ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ ବଡ଼ଧରଣର ସଫଳତା ହାସଲ କରିଛି। ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିବା ଚେକିଂ ବେଳେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।

କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲାରେ ପୋଲିସ ପକ୍ଷରୁ ସଚେତନତା ଏବଂ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି। ଆଜି ସକାଳୁ ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ପଞ୍ଚାୟତର ବରଗୋଠା ଗ୍ରାମ ରାସ୍ତାରେ ଏସ୍‌ଡିପିଓ ପଣ୍ଡା ଓ ଆନନ୍ଦପୁର ପୋଲିସ ଟିମ୍ ପାଟ୍ରୋଲିଂ କରୁଥିଲେ।

ଉକ୍ତ ରାସ୍ତାରେ ଯାଉଥିବା ନଣ୍ଡା ହୋ (୫୦) ଏବଂ ତାଙ୍କ ପୁଅ ଚକ୍ର ହୋ (୩୦)ଙ୍କୁ ସନ୍ଦେହ କରି ପୋଲିସ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଏବଂ ବହୁ ପରିମାଣର ଗୁଳି ଜବତ କରାଯାଇଥିଲା। ଆନନ୍ଦପୁର ଉପଖଣ୍ଡ ଇତିହାସରେ ଏପରି ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।

ଏନେଇ ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ପୂଜାକୁ ଦୃଷ୍ଟିରେ ରଖି ପୋଲିସ ସବୁବେଳେ ସତର୍କ ରହିଛି। ଜବତ ହୋଇଥିବା ବନ୍ଧୁକ ଓ ଗୁଳିଗୁଡ଼ିକ ସେମାନେ କେଉଁଠୁ ଏବଂ କାହାଠାରୁ ଆଣିଥିଲେ, ଏହାର କୌଣସି ଅପରାଧିକ ଲିଙ୍କ୍ ଅଛି କି ନାହିଁସେନେଇ ପୋଲିସ ବାପ-ପୁଅଙ୍କୁ ପଚରାଉଚରା ଜାରି ରଖିଛି। ଆଗକୁ ଆଉ କେତେକ ସ୍ଥାନରେ ମଧ୍ୟ ତନାଘନା କରାଯିବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?