‘ଆଗ ସ୍କୁଲ ଖୋଲ, ପରେ ଭୋଟ ଦେବୁ’

ବାରିପଦା ଅଫିସ,୨୧।୨: ମୟୂରଭଞ୍ଜ ଜିଲାର ବଡ଼ସାହି ଓ ଉଦଳା ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ତେବେ ବଡ଼ସାହି ଓ ଉଦଳା ବ୍ଲକର ୧ ଲକ୍ଷ ୬୬ ହଜାର ୮୩୬ ଭୋଟର ମତଦାନ କରିବାକୁ ଥିବାବେଳେ ମୌଳିକ ସମସ୍ୟାକୁ ନେଇ ଗୋଟିଏ ବୁଥ୍‌ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ପୋଲିଂ ପାର୍ଟି ପ୍ରବେଶକୁ ବିରୋଧ କରିବା ସହ ସେମାନେ ମତଦାନ କରିନାହାନ୍ତି। ପୋଲିସ ଓ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଆଗ ସ୍କୁଲ ଖୋଲ ପରେ ଭୋଟ ଦେବୁ କହି ଜିଦ୍‌ରେ ଅଟଳ ରହିଛନ୍ତି। ବଡ଼ସାହି ବ୍ଲକର ଖାନୁଆ ପଞ୍ଚାୟତ ନୁରିସାହି ଗ୍ରାମର ୧୨ ନଂ. ବୁଥ୍‌ରେ ଏପରି ଘଟଣା ଦେଖିବାକୁ ମିଳିଛି।
ଶନିବାର ଏହି ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବା ପରେ ଗ୍ରାମବାସୀ ସ୍କୁଲ ଖୋଲିବାକୁ ଦେଇ ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍କୁଲ ଖୋଲା ହୋଇ ନ ପାରିବାରୁ ନିରୁପାୟ ହୋଇ ପୋଲିଂ ପାର୍ଟି ଖାନୁଆ ପଞ୍ଚାୟତ ଅଫିସରେ ରହିଥିଲେ। ରବିବାର ଭୋରରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ପୋଲିଂ ପାର୍ଟି ପହଞ୍ଚି ସ୍କୁଲ ତାଲା ଭାଙ୍ଗି ଭୋଟଗ୍ରହଣ ପାଇଁ ପ୍ରସ୍ତୁତ ହୋଇଥିଲେ।
ଯେ, ତେବେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା କମିଯାଇଥିବାରୁ ବିଭାଗ ପକ୍ଷରୁ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଛାତ୍ରୀଛାତ୍ର ଦେଢ଼ କି.ମି. ଦୂର ସ୍କୁଲକୁ ପଢିବାକୁ ଯିବା ପାଇଁ ଅଭିଭାବକମାନେ ଅମଙ୍ଗ ହୋଇ ଜିଲାପାଳଙ୍କୁ ଅବଗତ କରିଥିଲେ। ମାତ୍ର ଉକ୍ତ ସ୍କୁଲରେ ମାତ୍ର ୧୭ ଛାତ୍ରୀଛାତ୍ର ଥିବାରୁ ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ ସ୍କୁଲ ବନ୍ଦ କରି ଦିଆଯାଇଥିଲା। ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ ଓ ଦାବି କରିବା ପରେ ମଧ୍ୟ ସ୍କୁଲରେ ତାଲା ପଡ଼ିଥିଲା ା ନିର୍ବାଚନ ପାଇଁ ପ୍ରଶାସନ ସ୍ତରରେ ସ୍କୁଲ ଖୋଲି ଭୋଟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାବ୍ୟତୀତ ଗ୍ରାମକୁ ପକ୍କା ସଡ଼କଟିଏ ନ ଥିବାବେଳେ ଦୁଇବର୍ଷ ଧରି ପାଇପ୍‌ ବିଛାଯାଇଥିଲେ ହେଁ ଅଦ୍ୟାବଧି ଲୋକେ ପାନୀୟ ଜଳ ପାଇପାରି ନାହାନ୍ତି। ଖେଳପଡ଼ିଆର ଉନ୍ନତୀକରଣ ପ୍ରତିବଦଳରେ ମାଟି ଖୋଳି ଛୋଟ ପୋଖରୀ ସଦୃଶ କରିଦିଆଯାଇଛି। ଗ୍ରାମର ଅଧିକାଂଶ ହିତାଧିକାରୀ ଆବାସ ଗୃହ ଓ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମର ମୌଳିକ ସମସ୍ୟା ଭରପୁର ରହିଥିବା ବେଳେ ଲୋକପ୍ରତିନିଧିମାନେ ଭୋଟ୍‌ ନେଇ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ସେମାନେ ଦିନତମାମ ବୁଥ୍‌ ସମ୍ମୁଖରେ ଛିଡ଼ା ହୋଇ ଭୋଟ ବର୍ଜନ କରିଥିଲେ। ସ୍କୁଲ ଖୋଲିବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି କଲେ ଭୋଟ ଦେବୁ ବୋଲି ସେମାନେ କହିଥିଲେ। ଫଳରେ ନିରାଶ ହୋଇ ପୋଲିଂ ପାର୍ଟି ଖାଲି ହାତରେ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?