ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହିର ବିରଞ୍ଚତ୍ ନାରାୟଣ ନାୟକଙ୍କ ସେ ଏକମାତ୍ର କନ୍ୟା। ସେ ‘ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌’ର ଜଣେ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଏହି ଦୂରବୀକ୍ଷଣ ଯନ୍ତ୍ର ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇ ପାରିବେ ଏବଂ ଏଲିଅନମାନଙ୍କ ଉପସ୍ଥିତି ଚିହ୍ନଟ କରିପାରିବେ ଆଶା ରଖିଛନ୍ତି। ଫ୍ରେଞ୍ଚ ଗୁଏନାର ଲଞ୍ଚ୍‌ ବେସ୍‌ରୁ ଏହି ଟେଲିସ୍କୋପ୍‌କୁ ଗତ ଶନିବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ ପ୍ରେରଣ କରାଯାଇଛି। ହବଲ୍‌ ଟେଲିସ୍କୋପ ଅପେକ୍ଷା ଶହେ ଗୁଣ ଅଧିକ ଶକ୍ତିଶାଳୀ ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ସାହାଯ୍ୟରେ ପୃଥିବୀଠାରୁ ୬୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଗ୍ରହଗୁଡ଼ିକର ମଧ୍ୟ ଅଧ୍ୟୟନ କରାଯାଇପାରିବ। ହବଲ୍‌ ଟେଲିସ୍କୋପ୍‌ର ଉତ୍ତରାଧିକାରୀ ଭାବେ ବିବେଚିତ ହେଉଥିବା ଏହି ସ୍ପେସ୍‌ ଟେଲିସ୍କୋପ୍‌ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ସ୍ଥାନ ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୨ରେ ସ୍ଥାପିତ ହେବ। ୧୯୯୬ରେ ଏହାର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୨୦୦୭ରୁ ନିର୍ମାଣ ଆରମ୍ଭ ହୋଇଥିବାବେଳେ ୨୦୧୬ରେ ଶେଷ ହୋଇଥିଲା। ଏହାପରେ ଟେଷ୍ଟିଂ ପର୍ଯ୍ୟାୟ ଚାଲିଥିଲା। ନାସା, ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏବଂ କାନାଡା ସ୍ପେସ୍‌ ଏଜେନ୍ସି ଦ୍ୱାରା ହୋଇଥିବା ଏହି ସ୍ପେସ୍‌ ଟେଲିସ୍କୋପ୍‌ ନିର୍ମାଣ କାର୍ଯ୍ୟରେ ୧୫ ଦେଶର ପ୍ରାୟ ୧୦ ହଜାର ବୈଜ୍ଞାନିକ, ଇଞ୍ଜିନିୟର ଓ ଟେକ୍ନିସିଆନ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଁ ନାରାୟଣୀ ଅନ୍ୟତମ। ତାଙ୍କ ବାପା ବିରଞ୍ଚତ୍ ନାରାୟଣ ଓ ମା’ ଗୀତାଞ୍ଜଳି କାଲିଫର୍ନିଆର ସାନ୍‌ ଜୋସ୍‌ରେ ରୁହନ୍ତି। ଫିଜିକ୍ସରେ ଏମ୍‌ଏ କରିଥିବା ବିରଞ୍ଚତ୍ ସେଠାକାର ଏକ ସଫ୍ଟଓ୍ବେୟାର କମ୍ପାନୀରେ କାର୍ଯ୍ୟରତ। ୨୫ ବର୍ଷ ହେଲା ବିରଞ୍ଚତ୍ ଆମେରିକାରେ ରହୁଥିବାବେଳେ ତାଙ୍କ ଝିଅ ଓଁ ନାରାୟଣୀ ସେଠାରେ ପାଠ ପଢ଼ି ବଡ଼ ହୋଇଛନ୍ତି। ଆଷ୍ଟ୍ରୋଫିଜିକ୍ସ ଏବଂ ସ୍ପେସ୍‌ ସାଇନ୍ସରେ ଉଚ୍ଚଶିକ୍ଷା ପରେ ଦେଢ଼ ବର୍ଷ ହେଲା ସେ ଓ୍ବାଶିଂଟନ ଡିସିସ୍ଥିତ ନାସାର ରିସର୍ଚ୍ଚ ଡିଭିଜନରେ କାର୍ଯ୍ୟ କରୁଛନ୍ତି। ତାଙ୍କର କୃତିତ୍ୱ ପାଇଁ ଭାରତର ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି ବୋଲି ଭୁବନେଶ୍ୱର କାନନବିହାର ଫେଜ୍‌-୨ ରହୁଥିବା ଜେଜେ ଅଲେଖ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri