
ସିମୁଳିଆ,୧୬।୨(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁକାନ୍ତି ସାହୁ(୪୮) ନାମକ ଜଣେ ଅଙ୍ଗନଓ୍ବାଡ଼ି ଦିଦି ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୁକାନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଦୁର୍ବୃତ ମାନେ ଚୋରି କରିବାପାଇଁ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର ସୂଚନା ମିଳିଛି । ଆହତ ସୁକାନ୍ତି ସ୍ଥାନୀୟ ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ରୂପେ କାର୍ଯ୍ୟ କରନ୍ତି।