Posted inଫୁରସତ

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର ଏବଂ ରହସ୍ୟମୟ ବୋଲି ବିବେଚନା କରାଯାଏ। ଭଗବାନ ଶିବଙ୍କୁ ସମର୍ପିତ ଏପରି ଏକ ମନ୍ଦିର ରାଜସ୍ଥାନର ଅଲଓ୍ବରରେ ଅଛି। ଏଠାରେ ଭଗବାନ ଶିବ ଦିନକୁ ତିନିଥର ତାଙ୍କର ରୂପ ପରିବର୍ତ୍ତନ କରନ୍ତି।

Tripoliya Mandir - Hindu temple - Alwar - Rajasthan | Yappe.in

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ପ୍ରତିନିଧିତ୍ୱ କରୁଥିବା ଦୁଇଟି ଦୀପ ୩୦୦ ବର୍ଷରୁ ଅଧିକ ବର୍ଷ ଧରି ଏହି ମନ୍ଦିରରେ ନିରନ୍ତର ଭାବେ ଜଳୁଛି। ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରୁ ଲୋକମାନେ ଏଠାକୁ ପ୍ରଭୁଙ୍କ ଦର୍ଶନ ଏବଂ ପୂଜା କରିବାକୁ ଆସିଥାନ୍ତି। ଅଲଓ୍ବରର ଏକ ଐତିହାସିକ ମନ୍ଦିର ଶ୍ରୀ ତ୍ରିପୋଲିଆ ମହାଦେବ ମନ୍ଦିର, ଶ୍ରାବଣ ମାସରେ ଏହି ସ୍ଥାନ ଭକ୍ତଙ୍କ ଭିଡ଼ ପାଇଁ ବେଶ୍‌ ଜଣାଶୁଣା।

Tripolia - 🌹🌹🌹🏵️🏵️🙏🙏🚩🚩. 🌼🌼आज🌼 के 🌼दर्शन🌼 श्री🌼 त्रिपोलिया 🌼 महादेव🌼 मंदिर🌼 अलवर 🌹🌹🌹🙏🙏🌼🌼🏵️🏵️🚩🚩 | Facebook

ପ୍ରାୟ ୩୦୦ ବର୍ଷ ପୁରୁଣା ଶ୍ରୀ ତ୍ରିପୋଲିଆ ମହାଦେବ ମନ୍ଦିର ଅଲଓ୍ବର ସିଂହ ଦ୍ୱାରରେ ଅବସ୍ଥିତ। ଏହି ପ୍ରାଚୀନ ଶିବ ମନ୍ଦିର କେବଳ ଏକ ମନ୍ଦିର ନୁହେଁ ବରଂ ଅଲୱରର ଏକ ଧାର୍ମିକ ପ୍ରତୀକ। ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରୁଥିବା ନର୍ମଦେଶ୍ୱର ଶିବଲିଙ୍ଗ ହିନ୍ଦୁ ଶିବ ଦେବତାଙ୍କ ମନ୍ଦିରରେ ଅବସ୍ଥିତ। ଏହା ଭକ୍ତମାନଙ୍କ ପାଇଁ ଏକ ଦିବ୍ୟ ଚମତ୍କାର। ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଅଖଣ୍ଡ ଦୀପ ଜଳୁଛି।

Sawan 2023 : सावन के पहले सोमवार को त्रिपोलिया महादेव मंदिर में हुआ विशेष अनुष्ठान, भक्तों की भारी भीड़ उमड़ी

ପ୍ରାୟ ୩୦୦ ବର୍ଷ ପୂର୍ବେ ରାଜକୀୟ ଯୁଗରେ ରାଜା ଏବଂ ସମ୍ରାଟମାନଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା। କୁହାଯାଏ, ମନ୍ଦିରରେ ପ୍ରତିଦିନ ବିଭିନ୍ନ ରୂପରେ ଭଗବାନ ଶିବଙ୍କୁ ସଜାଯାଇଥାଏ। ଏଠାରେ ଥିବା ଶିବଲିଙ୍ଗ ଦିନକୁ ୩ ଥର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଏହାକୁ ଦର୍ଶନ କରିବା ପାଇଁ ପ୍ରତିଦିନ ଶହଶହ ଭକ୍ତ ଆସିଥାନ୍ତି।

त्रिपोलेश्वर महादेव मंदिर अलवर 🍀🛕🥰 फॉलो जरूर करे:- @mahadev_bhakt_deewana . . #tripoleshwar #dham #tripolia #mandir #alwar #rajasthani #alwarcity #rajasthandiaries #harharmahadevॐ #mahadev #mahakal #bholenath ...

ଆଖପାଖର ଦୋକାନୀମାନେ ମନ୍ଦିର ବାହାରେ ଥିବା ଗୋମୁଖରୁ ପାଣି ନେଇ ସେମାନଙ୍କ ଦୋକାନରେ ସିଞ୍ଚନ କରନ୍ତି ଏବଂ ତା’ପରେ ସେମାନଙ୍କର କାମ ଆରମ୍ଭ କରନ୍ତି। ଏହି ମନ୍ଦିରକୁ ବହୁତ ଚମତ୍କାର ବୋଲି ବିବେଚନା କରାଯାଏ। ଶ୍ରାବଣ ଆସିବା ମାତ୍ରେ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?