Posted inଖେଳ

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବା ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର ଅଫର ଦିଆଯାଇଥିଲା।

ଏକଥା ନତାଲିଜା ନିଜେ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଏମିତି ଡିଲ୍‌ ଦ୍ୱାରା ନୋଭାକଙ୍କ ବୈବାହିକ ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଉଦ୍ଦେଶ୍ୟ ଥିଲା। ସେ କହିଛନ୍ତି, ଏହା ସତ ଯେ ମୋର ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିଲା। ମୁଁ ତାଙ୍କୁ ପୂର୍ବରୁ ଜାଣିଥିଲି। ତାଙ୍କୁ ମୁଁ ଜଣେ ଗମ୍ଭୀର ପ୍ରଫେଶନାଲ ଭାବିଥିଲି। ସେ ମୋତେ ଡେଟ୍‌ରେ ଯିବାକୁ ପଚାରିଥିଲେ। ମୁଁ ଭାବିଥିଲି ସେ ମୋ ସହ ବ୍ୟବସାୟ ସମ୍ପର୍କରେ କଥା ହେବାକୁ ଚାହାନ୍ତି। କିନ୍ତୁ ମୁଁ ପରେ ଅନୁଭବ କଲି ଏହା ମୋ ଜୀବନ ସହ ଜଡ଼ିତ ନୁହେଁ, ବରଂ ନୋଭାକ ଜୋକୋଭିକ୍‌ଙ୍କ ଜୀବନକୁ ନଷ୍ଟ କରିଦେବା ପାଇଁ ଏକ ଷଡ଼ଯନ୍ତ୍ର।

ନତାଲିଜା କହିଛନ୍ତି, ଏହି ବ୍ୟକ୍ତି ଜଣକ ମୋତେ କହିଥିଲେ କି ତୁମେ ନୋଭାକଙ୍କୁ ପ୍ରଲୋଭିତ କରି ତାଙ୍କ ସହ ଏ ରୋମାଣ୍ଟିକ୍‌ ସ୍ଥାନକୁ ଯାଇ ସେକ୍ସ ଟେପ୍‌ ଶୁଟ୍‌ କରିବାକୁ ପଡ଼ିବ। ମୋତେ ଲାଗିଲା ଏହି ବ୍ୟକ୍ତି ଜଣକ ମୋ ସହ ଥଟ୍ଟା କରୁଛନ୍ତି। ମାତ୍ର ସେ ବ୍ୟକ୍ତିଜଣକ ପୂରା ସିରିୟସ ଥିଲେ।

ସେ ଆହୁରି କହିଛନ୍ତି, ବ୍ୟକ୍ତି ଜଣକ ମୋତେ କହିଥିଲେ ଏହି କାର୍ଯ୍ୟ କରିବା ପାଇଁ ତୁମରୁ ୬୦ ହଜାର ୟୁରୋ ଅର୍ଥାତ୍‌ ୫୦ ଲକ୍ଷ ଟଙ୍କା ଦିଆଯିବ। ତାଙ୍କର ଏହି କଥା ଶୁଣି ମୋର ତାଙ୍କ ଉପରକୁ ପାଣି ଛାଟି ଦେବାକୁ ଇଚ୍ଛା ହେଉଥିଲା। ମାତ୍ର ଜନଗହଳି ସ୍ଥାନ ଥିବାରୁ ମୁଁ ଏପରି କରି ନ ଥିଲି। ମାତ୍ର ରାଗ ମୋ ମୁଣ୍ଡ ଉପରକୁ ଚଢ଼ି ଯାଇଥିଲା। ପରେ ମୁଁ ଏହା କରି ପାରିବି ନାହିଁ ବୋଲି ମନା କରି ଚାଲି ଆସିଥିଲି। ମୁଁ ଜାଣିଥିଲି ନୋଭାକ ବିଶ୍ୱର ଜଣେ ଭଲ ଟେନିସ ଖେଳାଳି। ସେ ଦେଶର ବଡ଼ ବଡ଼ ବ୍ରାଣ୍ଡ ଆମ୍ବାସଡାର ଏବଂ ଜଣେ ଆଦର୍ଶ ବ୍ୟକ୍ତି ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri