ନାମାଙ୍କନପତ୍ର ଦାଖଲ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା

ପଟାଙ୍ଗି,୨୦ା୪(ଶରତ ଧଳ): ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳର ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଭୋଟରଙ୍କ ଭୋଟ୍‌ ହାତେଇବା ପାଇଁ ମୁଖ୍ୟ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଏହିପରି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର ଉକ୍ତ ଜିଲାର ପଟାଙ୍ଗି ବ୍ଲକ ସୀମାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍‌ ମାନ୍ୟାମ ଜିଲା ଅଧୀନରେ ରହିଥିବା ସାଲୁର୍‌ ବିଧାନସଭା ଏବଂ ଆରୁକୁ ଲୋକ ସଭା କ୍ଷେତ୍ରରେ।
ସୂଚନାନୁଯାୟୀ, ମେ’ ମାସର ପ୍ରଥମ ପର୍ଯ୍ୟାୟର ୧୩ ତାରିଖରେ ଦୁଇଟି ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ ହେଉଥିବା ବେଳେ ଏହାକୁ ନେଇ ଓଡ଼ିଶାର କୋରାପୁଟ ଜିଲା ତଥା ପଟାଙ୍ଗି ବ୍ଲକ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସେପଟେ ଆନ୍ଧ୍ର ରାଜ୍ୟର ଉପରୋକ୍ତ ଜିଲା ତଥା ସାଲୁର୍‌ ବ୍ଲକ ପ୍ରଶାସନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡ଼ିଛି। ଯାହାକି ଏହି ଦୁଇ ରାଜ୍ୟର ଦୁଇଟି ଜିଲା ଓ ବ୍ଲକ ପ୍ରଶାସନ ଅଧୀନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏହାକୁ ନେଇ ଉଭୟ ସୀମାନ୍ତବାସୀଙ୍କ ଭୋଟ୍‌ ହାତେଇବା ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଓଡ଼ିଶାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ନିମନ୍ତେ ଶୁକ୍ରବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ନିଜ ନାମାଙ୍କନପତ୍ର କୋରାପୁଟ ଜିଲା ପ୍ରଶାସନଙ୍କ ନିକଟରେ ଦାଖଲ କରିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗି ୨୨ରେ ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଭାଜପା ଦଳର ବିଧାୟକ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ମଧ୍ୟ ୨୪ ତାରିଖ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେପଟେ କିନ୍ତୁ ଆନ୍ଧ୍ର ରାଜ୍ୟର ସାଲୁର୍‌ ନିର୍ବାଚନ ମଣ୍ଡଳୀ ପାଇଁ ଶୁକ୍ରବାର ଶାସକ ଦଳର ଓ୍ବାଇସିପି ବିଧାୟକ ପ୍ରାର୍ଥୀ ତଥା ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା ନିଜ ସମର୍ଥକଙ୍କ ଗହଣରେ ସାଲୁର୍‌ ରିଟର୍ନିଂ ଅଧିକାରୀ ସି ବିଷ୍ଣୁ ଚରଣଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଟିଡିପି ଦଳର ସନ୍ଧ୍ୟାରାଣୀ ନାମାଙ୍କନପତ୍ର ଦାଖଲ କରି ନିଜର ଦଳୀୟ ପ୍ରଚାର ଓଡ଼ିଶାର କୋଟିଆ ପଞ୍ଚାୟତରୁ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ପାର୍ବତୀପୁରମ୍‌ ଜିଲା ପ୍ରଶାସନ ନିକଟରେ ସ୍ବାଧୀନ ଏମ୍‌ପି ପ୍ରାର୍ଥୀ ଏନ୍‌ ଜୟରାଜ, ପି. ରଞ୍ଜିତ କୁମାର, ସିପିଏମ୍‌ର ପି ଆପାଲା ନାର୍ସା ଏବଂ ଓ୍ବାଇସିପିର ଜି. ତନୁଜା ରାଣୀ ପ୍ରମୁଖ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୂଚନା ଥାଉକି, ଗତ ୧୮ତାରିଖରେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍‌ ଜିଲା ପ୍ରଶାସନ ନିର୍ବାଚନ ନିମନ୍ତେ ନୋଟିଫିକ୍ସନ ଜାରି କରି ପ୍ରସ୍ତୁତିକୁ ଜୋର୍‌ଦାର କରିଥିବା ସହ ୪ଟି ବିଧାନସଭା ଓ ୪ଲୋକ ସଭା ନିମନ୍ତେ ପ୍ରତ୍ୟେକ ନାମାଙ୍କନପତ୍ର ଦାଖଲ କେନ୍ଦ୍ର ୮ଟି ଡିଏସପି , ଏଏସ୍‌ଆଇ ପ୍ରମୁଖ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଥିବା ଉକ୍ତ ଜିଲାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?