ଆନ୍ଦୋଳନ ବେଳେ ପ୍ରାଣୀ ଉପଦ୍ରବ

ଶିକାରୀଙ୍କ ଆକ୍ରମଣରେ ଅସୁରକ୍ଷିତ ବନ କର୍ମଚାରୀ। ତେଣୁ ସୁରକ୍ଷା ଦାବିରେ ଗତ ୧୯ତାରିଖରୁ ୮,୧୮୮ଜଣ ବନ କର୍ମଚାରୀ ପାଟ୍ରୋଲିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତା ୮ତାରିଖ ସୁଦ୍ଧା ସରକାର ସେମାନଙ୍କ କଥା ନ ଶୁଣିଲେ ୧୦ତାରିଖରୁ ସମୂହ କାର୍ଯ୍ୟ ଛାଡ଼ ଆନ୍ଦୋଳନରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳିସ୍ଥିତିରେ ବନ୍ୟଜନ୍ତୁ ଜନବସତି ମୁହଁା ହୋଇ ଉପଦ୍ରବ ଚଳାଇଛନ୍ତି। ଗତ ୩ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଆକ୍ରମଣରେ ବହୁ ଧନସମ୍ପତ୍ତି ନଷ୍ଟ ହେବା ସହ ୫ଜଣଙ୍କ ମୃତ୍ୟୁ ଘଟିଲାଣି। ଏପରି କି ରାଜଧାନୀ ଉପକଣ୍ଠରେ ହାତୀ ପ୍ରବେଶ କରି ଭୟର ବାତାବରଣ ସୃଷ୍ଟି କରିଛନ୍ତି। ସରକାର ତୁରନ୍ତ ବନ କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ ନ କଲେ ଆଗାମୀ ଦିନରେ ସ୍ଥିତି ଅଧିକ ବିଷମ ହେବ ବୋଲି କୁହାଯାଉଛି।

 

ଭୁବନେଶ୍ୱର/ ସମ୍ବଲପୁର/ଅନୁଗୋଳ,୨୨ା୬ (ଅଭିଜିତ ଦାସ/ ଶୁଭାଶିଷ ପାଢ଼ୀ/ ଅମିତ ସାମଲ) ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ସରପଞ୍ଚଙ୍କ ସ୍ବାମୀ ଗୋପାଳ ପ୍ରଧାନ ଓ ରେଢ଼ାଖୋଲ ଉପଖଣ୍ଡ ଚାରମାଲ ଥାନା ଭାଲିଆକଟା ପଞ୍ଚାୟତ ବୁଢିଖମାର ଗ୍ରାମର ରଙ୍କ ଭୂୟଁା (୬୦)ଙ୍କ ହାତୀ ଆକ୍ରମଣରେ ବୁଧବାର ମୃତ୍ୟୁ ଘଟିଛି। ଯୁଯୁମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟସ୍ଥ ଜରତୀୟ ରାଜପଥ ୫୫ ପାର୍ଶ୍ୱରେ ଗୋପାଳଙ୍କ ଏକ ଢାବା ରହିଛି। ବୁଧବାର ଭୋର ପ୍ରାୟ ୪ଟାରେ ଏକ ହାତୀ ଢାବା ଭିତରକୁ ପଶିବା ସହ ଗୋପାଳଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ବନ ଅଧିକାରୀ ନ ପହଞ୍ଚତ୍ବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ସ୍ଥାନୀୟ ରେଞ୍ଜର ପହଞ୍ଚତ୍ଥିଲେ। ହେଲେ ତାଙ୍କୁ ଶତାଧିକ ମହିଳାପୁରୁଷ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିଥିଲେ। ଶେଷରେ ଡିଏଫ୍‌ଓ ବିଶ୍ୱନାଥ ନୀଳମ୍ବରନ ପହଞ୍ଚତ୍ ଲୋକମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଦୁଃଖ ପ୍ରକାଶ କରି ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ବ୍ଲକ ବିଜେଡି ସଭାପତି ବିନୋଦ ବଡପଣ୍ଡା, ମନୋଜ ଖୁଣ୍ଟିଆ, ସୁଶୀଲ ବେହେରା, ଦେବାଶିଷ ପରିଡା, ବିଜୟ ବିଶ୍ୱାଳ, ପହଲ୍ଳାଦ ପ୍ରଧାନ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଭାଜପା ନେତା ଦେବେନ୍ଦ୍ର ମହାପାତ୍ର, ଯୁଯୁମୁରା ସମିତି ସଭ୍ୟ ଜୟନ୍ତ କୁମାର ପ୍ରଧାନ,ଭାଜପା ମଣ୍ଡଳ ସଭାପତି ଓମ୍‌ ପ୍ରକାଶ ବିଶ୍ୱାଳ ଉକ୍ତ ପରିବାରକୁ ଭେଟିଥିଲେ। ଅନ୍ୟପକ୍ଷରେ ରଙ୍କ ଭୂୟାଁ ବୁଧବାର ସକାଳେ ନିଜ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ରେଢାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି, ବଡମାଳ ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ରଙ୍କଙ୍କ ପରିବାରବର୍ଗଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଡିଏଫ୍‌ଓ ମହାନ୍ତି କହିଛନ୍ତି।
ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀଙ୍କ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ(୬୫) ଓ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫)। ଶ୍ରୀନିବାସ ଏବଂ ଗଡ଼ତରାମ ଗ୍ରାମ ନିକଟ ବାଉଁଶବୁଦାରୁ ବାଉଁଶ ସଂଗ୍ରହ କରିବାକୁ ଯାଇଥିବାବେଳେ ଏକ ଦନ୍ତା ସେମାନଙ୍କୁ ପାଦରେ ଦଳି ଦେଇଥିଲା। ଏହି ଘଟଣାକୁ ନେଇ ସାନକନ୍ତକୁଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏଥିସହ ସେହି ହାତୀ ମଙ୍ଗଳବାର ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କନ୍ତାମିଲା ଗ୍ରାମର ଇନ୍ଦୁମତି ସାହୁ(୬୫)ଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବନ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯାଉ ନାହିଁ। ଏନେଇ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ବିଭାଗୀୟ ଅବ୍ୟବସ୍ଥା ଏହାର ପ୍ରମୁଖ କାରଣ ସାଜିଛି। ତେଣୁ ଅଣଗେଜେଟେଡ୍‌ ବନ କର୍ମଚାରୀ ସରକାରଙ୍କ ନିକଟରେ ୫ଟି ଦାବି ରଖିବା ସହ ପାଟ୍ରୋଲିଂରୁ ଗତ ୧୯ତାରିଖରୁ ନିବୃତ୍ତ ରହି ଆନ୍ଦୋଳନ ଚଳାଇଛି। ବନ କର୍ମଚାରୀଙ୍କ ଦାବିଗୁଡ଼ିକ ହେଲା ୫୦ ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ମୁତୟନ, କର୍ମଚାରୀ କଲ୍ୟାଣ ପାଣ୍ଠି ଗଠନ, ସର୍କଲ ରି-ଅର୍ଗାନାଇଜେଶନ, ରେଞ୍ଜ ଓ ବିଟ୍‌ ରିଭିଜନ ଏବଂ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି। ଏଭଳିସ୍ଥିତିରେ ବନ କର୍ମଚାରୀ ପାଟ୍ରୋଲିଂରେ ସାମିଲ ହେଉ ନ ଥିବାରୁ ବନଜନ୍ତୁ ଜନବସତି ମୁହାଁ ହୋଇ ଲୋକଙ୍କୁ ଆକ୍ରମଣ କରିବା ସହ ଧନଜୀବନ ନଷ୍ଟ କରୁଛନ୍ତି। ହାତୀ ଆକ୍ରମଣରେ ଅନୁଗୋଳ ଜିଲାରେ ମଙ୍ଗଳବାର ୨ ଜଣ ଏବଂ ବୁଧବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାର ସମ୍ବଲପୁର ଜିଲାରେ ମଧ୍ୟ ଦୁଇଜଣଙ୍କ ଜୀବନ ଯାଇଛି। ଓଡିଶା ଅଣଗେଜେଟେଡ୍‌ ବନସେବା ସଂଘର ସଭାପତି ଜଗବନ୍ଧୁ ପାତ୍ରଙ୍କ କହିବା ଅନୁଯାୟୀ ରାଜ୍ୟ ସରକାରଙ୍କୁ ବନ କର୍ମଚାରୀଙ୍କ ଦାବି ଜଣାଇଛୁ। ଜଙ୍ଗଲ ମଧ୍ୟରେ ଜୀବନ ବିପଦ ଥିବାରୁ ପାଟ୍ରୋଲିଂ କରିବୁ ନାହିଁ। କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ଜଙ୍ଗଲରୁ ହାତୀପଲ ଜନବସତି ମୁହାଁ ହେଉଛନ୍ତି। କର୍ମଚାରୀମାନେ ଜଙ୍ଗଲରେ ପାଟ୍ରୋଲିଂ କରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏ ସମସ୍ତ ଭୁଲ ଲାଗି ପ୍ରଶାସନ ଦାୟୀ ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?