‘ଆଗ ସ୍କୁଲ ଖୋଲ, ପରେ ଭୋଟ ଦେବୁ’

ବାରିପଦା ଅଫିସ,୨୧।୨: ମୟୂରଭଞ୍ଜ ଜିଲାର ବଡ଼ସାହି ଓ ଉଦଳା ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ତେବେ ବଡ଼ସାହି ଓ ଉଦଳା ବ୍ଲକର ୧ ଲକ୍ଷ ୬୬ ହଜାର ୮୩୬ ଭୋଟର ମତଦାନ କରିବାକୁ ଥିବାବେଳେ ମୌଳିକ ସମସ୍ୟାକୁ ନେଇ ଗୋଟିଏ ବୁଥ୍‌ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ପୋଲିଂ ପାର୍ଟି ପ୍ରବେଶକୁ ବିରୋଧ କରିବା ସହ ସେମାନେ ମତଦାନ କରିନାହାନ୍ତି। ପୋଲିସ ଓ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଆଗ ସ୍କୁଲ ଖୋଲ ପରେ ଭୋଟ ଦେବୁ କହି ଜିଦ୍‌ରେ ଅଟଳ ରହିଛନ୍ତି। ବଡ଼ସାହି ବ୍ଲକର ଖାନୁଆ ପଞ୍ଚାୟତ ନୁରିସାହି ଗ୍ରାମର ୧୨ ନଂ. ବୁଥ୍‌ରେ ଏପରି ଘଟଣା ଦେଖିବାକୁ ମିଳିଛି।
ଶନିବାର ଏହି ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବା ପରେ ଗ୍ରାମବାସୀ ସ୍କୁଲ ଖୋଲିବାକୁ ଦେଇ ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍କୁଲ ଖୋଲା ହୋଇ ନ ପାରିବାରୁ ନିରୁପାୟ ହୋଇ ପୋଲିଂ ପାର୍ଟି ଖାନୁଆ ପଞ୍ଚାୟତ ଅଫିସରେ ରହିଥିଲେ। ରବିବାର ଭୋରରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ପୋଲିଂ ପାର୍ଟି ପହଞ୍ଚି ସ୍କୁଲ ତାଲା ଭାଙ୍ଗି ଭୋଟଗ୍ରହଣ ପାଇଁ ପ୍ରସ୍ତୁତ ହୋଇଥିଲେ।
ଯେ, ତେବେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା କମିଯାଇଥିବାରୁ ବିଭାଗ ପକ୍ଷରୁ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଛାତ୍ରୀଛାତ୍ର ଦେଢ଼ କି.ମି. ଦୂର ସ୍କୁଲକୁ ପଢିବାକୁ ଯିବା ପାଇଁ ଅଭିଭାବକମାନେ ଅମଙ୍ଗ ହୋଇ ଜିଲାପାଳଙ୍କୁ ଅବଗତ କରିଥିଲେ। ମାତ୍ର ଉକ୍ତ ସ୍କୁଲରେ ମାତ୍ର ୧୭ ଛାତ୍ରୀଛାତ୍ର ଥିବାରୁ ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ ସ୍କୁଲ ବନ୍ଦ କରି ଦିଆଯାଇଥିଲା। ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ ଓ ଦାବି କରିବା ପରେ ମଧ୍ୟ ସ୍କୁଲରେ ତାଲା ପଡ଼ିଥିଲା ା ନିର୍ବାଚନ ପାଇଁ ପ୍ରଶାସନ ସ୍ତରରେ ସ୍କୁଲ ଖୋଲି ଭୋଟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାବ୍ୟତୀତ ଗ୍ରାମକୁ ପକ୍କା ସଡ଼କଟିଏ ନ ଥିବାବେଳେ ଦୁଇବର୍ଷ ଧରି ପାଇପ୍‌ ବିଛାଯାଇଥିଲେ ହେଁ ଅଦ୍ୟାବଧି ଲୋକେ ପାନୀୟ ଜଳ ପାଇପାରି ନାହାନ୍ତି। ଖେଳପଡ଼ିଆର ଉନ୍ନତୀକରଣ ପ୍ରତିବଦଳରେ ମାଟି ଖୋଳି ଛୋଟ ପୋଖରୀ ସଦୃଶ କରିଦିଆଯାଇଛି। ଗ୍ରାମର ଅଧିକାଂଶ ହିତାଧିକାରୀ ଆବାସ ଗୃହ ଓ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମର ମୌଳିକ ସମସ୍ୟା ଭରପୁର ରହିଥିବା ବେଳେ ଲୋକପ୍ରତିନିଧିମାନେ ଭୋଟ୍‌ ନେଇ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ସେମାନେ ଦିନତମାମ ବୁଥ୍‌ ସମ୍ମୁଖରେ ଛିଡ଼ା ହୋଇ ଭୋଟ ବର୍ଜନ କରିଥିଲେ। ସ୍କୁଲ ଖୋଲିବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି କଲେ ଭୋଟ ଦେବୁ ବୋଲି ସେମାନେ କହିଥିଲେ। ଫଳରେ ନିରାଶ ହୋଇ ପୋଲିଂ ପାର୍ଟି ଖାଲି ହାତରେ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପାଇଁ ମାସ୍କ ବାଣ୍ଟୁଛନ୍ତି ମହିଳା

ବାରିପଦା ଅଫିସ, ୨୩ା୩- କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସବୁଠି ମାସ୍କର ଚାହିଦା ବୃଦ୍ଧି ପାଇଛି। ବାରିପଦା ସହରର ଏକ ସିଲେଇ ତାଲିମ କେନ୍ଦ୍ରରେ...

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଘର ଛପର

ଠାକୁରମୁଣ୍ଡା,  ୧୦।୪ (ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ସାତକୋଶିଆ ପଞ୍ଚାୟତ ଘୁଳୁଘୁଳିଆ ଗ୍ରାମର ଚିଆବେଡ଼ାଠାରେ ଶନିବାର ସାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ...

ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ...

ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ବ୍ରହ୍ମପୁର ବିଧାୟକ

ରାଇକିଆ,୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ବୁଧବାର ମଣ୍ଡକିଆ ଓ ପେଟାପାଙ୍ଗାଠାରେ...

ପିଲା, ଗର୍ଭବତୀଙ୍କୁ ଦିଆଯାଉଛି ଆଉଟ୍‌ଡେଟେଡ୍‌ ଖାଦ୍ୟ

ସାରସକଣା,୧୨।୮(ଡି.ଏନ୍‌.ଏ.): ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ସୁଜି ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଉଛନ୍ତି।...

ରାସ୍ତାରେ ବୁଲୁଛି ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ/ବୈଶିଙ୍ଗା,୧୨ା୭: ଝାଡ଼ଖଣ୍ଡି ଓ ଶିମିଳିପାଳ ହାତୀପଲ ମୟୂରଭଞ୍ଜ ଜିଲାର ଗାଁ ଗଣ୍ଡାରେ ପଶି ଉତ୍ପାତ ଚଳାଇଛନ୍ତି। କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଞ୍ଚଳରେ ହାତୀପଲ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣା: ୧୦ ଅଧିକାରୀ, ୩ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ବାରିପଦା ଅଫିସ, ୨୫ା୬: ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନ ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣାରେ ୧୦ ସରକାରୀ...

ହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ବଇଣ୍ଡା,୧୬ା୨(ଡି.ଏନ.ଏ.): ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ପାଇଁ ପ୍ରିଜାଇଡିଂ ଅଫିସର ନିଯୁକ୍ତ ହୋଇଥିବା ଜଣେ ଶିକ୍ଷକଙ୍କ ମଙ୍ଗଳବାର...

Advertisement
Archives

Model This Week