ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହିର ବିରଞ୍ଚତ୍ ନାରାୟଣ ନାୟକଙ୍କ ସେ ଏକମାତ୍ର କନ୍ୟା। ସେ ‘ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌’ର ଜଣେ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଏହି ଦୂରବୀକ୍ଷଣ ଯନ୍ତ୍ର ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇ ପାରିବେ ଏବଂ ଏଲିଅନମାନଙ୍କ ଉପସ୍ଥିତି ଚିହ୍ନଟ କରିପାରିବେ ଆଶା ରଖିଛନ୍ତି। ଫ୍ରେଞ୍ଚ ଗୁଏନାର ଲଞ୍ଚ୍‌ ବେସ୍‌ରୁ ଏହି ଟେଲିସ୍କୋପ୍‌କୁ ଗତ ଶନିବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ ପ୍ରେରଣ କରାଯାଇଛି। ହବଲ୍‌ ଟେଲିସ୍କୋପ ଅପେକ୍ଷା ଶହେ ଗୁଣ ଅଧିକ ଶକ୍ତିଶାଳୀ ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ସାହାଯ୍ୟରେ ପୃଥିବୀଠାରୁ ୬୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଗ୍ରହଗୁଡ଼ିକର ମଧ୍ୟ ଅଧ୍ୟୟନ କରାଯାଇପାରିବ। ହବଲ୍‌ ଟେଲିସ୍କୋପ୍‌ର ଉତ୍ତରାଧିକାରୀ ଭାବେ ବିବେଚିତ ହେଉଥିବା ଏହି ସ୍ପେସ୍‌ ଟେଲିସ୍କୋପ୍‌ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ସ୍ଥାନ ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୨ରେ ସ୍ଥାପିତ ହେବ। ୧୯୯୬ରେ ଏହାର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୨୦୦୭ରୁ ନିର୍ମାଣ ଆରମ୍ଭ ହୋଇଥିବାବେଳେ ୨୦୧୬ରେ ଶେଷ ହୋଇଥିଲା। ଏହାପରେ ଟେଷ୍ଟିଂ ପର୍ଯ୍ୟାୟ ଚାଲିଥିଲା। ନାସା, ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏବଂ କାନାଡା ସ୍ପେସ୍‌ ଏଜେନ୍ସି ଦ୍ୱାରା ହୋଇଥିବା ଏହି ସ୍ପେସ୍‌ ଟେଲିସ୍କୋପ୍‌ ନିର୍ମାଣ କାର୍ଯ୍ୟରେ ୧୫ ଦେଶର ପ୍ରାୟ ୧୦ ହଜାର ବୈଜ୍ଞାନିକ, ଇଞ୍ଜିନିୟର ଓ ଟେକ୍ନିସିଆନ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଁ ନାରାୟଣୀ ଅନ୍ୟତମ। ତାଙ୍କ ବାପା ବିରଞ୍ଚତ୍ ନାରାୟଣ ଓ ମା’ ଗୀତାଞ୍ଜଳି କାଲିଫର୍ନିଆର ସାନ୍‌ ଜୋସ୍‌ରେ ରୁହନ୍ତି। ଫିଜିକ୍ସରେ ଏମ୍‌ଏ କରିଥିବା ବିରଞ୍ଚତ୍ ସେଠାକାର ଏକ ସଫ୍ଟଓ୍ବେୟାର କମ୍ପାନୀରେ କାର୍ଯ୍ୟରତ। ୨୫ ବର୍ଷ ହେଲା ବିରଞ୍ଚତ୍ ଆମେରିକାରେ ରହୁଥିବାବେଳେ ତାଙ୍କ ଝିଅ ଓଁ ନାରାୟଣୀ ସେଠାରେ ପାଠ ପଢ଼ି ବଡ଼ ହୋଇଛନ୍ତି। ଆଷ୍ଟ୍ରୋଫିଜିକ୍ସ ଏବଂ ସ୍ପେସ୍‌ ସାଇନ୍ସରେ ଉଚ୍ଚଶିକ୍ଷା ପରେ ଦେଢ଼ ବର୍ଷ ହେଲା ସେ ଓ୍ବାଶିଂଟନ ଡିସିସ୍ଥିତ ନାସାର ରିସର୍ଚ୍ଚ ଡିଭିଜନରେ କାର୍ଯ୍ୟ କରୁଛନ୍ତି। ତାଙ୍କର କୃତିତ୍ୱ ପାଇଁ ଭାରତର ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି ବୋଲି ଭୁବନେଶ୍ୱର କାନନବିହାର ଫେଜ୍‌-୨ ରହୁଥିବା ଜେଜେ ଅଲେଖ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା ବଜ୍ରପାତ

ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି...

୩୪୦ ଗଞ୍ଜେଇ ଗଛ ନଷ୍ଟ କରାଗଲା

ଅନୁଗୋଳ ଅଫିସ, ୨୩।୧୧ – ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଶୁକ୍ରବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ,...

୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା...

ବେଆଇନ ମଦଭାଟି ଭାଙ୍ଗିଲେ ମହିଳା

ଚିତ୍ରଡା, ୨୪।୪(ଡି.ଏନ.ଏ.)-ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧୀନରେ ଥିବା ହଲଦୀପାଳ ପଞ୍ଚାୟତର ମଦନଡ଼ିହି ଗ୍ରାମର ଶୁକ୍ରବାର ସକାଳୁ ସରପଞ୍ଚ ଅଞ୍ଜନା ମାଝୀଙ୍କ ସମେତ ମିଶନ ଶକ୍ତିର...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

ଝାରପଡ଼ା ଜେଲରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ମୀର ସଇରୁଦ୍ଦିନ। ସକାଳେ...

ଓଡ଼ିଆରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଟ୍ରେନ୍‌ ଟିକେଟରେ ସ୍ଥାନ ପାଇଲା ଓଡ଼ିଆ ଭାଷା। ଏଣିକି ଇଂଲିଶ, ହିନ୍ଦୀ ସହ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ ରାଜ୍ୟର ୩୧୭ଟି ଷ୍ଟେଶନରେ...

ବନ୍ୟଜନ୍ତୁ ଶିକାର ରୋକିବାକୁ ହେଉନି ପାଟ୍ରୋଲିଂ: ରାତିରେ ବିଦ୍ୟୁତ୍‌ କାଟ, ଲୋକେ ହଇରାଣ

ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍‌କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ...

Advertisement
Archives

Model This Week