ୟୁରୋ): ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ପୂରା ଆକ୍ସନ ମୋଡ୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଗୋଟିଏ ପରେ ଗୋଟିଏ ବିଭାଗର ମନ୍ତ୍ରୀ କିଭଳି ସୂଚାରୁରୂପେ...

ଯାନବାହନ ବିକ୍ରି ୨୨ % ବଢ଼ିଲା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଯାନବାହନ ବିକ୍ରି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଯାନ ବିକ୍ରି...

୨୯ରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୬।୯(ବ୍ୟୁରେ): ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏନେଇ ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଙ୍ଗଳବାର ଏହି...

ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ...

‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରାଯିବ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ବାସ୍ଥ୍ୟ ଓ...

୯ ଜିଲାକୁ ବ୍ୟାପିଛି କରୋନା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ଏବେ ୯ ଜିଲାକୁ କରୋନା ଭୂତାଣୁ ‘କୋଭିଡ୍‌-୧୯’ ଡେଇଁଲାଣି। ରବିବାର ସନ୍ଧ୍ୟାସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖା ୫୪ଜଣ ରହିଥିବାବେଳେ ଏମାନଙ୍କ ଘର ଖୋର୍ଦ୍ଧା,...

ସ୍କୁଲ ବାରଣ୍ଡାରେ ପାଠପଢ଼ା

ଯୋଡ଼ା,୭।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ କାଳିଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସ୍କୁଲ ଛାତ ଫାଟି ଅଁା...

Advertisement
Archives

Model This Week